ମୋଦି ସରକାର ବଦଳାଇ ପାରନ୍ତି ନିୟମ, ବର୍ଷେ ଚାକିରୀ କରିଥିବା ଲୋକ ହୋଇପାରିବେ ଗ୍ରାଚ୍ୟୁଟିର ହକଦାର୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଗ୍ରାଚ୍ୟୁଟି ନିୟମରେ ବଡ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ରିପୋର୍ଟ ଅନୁଯାୟୀ ମୋଦି ସରକାର ଗ୍ରାଚ୍ୟୁଟି ପାଇଁ ୫ବର୍ଷ ସମୟ ସୀମା ପରିବେର୍ତ୍ତ ୧ବର୍ଷ ଘୋଷଣା କରିବାକୁ ଯାଉଛନ୍ତି। ଏଥିପାଇଁ ସରକାର ସଂସଦର ଶୀତକାଳିନ ଅଧିବେଶନରେ ଏକ ସଂଶୋଧିତ ବିଲ୍‌ ଉପସ୍ଥାପନ କରିବେ। କିନ୍ତୁ ବର୍ତ୍ତମାନ ଏହି ବିଲ୍‌ ପାଇଁ କୌଣସି ଅଧିକାରୀକ ଘୋଷଣା କରାଯାଇନାହିଁ।
ରିପୋର୍ଟ ଅନୁଯାୟୀ କେନ୍ଦ୍ରିୟ ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟ କୋଡ ଅଫ୍‌ ସୋସଲ ସିକ୍ୱିରିଟି ୨୦୧୯ ଉପରେ ଏକ ଡ୍ରାଫ୍ଟ ପ୍ରସ୍ତୁତି କରିଛନ୍ତି। ଏବଂ ଏହି ଡ୍ରାଫ୍ଟ ଉପରେ ଷ୍ଟେକ୍‌ ହୋଲ୍ଡର ଏବଂ ଜନତାଙ୍କ ମତଦାନର ଟିପଣୀ ଜମା କରିବା ପାଇଁ କୁହାଯାଇଛି। ମନ୍ତ୍ରାଳୟକୁ ନିର୍ଦ୍ଦାରିତ ପ୍ରାରପ୍ତରେ ମତଦାନ ଦେବା ପାଇଁ ଶେଷ ତାରିଖ ଗତ ସପ୍ତାହ ୨୫ ଅକ୍ଟୋବରରୁ ସମାପ୍ତ ହୋଇସାରିଛି।

ସୂଚନା ଅନୁଯାୟୀ ଚଳିତ ବର୍ଷ ଅନ୍ତରିମ ବଜେଟ୍‌ରେ ସରକାର ଗ୍ରାଚ୍ୟୁଟି ସୀମାକୁ ୧୦ ଲକ୍ଷ ବଢାଇ ୨୦ ଲକ୍ଷ କରିଥିଲେ। ବର୍ତ୍ତମାନ ପାଖାପାଖି ପାଞ୍ଚ ବର୍ଷ ପରେ ଚାକିରୀ ଛାଡିବା ପରେ ମିଳୁଥିବା ଅଧିକତମ ୧୦ ଲକ୍ଷ ଟଙ୍କାର ରାଶି ବଢାଇ ଅଧିକତମ ୨୦ ଲକ୍ଷ ଟଙ୍କା କରାଯାଇଛି। ଗ୍ରାଚ୍ୟୁଟି ସେହି ଲୋକମାନଙ୍କୁ ମିଳିଥାଏ, ଯିଏ କୌଣସି କମ୍ପାନୀରେ ଲଗାତାର ୫ ବର୍ଷ ପର୍ଯ୍ୟନ୍ତ ଚାକିରୀ କରିଥାନ୍ତି। ୫ ବର୍ଷ ପୂର୍ବରୁ ଚାକିରୀ ଛାଡିବା ଉପରେ ଗ୍ରାଚ୍ୟୁଟି ଲାଗିବ ନାହିଁ। ଏହିକାରଣରୁ ସରକାର ଗ୍ରାଚ୍ୟୁଟି ପାଇଁ ନିର୍ଧାରିତ କରିଥିବା ୫ ବର୍ଷର ସମୟ ସୀମାକୁ ପରିବର୍ତ୍ତନ କରି ୧ ବର୍ଷ କରିପାରନ୍ତି।

ଜାଣନ୍ତୁ ଗ୍ରାଚ୍ୟୁଟି କଣ?

ସରଳ ଭାଷାରେ କହିବାକୁ ଗଲେ ଗ୍ରାଚ୍ୟୁଟି ଅର୍ଥ ହେଉଛି କର୍ମଚାରୀମାନଙ୍କୁ ତାଙ୍କ କମ୍ପାନୀ ଦ୍ୱାରା ଦିଆଯାଉଥିବା ଅତିରିକ୍ତ ଲାଭ। ବର୍ତ୍ତମାନ କର୍ମଚାରୀମାନଙ୍କୁ ସେହି ସମୟରେ ଲାଭ ମିଳିପାରିବ ଯେଉଁ ସମୟରେ ସୋମନେ ଗୋଟେ କମ୍ପାନୀରେ ୫ ବର୍ଷ ପର୍ଯ୍ୟନ୍ତ କାମ କରିଥିବେ। ସହିପରି ଯଦି ସେବାକାଳ ମଧ୍ୟରେ ଯଦି କୌଣସି କର୍ମଚାରୀମାନଙ୍କର ମୃତ୍ୟୁ ହୋଇଯାଏ ତେବେ ଗ୍ରାଚ୍ୟୁଟି ରାଶି ସେମାନଙ୍କ ନୋମୀନିଙ୍କୁ ପ୍ରଦାନ କରାଯିବ।

ଏହାସହ ପଢନ୍ତୁ: IOCL ରେ ସରକାରୀ ଚାକିରୀ ପାଇବାର ସୁବର୍ଣ୍ଣ ସୁଯୋଗ, ନିଯୁକ୍ତି ପାଇଁ ଆଜି ହିଁ କରନ୍ତୁ ଆବେଦନ

ଜାଣନ୍ତୁ କିପରି ହୋଇଥାଏ ଗ୍ରାଚ୍ୟୁଟି ଗଣନା?

ଗ୍ରାଚ୍ୟୁଟି ରାଶି କର୍ମଚାରୀମାନଙ୍କ ବେତନ ଏବଂ ତାଭ୍କ କମ୍ପାନୀ ପାଇଁ ସେବାର କାର୍ଯ୍ୟକାଳ ସମୟସୀମା ଉପରେ ନିର୍ଭର କରିଥାଏ। ଏହାର ଗଣନା ଖୁବ୍‌ ସରଳ। କର୍ମଚାରୀମାନଙ୍କ ଗ୍ରାଚ୍ୟୁଟି ତାଙ୍କର ୧୫ଦିନର ବେତନକୁ ଯେତିକି ବର୍ଷ ପର୍ଯ୍ୟନ୍ତ ସେମାନେ କାମ କରିଛନ୍ତି ତାହାକୁ ଗଣନା କରି ବାହାର କରାଯାଇଥାଏ। ଆକ୍ଟ ଜରିଆରେ ଆସୁଥିବା କର୍ମଚାରୀମାନଙ୍କ ପାଇଁ ଗ୍ରାଚ୍ୟୁଟି ବାହାର କରିବା ପାଇଁ ଫର୍ମୁଲା ରହିଛି।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago