ସବୁଠାରୁ ଦାମୀ ରିଂ ଗର୍ଲଙ୍କ ହଟ୍‌ ଫଟୋ ସେସନ୍‌ର ଫଟୋ ଭାଇରାଲ୍‌, ଦେଖିଲେ ଆପଣ ବି ଫେରାଇ ଆଣିପାରିବେନି ନଜର

ମିକ୍ସ ମାର୍ଶଲ ଆର୍ଟସ୍‌(MMA)ର ସବୁଠାରୁ ଦାମୀ ରିଂ ଗର୍ଲ ଏରିୟାନୀ ସେଲେଷ୍ଟେ ନିକଟରେ ହଟ୍‌ ଫଟୋସୁଟ୍‌ କରିଛନ୍ତି। ସମୁଦ୍ରକୂଳରେ ବିକିନି ପିନ୍ଧି ଏରିୟାନୀ ଏହି ଫଟୋ ସେସନ୍‌ କରିଛନ୍ତି। ଏରିୟାନୀଙ୍କ ହଟ୍‌ ଫଟୋକୁ ଫ୍ୟାନ୍‌ମାନେ ଖୁବ ପସନ୍ଦ କରିଛନ୍ତି। ୩୩ ବର୍ଷୀୟା ଏରିୟାନୀ କିଛି ଦିନ ତଳେ ହବାଇରେ ଫଟୋସୁଟ୍‌ କରି ଚର୍ଚ୍ଚାକୁ ଆସିଥିଲେ।

ନିକଟରେ ଏରିୟାନୀ ଇନଷ୍ଟ୍ରାଗ୍ରାମ୍‌ରେ ନିଜ ଫଟୋ ସେୟାର କରି ଲେଖିଥିଲେ ଏହା ମୋର ୨୦୧୯ର କ୍ୟାଲେଣ୍ଡର। ଏହି କ୍ୟାଲେଣ୍ଡରର ଫଟୋ ସେୟାର ହେବା ପରେ ଫ୍ରାନ୍‌ମାନେ ଏରିୟାନୀଙ୍କୁ ନେଇ ବିଭିନ୍ନ ପ୍ରକାର କମେଣ୍ଟ କରିଥିବା ଦେଖିବାକୁ ମିଳିଛି।

ଏରିୟାନୀ ସର୍ବପ୍ରଥମେ ସେତେବେଳେ ଚର୍ଚ୍ଚାକୁ ଆସିଥିଲେ ଯେତେବେଳେ ୟୁଏଫ୍‌ସି ଫାଇଟର ରୋଣ୍ଡା ରେସି କହିଥିଲେ ଯେ ଜଣେ ଫାଇଟରଠାରୁ ଅଧିକ ଦରମା ରିଂ ଗର୍ଲକୁ ଦିଆଯାଉଛି। ଏଭଳିସ୍ଥିତିରେ ଫାଇଟର କେମିତି ଉନ୍ନତି କରିପାରିବେ ବୋଲି ସେ ପ୍ରଶ୍ନ କରିଥିଲେ। ରୋଣ୍ଡାଙ୍କ ଏହି ବିବୃତି ପରେ ରିଂ ଗର୍ଲ ଏରିୟାନୀ ମୋଟା ଅଙ୍କର ଦରମା ନେଉଥିବା ଜଣାପଡ଼ିଥିଲା। ଏରିୟାନୀ ଫାଇଟରଙ୍କ ଠାରୁ ପ୍ରାୟ ୧୦ ଗୁଣ ଅଧିକ ଦରମା ନେଉଛନ୍ତି।

ସୂଚନାଯୋଗ୍ୟ ଯେ, ୧୬ ବର୍ଷ ବୟସରୁ ରିଂ ଗର୍ଲ ଭାବେ କାମ କରୁଥିବା ଏରିୟାନୀ ଲୋକପ୍ରିୟ ଆଡଲ୍ଟ ମାଗାଜିନ୍‌ ପ୍ଲେ ବୟଜ୍‌ ପାଇଁ ଫଟୋସୁଟ୍‌ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.