ସ୍ପେଶାଲ

ଜାଣନ୍ତୁ ସୋମନାଥ ମନ୍ଦିରରେ ଅବସ୍ଥିତ ‘ବାଣ ସ୍ତମ୍ଭ’ର ରହସ୍ୟ ସମ୍ପର୍କରେ

ବିଶ୍ୱରେ ଏଭଳି ଅନେକ ରହସ୍ୟ ଲୁଚି ରହିଛି, ଯାହା ବିଷୟରେ ଆଜି ପର୍ଯ୍ୟନ୍ତ କେହି ଜାଣିପାରିନାହାନ୍ତି। ଏଭଳି ଏକ ରହସ୍ୟ ଗୁଜୁରାଟର ସୋମନାଥ ମନ୍ଦିରରେ ଲୁଚି ରହିଛି। ଅର୍ଥାତ ଏହାର ରହସ୍ୟ ବିଷୟରେ ଆଜି ପର୍ଯ୍ୟନ୍ତ କେହି ଜାଣିପାରିନାହାନ୍ତି। ବାସ୍ତବରେ ଏହି ମନ୍ଦିରର ପ୍ରାଙ୍ଗଣରେ ଏକ ସ୍ତମ୍ଭ ରହିଛି, ଯାହା ‘ବାଣ ସ୍ତମ୍ଭ’ ନାମରେ ଜଣାଶୁଣା। ଏହି ସ୍ତମ୍ଭରେ ଏଭଳି ରହସ୍ୟ ଲୁଚି ରହିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥାଏ।

ସୂଚନା ମୁତବାକ ସୋମନାଥ ମନ୍ଦିରର ନିର୍ମାଣ କେବେ ହୋଇଥିଲା ସେ କଥା କାହାରିକୁ ଜଣା ନାହିଁ କିନ୍ତୁ ଇତିହାସରେ ଏହାକୁ ଅନେକ ଥର ଭଙ୍ଗା ଯାଇଛି ଏବଂ ପୁଣି ଥରେ ପୂନଃନିର୍ମାଣ ହୋଇଥିଲା। ସୂଚନାଯୋଗ୍ୟ ୧୯୫୧ ମସିହାରେ ଏହାର ପୂନଃନିର୍ମାଣ କରାଯାଇଥିଲା। ଏହି ମନ୍ଦିରର ଦକ୍ଷିଣରେ ସମୁଦ୍ର କୂଳରେ ‘ବାଣ ସ୍ତମ୍ଭ’ ରହିଛି। ମନ୍ଦିର ସହ ଏହାର ମଧ୍ୟ ପୁନରୁଦ୍ଧାର କରାଯାଇଛି।

କୁହାଯାଇଥାଏ ‘ବାଣ ସ୍ତମ୍ଭ’ ହେଉଛି ଏକ ଦିଗ ସୂଚକ ସ୍ତମ୍ଭ। ଯାହାର ଉପର ଭାଗରେ ଏକ ତୀର ତିଆରି କରାଯାଇଛି, ଯାହାର ମୁହଁ ସମୁଦ୍ର ଆଡକୁ ରହିଛି। ଏହି ‘ବାଣ ସ୍ତମ୍ଭ’ରେ ଉଲ୍ଲେଖ ରହିଛି, ‘ଆସମୁଦ୍ରାନ୍ତ ଦକ୍ଷିଣ ଧ୍ରୁବ, ପର୍ଯ୍ୟନ୍ତ ଅବାଧିତ ଜ୍ୟୋର୍ତିମାର୍ଗ।’ ଏହାର ଅର୍ଥ ହେଉଛି ସମୁଦ୍ରର ଏହି ବିନ୍ଦୁ ଠାରୁ ଦକ୍ଷିଣ ଧ୍ରୁବ ପର୍ଯ୍ୟନ୍ତ ସିଧା ରେଖାରେ ଗୋଟିଏ ବି ବାଧା ନାହିଁ। ପ୍ରକୃତରେ ଏହା କହିବାର ଅର୍ଥ ହେଉଛି ଏହି ସିଧା ରେଖାରେ କୌଣସି ପାହାଡ କିମ୍ବା ଭୂ-ଖଣ୍ଡର ଅଂଶ ବିଶେଷ ରହିନାହିଁ। ବର୍ତ୍ତମାନ ମନରେ ସବୁଠାରୁ ପ୍ରଶ୍ନ ସୃଷ୍ଟି ହେଉଛି କଣ ପ୍ରାଚୀନ କାଳରେ ମଧ୍ୟ ଲୋକମାନଙ୍କୁ ଏହା ସମ୍ପର୍କରେ ଜଣାଥିଲା କି ଦକ୍ଷିଣୀ ଧ୍ରୁବ କେଉଁଠାରେ ରହିଛି ପୃଥିବୀ ଗୋଲାକାର। କିଭଳି ଏହି ବାଣ ସ୍ତମ୍ଭ ନିର୍ମାଣ କରାଯାଇଛି। ଏହାକୁ ନେଇ ବର୍ତ୍ତମାନ ମଧ୍ୟ ରହସ୍ୟ ସୃଷ୍ଟି ହୋଇଛି।

ବର୍ତ୍ତମାନ ଧକ୍ଷିଣୀ ଧ୍ରୁବ ଠାରୁ ଭାରତର ପଶ୍ଚିମୀ ତଟ୍ଟରେ ବିନା କୌଣସି ବାଧାରେ ଯେଉଁ ସ୍ଥାନରେ ସିଧା ରେଖା ମିଳିଥାଏ, ସେଠାରେ ଜ୍ୟୋର୍ତିଲିଙ୍ଗ ସ୍ଥାପିତ ହୋଇଛି। ଯାହାକୁ ଭାରତର ୧୨ଟି ଜ୍ୟୋର୍ତିଲିଙ୍ଗ ମଧ୍ୟରେ ପ୍ରଥମ କୁହାଯାଇଥାଏ।

KNews Bureau

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଆର୍ଥିକ ସଙ୍କଟ ଦୂର ହେବ, ପରିବାର ସହିତ ଖୁସିର ସମୟ କାଟିବେ

ମେଷ: ଆଜି ନିଜ ଉପରେ ଆତ୍ମବିଶ୍ୱାସ ରଖିବେ । ଜୀବନସାଥୀଙ୍କୁ ମନର କଥା କହି ପାରନ୍ତି । କୌଣସି କାମ…

1 hour ago

ଜୁନ ୨୨ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ, ଲାଗୁ ହେବ ଟ୍ରାଫିକ କଟକଣା

ପୁରୀ : ଜୁନ ୨୨ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ । ୧୦୮ ଗଡୁ ସୁବାସିତ ଜଳରେ ଦିବ୍ୟସ୍ନାନ କରିବେ ମହାପ୍ରୠୁ…

3 hours ago

ବାଲେଶ୍ବର ସହରରେ ୧୯ ତାରିଖ ମଧ୍ୟରାତ୍ରି ଯାଏ କର୍ଫ୍ୟୁ, ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

ବାଲେଶ୍ବର : ବାଲେଶ୍ବର ସହରରେ କର୍ଫ୍ୟୁ ପରେ ୪୮ ଘଣ୍ଟା ପାଇଁ ସୋସିଆଲ ମିଡିଆ ବନ୍ଦ । ଗୋଷ୍ଠୀ ସଂଘର୍ଷ…

3 hours ago

ବରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କଲେ

ବରଗଡ଼ : ସେପଟେ ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ…

3 hours ago

ଅଟୋ ଓଲଟି ଡ୍ରାଇଭର ସମେତ ୫ ଆହାତ, ମେଡିକାଲରେ ଭର୍ତ୍ତି

ଆସ୍କା : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଜାନିବିଲି ଗ୍ରାମ ନିକଟରେ ଯାତ୍ରୀବାହି ଅଟୋ ଓଲଟି ଡ୍ରାଇଭର ସମେତ ୫…

4 hours ago

ଦିଲ୍ଲୀରୁ ୪ ଲକ୍ଷ ଟଙ୍କା ଓ ୭୦ ଲକ୍ଷର ହୀରା ସୁନା ଗହଣା ଚୋରି କରିଥିଲେ ସୋରରୁ ତିନି ଜଣଙ୍କୁ ବାନ୍ଧିଲା ପୋଲିସ

ସୋର(କେନ୍ୟୁଜ୍‌): ଦିଲ୍ଲୀରେ ଚଳାଇଥିଲେ ଲୁଟ୍‌ର ଆତଙ୍କ । କୋଟି କୋଟି ଟଙ୍କା ଲୁଟି ଦିଲ୍ଲୀରୁ ଛୁ ମାରିଥିଲେ । ସେ…

5 hours ago