ଦୁଷ୍କର୍ମକାରୀଙ୍କୁ ଗୁଳି କରି ଜାଳିଦେଲେ ମହିଳା, ଏବେ ଭୋଗିପାରନ୍ତି ଦଣ୍ଡ

ପୃଥିବୀର ବିଭିନ୍ନ ପ୍ରାନ୍ତରେ ବଳାତ୍କାର ଓ ହତ୍ୟା ପରି ମାମଲା ମାନଙ୍କର ସଂଖ୍ୟା ଦିନ କୁ ଦିନ ବଢ଼ିବାରେ ଲାଗିଛି । ଏପରି ଘଟଣା ମାନକୁ କମାଇବା ପାଇଁ ବିଭିନ୍ନ ଦେଶର କୋର୍ଟ, ପୋଲିସ, ପ୍ରଶାସନ ଯଥାସାଧ୍ୟ ଚେଷ୍ଟା ଚଳାଇଛନ୍ତି । ସାଧାରଣତଃ ଏହି ଘଟଣା ଗୁଡିକର ପୀଡିତା ମାନେ ଆତ୍ମହତ୍ୟା କରିଥାନ୍ତି ନଚେତ ନିଜ ମୁହଁ ବନ୍ଦ କରିଥାନ୍ତି । କିନ୍ତୁ ନିକଟରେ ଆମେରିକାର ବିସ୍କୋକୋନିସ ରାଜ୍ୟରେ ଏକ ଭିନ୍ନ ଧରଣର ଘଟଣା ଘଟିଥିବା ଦେଖିବାକୁ ମିଳିଛି । ଏଠାକାର ୧୯ ବର୍ଷୀୟ ଝିଅ ନିଜ ବଲାତ୍କାରୀର ମୁଣ୍ଡରେ ଗୁଳି ମାରି ପରେ ତା ଶରୀରରେ ନିଆଁ ଲଗେଇ ଦେଇଥିଲେ । ଏହି ମାମଲାରେ ଦୋଷୀ ଝିଅ ଜଣକ ନିଜେ ସ୍ୱୀକାର କରିଛି ଯେ ସେ ଗତ ବର୍ଷ ଅର୍ଥାତ ୨୦୧୮ ମସିହା ଜୁନ ମାସରେ ୩୫ ବର୍ଷୀୟ ରଣ୍ଡୀ ବୋଲରଙ୍କ ମୁଣ୍ଡରେ ଦୁଇଟି ଗୁଳି ମାରିଥିଲେ ।

 

ପରେ ତାଙ୍କ ଶରୀରରେ ନିଆଁ ଲଗେଇ ଦେଇଥିଲେ । ନିଜ ପ୍ରତି ଆସନ୍ନ ବିପଦକୁ ପ୍ରତିରୋଧ ନେବା ପାଇଁ ହିଁ ଏମିତି ପଦକ୍ଷେପ ନେଇଥିବା କଥା ପୀଡିତା ଜଣକ ପୋଲିସ ନିକଟରେ ପ୍ରକାଶ କରିଛନ୍ତି । ତଦନ୍ତକାରୀ ଅଧିକାରୀ ମାନେ ତଦନ୍ତରୁ ଜାଣି ପାରିଛନ୍ତି ଯେ ବଲାତ୍କାରୀ ଜଣକ ପ୍ରାୟ ୬ ଜଣ ଝିଅଙ୍କ ସହ ଦୁଷ୍କର୍ମ କରିସାରିଛନ୍ତି । ବଲାତ୍କାରୀ ଜଣକ ଏକ ନାବାଳିକା ଝିଅ ସହ ଦୁଷ୍କର୍ମ କରିଥିବା ଘଟଣାରେ ଗିରଫ ହୋଇଥିବା ବେଳେ ପରେ ତାଙ୍କୁ ଛଡା ଯାଇଥିଲା ।  ଝିଅଟିର ବୟାନ ଅନୁଯାୟୀ ଆରୋପି ଜଣଙ୍କ ତାଙ୍କୁ ନିଶା ଦେଇ ତାଙ୍କ ସହ ଦୁଷ୍କର୍ମ କରିବାକୁ ଚେଷ୍ଟା କରୁଥିବା ସମୟରେ ସେ ତାଙ୍କ ଉପରକୁ ଗୁଳିପରେ ଦୋଷୀ ସାବ୍ୟସ୍ତ କରି ଦଣ୍ଡ ଦିଆଯିବ ବୋଲି ନିଜେ ସ୍ଥାନୀୟ ଜଜ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.