ବ୍ୟବସାୟ ଓ ଅର୍ଥନୀତି

୩୪୨ ଟଙ୍କାରେ ଆପଣ ପାଇବେ ଟ୍ରିପଲ ଇନସ୍ୟୁରାନ୍ସ କଭର, ଜାଣନ୍ତୁ କିପରି ଉଠାଇ ପାରିବେ ମୋଦି ସରକାରଙ୍କ ଏହି ବୀମା ସ୍କିମର ଲାଭ

ଆଜିକା ଦିନରେ ହେଲଥ ଇନସ୍ୟୁରାନ୍ସ ସମସ୍ତଙ୍କ ପାଇଁ ଜରୁରୀ ହୋଇପଡ଼ିଛି। ଏଥିପାଇଁ ମୋଦି ସରକାର ଏକ ଖାସ ବୀମା ସ୍କିମ ଆରମ୍ଭ କରିଛନ୍ତି। ଏହି ସ୍କିମରେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା(PMSBY) ଏବଂ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା(PMJJBY)ରେ ନିବେଶ କରିବା ପରେ ଆପଣଙ୍କୁ 2ଟି ନୁହେଁ, ବରଂ 3ଟି ଇନସ୍ୟୁରାନ୍ସ କଭର ମିଳିପାରିବ। ତାହା ହେଲା, Accidental Death Cover, Disability Cover ଏବଂ Life Cover।

ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅଧୀନରେ ଆପଣଙ୍କୁ ଆକ୍ସିଡେଣ୍ଟାଲ ଏବଂ ଡିଜାବିଲିଟି କଭର ମିଳିବ, ଯେଉଁଥିପାଇଁ 12 ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ସେପଟେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ମୋଟ 330 ଟଙ୍କା ଖର୍ଚ୍ଚ କରିବାକୁ ହେବ। ଏଥିରେ ଆପଣଙ୍କୁ ଲାଇଫ ଇନସ୍ୟୁରାନ୍ସ କଭର ମିଳିବ। ଏହି ପ୍ରକାରେ ଆପଣ ବର୍ଷକୁ ଥରେ 342 ଟଙ୍କା ପ୍ରିମିୟମ ଜମା କରି ମୋଟ 3ଟି ଇନସ୍ୟୁରାନ୍ସ କଭର ପ୍ରାପ୍ତ କରିପାରିବେ।

ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା

-ମୋଦି ସରକାରଙ୍କ ଏହି ସ୍କିମରେ 18 ବର୍ଷରୁ ଆରମ୍ଭ କରି 70 ବର୍ଷ ବୟସର ଲୋକଙ୍କୁ Accidental Death Insurance ଏବଂ Disability Insurance cover ମିଳିବ। ଏଥିରେ କୌଣସି ବି ଦୁର୍ଘଟଣାଜନିତ ମୃତ୍ୟୁ ଏବଂ ଡିଜାବିଲିଟି ସମୟରେ କ୍ଲେମ କରାଯାଇପାରିବ। ହୃଦଘାତ ଏହି ସ୍କିମରେ ସାମିଲ ନାହିଁ।

-ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ ବୀମା ମୂଲ୍ୟ 2 ଲକ୍ଷ ଟଙ୍କା ଏବଂ ଡିଜାବିଲିଟି ପାଇଁ 1 ଲକ୍ଷ ଟଙ୍କାର କ୍ଲେମ କରାଯାଇପାରିବ। ଏହି ବୀମା ଯୋଜନାର ଲାଭ 18ରୁ 50 ବର୍ଷ ବୟସର ଯେ କୌଣସି ବ୍ୟକ୍ତି ଉଠାଇ ପାରିବେ। ଏଥିରେ 2 ଲକ୍ଷ ଟଙ୍କାର ଲାଇଫ କଭର ମିଳିବ।

-ଏହି ଯୋଜନା ଅଧୀନରେ କୌଣସି ବି ପରିସ୍ଥିତିରେ ହୋଇଥିବା ମୃତ୍ୟୁ ପରେ 2 ଲକ୍ଷ ଟଙ୍କାର କ୍ଲେମ କରାଯାଇପାରିବ। ବର୍ଷ ମଝିରେ ଏହି ଯୋଜନା ପାଇଁ ଆବେଦନ କଲେ ଦରଖାସ୍ତ ତାରିଖ ଆଧାରରେ ହିଁ ପ୍ରିମିୟମ ଧାର୍ଯ୍ୟ କରାଯିବ।

ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା

-ଏହି ଯୋଜନା ଅଧୀନରେ ଜୁନ, ଜୁଲାଇ ଏବଂ ଅଗଷ୍ଟ ପାଇଁ ବାର୍ଷିକ ପ୍ରିମିୟମ 330 ଟଙ୍କା ଦେବାକୁ ହେବ।

-ସେପ୍ଟେମ୍ବର, ଅକ୍ଟୋବର ଏବଂ ନଭେମ୍ବର ମାସ ପାଇଁ ବାର୍ଷିକ 258 ଟଙ୍କା ଦେବାକୁ ହେବ।

-ଡିସେମ୍ବର, ଜାନୁଆରୀ ଓ ଫେବୃଆରୀ ପାଇଁ 172 ଟଙ୍କା ଏବଂ ମାର୍ଚ୍ଚ, ଏପ୍ରିଲ ଓ ମେ ପାଇଁ 86 ଟଙ୍କା ବାର୍ଷିକ ଦେବାକୁ ପଡ଼ିବ। ଆପଣ ଏଥିମଧ୍ୟରୁ କୌଣସି ବି ସ୍କିମର ଲାଭ ଆପଣଙ୍କ ନିକଟସ୍ଥ ବ୍ୟାଙ୍କ ଶାଖା ଯାଇ ପ୍ରାପ୍ତ କରିପାରିବେ।

-ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ପାଇଁ ଆପଣ LIC କିମ୍ବା ଅନ୍ୟ ବୀମା କମ୍ପାନୀରେ ମଧ୍ୟ ଆବେଦନ କରିପାରିବେ।

Roshni

Recent Posts

ସତସଙ୍ଗ ବିହାରରେ ସିରିଜ୍‌ ଦୁର୍ଘଟଣା, ଦୁଇଟି କାର୍‌କୁ ପଛରୁ ପିଟିଲା ବସ୍‌

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ସିରିଜ୍‌ ଦୁର୍ଘଟଣା । ଭୁବନେଶ୍ବର ସତସଙ୍ଗ ବିହାର ନିକଟରେ ଘଟିଛି ଏହି ଦୁର୍ଘଟଣା । ପ୍ରଥମେ…

8 mins ago

ଟି୨୦ ବିଶ୍ୱକପ ମହାକୁମ୍ଭ ଆରମ୍ଭ, ପ୍ରଥମ ମ୍ୟାଚରେ ୭ ଓ୍ଵିକେଟରେ କାନାଡାକୁ ହରାଇଲା ଆମେରିକା

ଟି-୨୦ ବିଶ୍ବକପ ମହାକୁମ୍ଭ ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଆମେରିକା ଓ କାନାଡା । ଏହି…

16 mins ago

ପରକୀୟା ପ୍ରୀତିକୁ ବାରଣ କରିବାରୁ ସ୍ତ୍ରୀକୁ ମାଡ ମାରି ଘରୁ ତଡିଦେଲା ସ୍ୱାମୀ, ଏବେ ଥାନାରେ ମାମଲା

ନରସିଂହପୁର(କେନ୍ୟୁଜ୍): ପରକୀୟା ପ୍ରୀତିକୁ ନେଇ ଥାନାରେ ଆସି ମାମଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର…

27 mins ago

ବାଣ ବିସ୍ପୋରଣ ମାମଲା, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ପୁରୀ (କେନ୍ୟୁଜ): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ମାମଲାରେ ଆଉ ୨ଜଣଙ୍କ ମୃତ୍ୟୁ ।  ଏଥିସହ ମୃତ୍ୟୁସଂଖ୍ୟା ୧୧କୁ…

32 mins ago

ନୀଳାଞ୍ଚଳ ଏକ୍ସପ୍ରେସ ଉପରେ ଛିଡ଼ି ପଡ଼ିଲା ଓଭରହେଡ୍‌ ତାର, ୨ ଯାତ୍ରୀ ଗୁରୁତର

ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଥିବା ରାଞ୍ଚି ରେଳ ବିଭାଗରେ ହୋଇଛି ବଡ଼ ଦୁର୍ଘଟଣା । ଏଠାରେ ଟ୍ରେନ୍ ଉପରେ…

33 mins ago

ମୁହାଁମୁହିଁ ଧକ୍କା ହେଲା ମାଲବାହୀ ଟ୍ରେନ୍, ୨ ଲୋକୋ ପାଇଲଟ୍ ଗୁରୁତର

ପଞ୍ଜାବ : ମୁହାଁମୁହିଁ ଧକ୍କା ହେଲା ୨ ମାଲବାହୀ ଟ୍ରେନ୍ ।  ପଞ୍ଜାବ ଫତେଗଡ଼ ସାହିବ ନିକଟ ମାଧେପୁର ଠାରେ…

1 hour ago