ଜିଏସଟି କାଉସିଲ୍ ବୈଠକରେ ନିଷ୍ପତ୍ତି, ଏବେ ସବୁ ଲଟେରୀ ଉପରେ ଲାଗିବ ୨୮% ଟ୍ୟାକ୍ସ

ନୂଆଦିଲ୍ଲୀ: ଜିଏସଟି ପରିଷଦ ପକ୍ଷରୁ ପ୍ରଥମ ଥର କୌଣସି ନିର୍ଣ୍ଣୟ ଉପରେ ମତଦାନ ଜରିଆରେ ନିଷ୍ପତି ନିଆଯାଇଛି । ଏହା ମାଧ୍ୟମରେ ସବୁ ପ୍ରକାରର ଲଟେରୀ ଉପରେ ୨୮ ପ୍ରତିଶତ ଜିଏସଟି ଲଗାଇବା ପାଇଁ ନିର୍ଣ୍ଣୟ କରାଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣଙ୍କ ଅଧ୍ୟକ୍ଷତାରେ ବୁଧବାର ବିଳମ୍ବିତ ଜିଏସଟିର ୩୮ତମ ବୈଠକରେ ମତଦାନ ମାଧ୍ୟମରେ ଏହି ନିଷ୍ପତି ନିଆଯାଇଛି ।

gst 1

ଏହି ବୈଠକ ପରେ ଅର୍ଥମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କି, ଜିଏସଟି ର ନିୟମରେ ମତଦାନ କରିବାର ପ୍ରାବଧାନ ରହିଛି ଏବଂ ଏହି ଆଧାର ଉପରେ ମତଦାନ କରାଯାଇଥିଲା । ଜଣେ ସମସ୍ୟ ମତଦାନ କରିବାକୁ ଦାବି କରିଥିଲେ ଯେଉଁଥିପାଇଁ ଏହି ପ୍ରକ୍ରିୟା କରାଯାଇଥିଲା । ସେ ଏହା ମଧ୍ୟ କହିଥିଲେ କି ଏଯାଏ ପରିଷଦ ସବୁ ନିର୍ଣ୍ଣୟ ସର୍ବସମ୍ମତିରେ ନେଇଛି ଏବଂ ଏହି ପରମ୍ପରାକୁ ବଜାୟ ରଖିବା ପାଇଁ ପୁରା ଚେଷ୍ଟା କରାଯାଇଥିଲା କିନ୍ତୁ ଶେଷରେ ଏହି ନିମୟକୁ ପାଳନ କରାଗଲା ।

gst

ଅର୍ଥମନ୍ତ୍ରୀ କହିଛନ୍ତି କି, ଅଧିକାରୀମାନଙ୍କ ସମିତି ଜିଏସଟି ଦରକୁ ନେଇ ଏକ ପ୍ରସ୍ତୁତି ଉପସ୍ଥାପନା କରିଥିଲେ । ଏହା ପ୍ରାରମ୍ଭିକ ପ୍ରକ୍ରିୟା ଥିଲା ଏବଂ ଆଗକୁ ଏହା ଉପରେ ଚର୍ଚ୍ଚା ପରେ କୌଣସି ବସ୍ତୁ ଉପରେ ଦର କମ୍ କରିବା କିମ୍ବା ବଢାଇବା ନେଇ ନିର୍ଣ୍ଣୟ କରାଯିବ । ଏହାକୁ ପ୍ରଥମେ ରାଜସ୍ବ ସଚିବ ଅଜୟ ଭୂଷଣ ପାଂଡେୟ ପରିଷଦରେ ନିଆଯାଇଥିବା ନିର୍ଣ୍ଣୟ ସମ୍ପର୍କରେ ସୂଚନା ଦେଇ କହିଥିଲେ କି, ସବୁ ପ୍ରକାରର ଲଟେରୀ ଉପରେ ୨୮ ପ୍ରତିଶତ ଜିଏସଟି ଲଗାଇବାର ନିର୍ଣ୍ଣୟ ନିଆଯାଇଛି, ଯାହା ମାର୍ଚ୍ଚ ୨୦୨୦ରୁ ଲାଗୁ କରାଯିବ । ଏବେ ରାଜ୍ୟ ଦ୍ବାରା ସଞ୍ଚାଳିତ ଲଟେରୀ ଉପରେ ୧୨ ପ୍ରତିଶତ ଏବଂ ରାଜ୍ୟ ପ୍ରାୟୋଜିତ ଲଟେରୀ ଉପରେ ୧୮ ପ୍ରତିଶତ କର ଲଗାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.