Below header

LICର ବିଭିନ୍ନ ପଦବୀରେ ନିଯୁକ୍ତି ଜାରି, ଜାଣନ୍ତୁ କେତେ ରହିଛି ଦରମା

ନୂଆଦିଲ୍ଲୀ: ଜୀବନ ବୀମା ନିଗମ (LIC) ପକ୍ଷରୁ ସହାୟକ ପ୍ରବନ୍ଧକର ୩୫ଟି ପଦବୀରେ ନିଯୁକ୍ତି ପାଇଁ ବିଜ୍ୟପ୍ତି ଜାରି କରାଯାଇଛି। ଏହି ପଦବୀରେ ଆବେଦନ କରିବା ପାଇଁ ଇଛା ପ୍ରକାଶ କରୁଥିବା ଆଶାୟୀପ୍ରାର୍ଥୀମାନେ ୱେବସାଇଡ www.lichousing.com ଜରିଆରେ ନିଜର ଆବେଦନ ପତ୍ର ଜମା କରିପାରିବେ। ଏହି ସମସ୍ତ ପୋଷ୍ଟ ଦିଲ୍ଲୀ, ଉତ୍ତରପ୍ରଦେଶ, ଛତିଶଗଢ, ପଶ୍ଚିମବଙ୍ଗ ଭଳି ବିଭିନ୍ନ କ୍ଷେତ୍ରରେ ବିଜ୍ଞପ୍ତି ପ୍ରକାଶ ପାଇଛି।

ସହାୟକ ପ୍ରବନ୍ଧକ ପଦବୀ ପାଇଁ ନ୍ୟୁନତମ ବୟସ ସୀମା ୨୩ ବର୍ଷ ଏବଂ ଅଧିକତମ ବୟସ ସୀମା ୩୦ ବର୍ଷ ସ୍ଥିର କରାଯାଇଛି। ଅନଲାଇନ ରେଜିଷ୍ଯେସନର ଶେଷ ତାରିଖ ୧୬ ଡିସେମ୍ବର ୨୦୧୯ ସ୍ଥିର କରାଯାଇଛି। ଏହି ପଦବୀରେ ନିଯୁକ୍ତି ପାଇଁ ଗତ ୨ ଡିସେମ୍ବରରୁ ଆବେଦନ ପତ୍ର ଜମା କରିବା ଆରମ୍ଭ ହୋଇସାରିଛି। ରିପୋର୍ଟ ଅନୁଯାୟୀ LICHFL ସହାୟକ ପ୍ରବନ୍ଧକ ପୋଷ୍ଟ ପାଇଁ ଆବେଦନ ଶୁଳ୍କ ୫୦୦ଟଙ୍କା । ଏଥିସହ ଫର୍ମ ଭରିବା ପାଇଁ ଆଶାୟୀପାର୍ଥୀମାନଙ୍କୁ ୧୮% ଅତିରିକ୍ତ GST ଦେବାକୁ ପଡିବ। ଏହି ପେମେଣ୍ଟ ଆପଣ ଡେବିଟ୍‌ କାର୍ଡ, କ୍ରେଡିଟ୍‌ କାର୍ଡ, ଇଣ୍ଟରନେଟ ବ୍ୟାଙ୍କିଂ କିମ୍ବା ମୋବାଇଲ ଓ୍ଵାଲେଟ ମାଧ୍ୟମରେ ପୂରଣ କରିପାରିବେ।

lic_ଆବେଦନ କରିବା ପାଇଁ ଆଶାୟୀପାର୍ଥୀମାନଙ୍କ ପାଖରେ ଭାରତ ସରକାରଙ୍କ ଦ୍ୱାରା ମାନ୍ୟତା ପ୍ରାପ୍ତ କୌଣସି ବିଶ୍ୱବିଦ୍ୟାଳୟ କିମ୍ବା ଡିଗ୍ରୀ ଲ ସଂସ୍ଥାରୁ ୫୫% ମାର୍କ ସହ ବ୍ୟାଚଲର ଡିଗ୍ରୀ ଇନ ଲ ହୋଇଥିବା ଆବଶ୍ୟକ। ଆବେଦନ କରିଥିବା ପାର୍ଥୀମାନଙ୍କୁ ଅନଲାଇନ୍‌ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ମାଧ୍ୟମରେ ଚୟନ କରାଯିବ। ସହାୟକ ପ୍ରବନ୍ଧକ (କାନୁନୀ) ର ଏହି ୩୫ଟି ପଦବୀର ଦରମା ୩୨, ୮୧୫ ରୁ ୬୧, ୬୭୦ ଟଙ୍କା ମଧ୍ୟରେ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.