ବ୍ୟବସାୟ ଓ ଅର୍ଥନୀତି

ପ୍ରତିମାସ ମହିଳାଙ୍କୁ ମିଳିବ ୧୦୦୦ ଟଙ୍କା, ଜାଣନ୍ତୁ କେମିତି ଆପଣ ଉଠାଇବେ ଏହି ଯୋଜନାର ଲାଭ

ମହିଳାଙ୍କ ପାଇଁ ଅନେକ ସ୍କିମ୍‌ କାର୍ଯ୍ୟକାରୀ କରିଛନ୍ତି ସରକାର । ମହିଳାଙ୍କ ସ୍ୱାଭିମାନ, ମହିଳାଙ୍କ ଆତ୍ମବିଶ୍ୱାସ ଏବଂ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାର ଅନେକ ଯୋଜନା ଆରମ୍ଭ କରିଛନ୍ତି । ଆଜି ଆମେ ଆପଣଙ୍କୁ ଏପରି ସ୍କିମ ବିଷୟରେ ସୂଚନା ଦେବାକୁ ଯାଉଛୁ, ଯେଉଁଥିରେ ଆପଣଙ୍କୁ ପ୍ରତି ମାସ ୧୦୦୦ ଟଙ୍କା ମିଳିବ ।

ଏହି ସ୍କିମ୍‌ ଅନୁଯାୟୀ ୮ ହଜାର କୋଟି ଟଙ୍କାର ବଜେଟ ଆବଣ୍ଟିତ କରାଯାଇଛି । ଆବେଦନର ତାରିଖ ମାର୍ଚ୍ଚ ପାଞ୍ଚ ଠାରୁ ଆରମ୍ଭ ହେଉଛି । ଯୋଗ୍ୟ ପ୍ରାର୍ଥୀ ପାଞ୍ଚ ମାର୍ଚ୍ଚ ଠାରୁ ଏହି ସ୍କିମ ପାଇଁ ଆବେଦନ କରିପାରିବେ ।

ମଧ୍ୟପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ଯୋଜନା ଘୋଷଣା କରାଯାଇଛି । ଆମେ ଯେଉଁ ଯୋଜନା ବିଷୟରେ କହୁଛୁ ତାହାର ନାମ ହେଉଛି ଲାଡଲୀ ବେହନା ଯୋଜନା । ଯେଉଁଥିରେ ପ୍ରତି ମାସ ୧୦ ତାରିଖରେ ମହିଳାଙ୍କ ଆକାଉଣ୍ଟରେ ୧ ହଜାର ଟଙ୍କା ପଠାଯିବ ।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଅନୁଯାୟୀ ଏହି ସ୍କିମ ମହିଳାଙ୍କ ପାଇଁ କ୍ରାନ୍ତିକାରୀ ପ୍ରମାଣିତ ହେବ ଏବଂ ଏମାନଙ୍କ ଜୀବନରେ ଏକ ବଡ ପରିବର୍ତ୍ତନ ନେଇ ଆସିବ ।
ଏହି ସ୍କିମ ଅନୁଯାୟୀ ପାଞ୍ଚ ମାର୍ଚ୍ଚ ଠାରୁ ଫର୍ମ ପୂରଣ କରାଯିବ ଏବଂ ଏଥିପାଇଁ ଗାଁ ଗାଁରେ ଶିବିର ଲଗାଯିବ । ମହିଳାଙ୍କୁ ଏହି ଯୋଜନା ଅନୁଯାୟୀ ତିନିଟି କ୍ୟାଟଗରୀରେ ବଣ୍ଟାଯାଇଛି ।

ପ୍ରଥମ କ୍ୟାଟେଗରୀରେ ଆର୍ଥିକ ରୂପରେ ଦୁର୍ବଳ ମହିଳାଙ୍କୁ ଟଙ୍କା ଦିଆଯିବ । ଦ୍ୱିତୀୟ କ୍ୟାଟଗରୀ ଅନୁଯାୟୀ ପାଞ୍ଚ ଏକର କିମ୍ବା ତାଠାରୁ କମ୍‌ ଥିବା ମହିଳାଙ୍କୁ ଏବଂ ତୃତୀୟ କ୍ୟାଟେଗରୀରେ ଅଢ଼େଇ ଲକ୍ଷ ରୁ କମ୍‌ ପ୍ରତିବର୍ଷ ଆୟ ଥିବା ମହିଳାଙ୍କୁ ଲାଭ ଦିଆଯିବ ।

ଏହି ସ୍କିମର ଆରମ୍ଭ କେବଳ ମଧ୍ୟପ୍ରଦେଶ ନାଗରିକଙ୍କ ପାଇଁ କରାଯାଇଛି । ତେବେ ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ କୌଣସି ଅନ୍ୟ ରାଜ୍ୟର ଲୋକମାନେ ଏହି ଯୋଜନାର ଲାଭ ଉଠାଇପାରିବେନାହିଁ ।

 

Pritiparna

Recent Posts

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

18 mins ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

35 mins ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

3 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

3 hours ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

3 hours ago

ବସ୍‌ ଷ୍ଟାଣ୍ଡରେ ହୁତୁ ହୁତୁ ହୋଇ ଜଳିଗଲା ୪ ଟି ବସ୍‌

ରାୟଗଡ଼ା(କେନ୍ୟୁଜ୍‌): ବସ୍‌ ରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ବସ୍‌ଷ୍ଟାଣ୍ଡରେ ଜଳିଗଲା ବସ୍‌ । ରାୟଗଡ଼ା ଜିଲ୍ଲା…

4 hours ago