Below header

ମାଳଦ୍ବୀପରେ ଛୁଟି କାଟୁଛନ୍ତି ବଲିଉଡ୍ ଅଭିନେତ୍ରୀ ନୁସରତ୍ ଭରୁଚା, ଦେଖନ୍ତୁ ଜେଟ୍-ସ୍କିଙ୍ଗ୍ କରୁଥିବା ସମୟରେ ଏହି ଭିଡିଓ

ଅଭିନେତ୍ରୀ ନୁସରତ୍ ଭରୁଚା ବର୍ତ୍ତମାନ ମାଳଦ୍ବୀପରେ ଛୁଟି କଟାଉଛନ୍ତି । ଯାହା ତାଙ୍କର ଇଷ୍ଟାଗ୍ରାମ ଦେଖିଲେ ଭଲ ଭାବେ ଜାଣିପାରିବେ । ସେ ଏକ ଭିଡିଓ କ୍ଳିପ୍ ସେୟାର କରିଛନ୍ତି ଯେଉଁଥିରେ ନୁସରତ୍ ଜେଟ୍-ସ୍କିରେ ସମୟ ବିତାଉଥିବା ଦେଖିବାକୁ ମିଳୁଛି । ଭିଡିଓରେ ସେ ଏକ କଳା ଏବଂ ଗୋଲାପି ରଙ୍ଗର ବିକିନି ପିନ୍ଧିଥିବାର ନଜର ଆସୁଛନ୍ତି ।

ଦେଖନ୍ତୁ ଭିଡିଓ:

ନିଜର ଛୁଟିସମୟରେ ସେ ଅନ୍ୟ ଏକ ଫଟୋ ସେୟାର କରି ଲେଖିଛନ୍ତି ଜୀବନ ସାରା ବାସ୍ ଜେଟ୍-ସ୍କଇଙ୍ଗ୍! ମୁଁ ଏବେ ଏଠାକୁ ପୁଣି ଆସିବାକୁ ଚାହୁଁଛି । ସେ ଏହି ଛୁଟି ସମୟରେ ଯାଇଥିବାବେଳେ ଅନେକ ଫଟୋ ସେୟାର କରିଛନ୍ତି। ଏହି ସମୟରେ ସେୟାର କରିଥିବା ଏକ ଫଟୋରେ ନୁସରତ୍ ଏକ ପୁଲରେ ଠିଆ ହୋଇଛନ୍ତି ଏବଂ ତାଙ୍କ ସାମ୍ନାରେ କିଛି ସ୍ନାକସ୍ ଥାଳି ଥୁଆ ହୋଛଇ । ଯାହାକୁ ସେ ମନଭରି ଉପଭୋଗ କରୁଛନ୍ତି ।

ତେବେ ନୁସରତଙ୍କୁ ଶେଷ ଥର ଆୟୁଷ୍ମାନ ଖୁରାନାଙ୍କ ସହିତ ଡ୍ରିମ୍ ଗର୍ଲ ଫିଲ୍ମରେ ଦେଖିବାକୁ ମିଳିଥିଲା । ତେବେ ଆଗକୁ ତାଙ୍କୁ ହଂସଲ ମେହେତାଙ୍କ ‘ଛଲଙ୍ଗ୍’ ରେ ଦେଖିବାକୁ ପାଇବେ ଦର୍ଶକେ । ସେ ଫିଲ୍ମରେ ରାଜକୁମାର ରାଓଙ୍କ ସହିତ ନଜର ଆସିବେ । ଯାହା ଆସନ୍ତା ଜାନୁଆରୀ ୩୧ ତାରିଖରେ ରିଲିଜ୍ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.