ଜାଣନ୍ତୁ ସୋମନାଥ ମନ୍ଦିରରେ ଅବସ୍ଥିତ ‘ବାଣ ସ୍ତମ୍ଭ’ର ରହସ୍ୟ ସମ୍ପର୍କରେ

ବିଶ୍ୱରେ ଏଭଳି ଅନେକ ରହସ୍ୟ ଲୁଚି ରହିଛି, ଯାହା ବିଷୟରେ ଆଜି ପର୍ଯ୍ୟନ୍ତ କେହି ଜାଣିପାରିନାହାନ୍ତି। ଏଭଳି ଏକ ରହସ୍ୟ ଗୁଜୁରାଟର ସୋମନାଥ ମନ୍ଦିରରେ ଲୁଚି ରହିଛି। ଅର୍ଥାତ ଏହାର ରହସ୍ୟ ବିଷୟରେ ଆଜି ପର୍ଯ୍ୟନ୍ତ କେହି ଜାଣିପାରିନାହାନ୍ତି। ବାସ୍ତବରେ ଏହି ମନ୍ଦିରର ପ୍ରାଙ୍ଗଣରେ ଏକ ସ୍ତମ୍ଭ ରହିଛି, ଯାହା ‘ବାଣ ସ୍ତମ୍ଭ’ ନାମରେ ଜଣାଶୁଣା। ଏହି ସ୍ତମ୍ଭରେ ଏଭଳି ରହସ୍ୟ ଲୁଚି ରହିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥାଏ।

gujuratସୂଚନା ମୁତବାକ ସୋମନାଥ ମନ୍ଦିରର ନିର୍ମାଣ କେବେ ହୋଇଥିଲା ସେ କଥା କାହାରିକୁ ଜଣା ନାହିଁ କିନ୍ତୁ ଇତିହାସରେ ଏହାକୁ ଅନେକ ଥର ଭଙ୍ଗା ଯାଇଛି ଏବଂ ପୁଣି ଥରେ ପୂନଃନିର୍ମାଣ ହୋଇଥିଲା। ସୂଚନାଯୋଗ୍ୟ ୧୯୫୧ ମସିହାରେ ଏହାର ପୂନଃନିର୍ମାଣ କରାଯାଇଥିଲା। ଏହି ମନ୍ଦିରର ଦକ୍ଷିଣରେ ସମୁଦ୍ର କୂଳରେ ‘ବାଣ ସ୍ତମ୍ଭ’ ରହିଛି। ମନ୍ଦିର ସହ ଏହାର ମଧ୍ୟ ପୁନରୁଦ୍ଧାର କରାଯାଇଛି।

Somnathକୁହାଯାଇଥାଏ ‘ବାଣ ସ୍ତମ୍ଭ’ ହେଉଛି ଏକ ଦିଗ ସୂଚକ ସ୍ତମ୍ଭ। ଯାହାର ଉପର ଭାଗରେ ଏକ ତୀର ତିଆରି କରାଯାଇଛି, ଯାହାର ମୁହଁ ସମୁଦ୍ର ଆଡକୁ ରହିଛି। ଏହି ‘ବାଣ ସ୍ତମ୍ଭ’ରେ ଉଲ୍ଲେଖ ରହିଛି, ‘ଆସମୁଦ୍ରାନ୍ତ ଦକ୍ଷିଣ ଧ୍ରୁବ, ପର୍ଯ୍ୟନ୍ତ ଅବାଧିତ ଜ୍ୟୋର୍ତିମାର୍ଗ।’ ଏହାର ଅର୍ଥ ହେଉଛି ସମୁଦ୍ରର ଏହି ବିନ୍ଦୁ ଠାରୁ ଦକ୍ଷିଣ ଧ୍ରୁବ ପର୍ଯ୍ୟନ୍ତ ସିଧା ରେଖାରେ ଗୋଟିଏ ବି ବାଧା ନାହିଁ। ପ୍ରକୃତରେ ଏହା କହିବାର ଅର୍ଥ ହେଉଛି ଏହି ସିଧା ରେଖାରେ କୌଣସି ପାହାଡ କିମ୍ବା ଭୂ-ଖଣ୍ଡର ଅଂଶ ବିଶେଷ ରହିନାହିଁ। ବର୍ତ୍ତମାନ ମନରେ ସବୁଠାରୁ ପ୍ରଶ୍ନ ସୃଷ୍ଟି ହେଉଛି କଣ ପ୍ରାଚୀନ କାଳରେ ମଧ୍ୟ ଲୋକମାନଙ୍କୁ ଏହା ସମ୍ପର୍କରେ ଜଣାଥିଲା କି ଦକ୍ଷିଣୀ ଧ୍ରୁବ କେଉଁଠାରେ ରହିଛି ପୃଥିବୀ ଗୋଲାକାର। କିଭଳି ଏହି ବାଣ ସ୍ତମ୍ଭ ନିର୍ମାଣ କରାଯାଇଛି। ଏହାକୁ ନେଇ ବର୍ତ୍ତମାନ ମଧ୍ୟ ରହସ୍ୟ ସୃଷ୍ଟି ହୋଇଛି।

seaବର୍ତ୍ତମାନ ଧକ୍ଷିଣୀ ଧ୍ରୁବ ଠାରୁ ଭାରତର ପଶ୍ଚିମୀ ତଟ୍ଟରେ ବିନା କୌଣସି ବାଧାରେ ଯେଉଁ ସ୍ଥାନରେ ସିଧା ରେଖା ମିଳିଥାଏ, ସେଠାରେ ଜ୍ୟୋର୍ତିଲିଙ୍ଗ ସ୍ଥାପିତ ହୋଇଛି। ଯାହାକୁ ଭାରତର ୧୨ଟି ଜ୍ୟୋର୍ତିଲିଙ୍ଗ ମଧ୍ୟରେ ପ୍ରଥମ କୁହାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.