ପ୍ରତିମାସ ମହିଳାଙ୍କୁ ମିଳିବ ୧୦୦୦ ଟଙ୍କା, ଜାଣନ୍ତୁ କେମିତି ଆପଣ ଉଠାଇବେ ଏହି ଯୋଜନାର ଲାଭ
ମହିଳାଙ୍କ ସ୍ୱାଭିମାନ, ମହିଳାଙ୍କ ଆତ୍ମବିଶ୍ୱାସ ଏବଂ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାର ଅନେକ ଯୋଜନା ଆରମ୍ଭ କରିଛନ୍ତି । ଆଜି ଆମେ ଆପଣଙ୍କୁ ଏପରି ସ୍କିମ ବିଷୟରେ ସୂଚନା ଦେବାକୁ ଯାଉଛୁ, ଯେଉଁଥିରେ ଆପଣଙ୍କୁ ପ୍ରତି ମାସ ୧୦୦୦ ଟଙ୍କା ମିଳିବ ।

ମହିଳାଙ୍କ ପାଇଁ ଅନେକ ସ୍କିମ୍ କାର୍ଯ୍ୟକାରୀ କରିଛନ୍ତି ସରକାର । ମହିଳାଙ୍କ ସ୍ୱାଭିମାନ, ମହିଳାଙ୍କ ଆତ୍ମବିଶ୍ୱାସ ଏବଂ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାର ଅନେକ ଯୋଜନା ଆରମ୍ଭ କରିଛନ୍ତି । ଆଜି ଆମେ ଆପଣଙ୍କୁ ଏପରି ସ୍କିମ ବିଷୟରେ ସୂଚନା ଦେବାକୁ ଯାଉଛୁ, ଯେଉଁଥିରେ ଆପଣଙ୍କୁ ପ୍ରତି ମାସ ୧୦୦୦ ଟଙ୍କା ମିଳିବ ।
ଏହି ସ୍କିମ୍ ଅନୁଯାୟୀ ୮ ହଜାର କୋଟି ଟଙ୍କାର ବଜେଟ ଆବଣ୍ଟିତ କରାଯାଇଛି । ଆବେଦନର ତାରିଖ ମାର୍ଚ୍ଚ ପାଞ୍ଚ ଠାରୁ ଆରମ୍ଭ ହେଉଛି । ଯୋଗ୍ୟ ପ୍ରାର୍ଥୀ ପାଞ୍ଚ ମାର୍ଚ୍ଚ ଠାରୁ ଏହି ସ୍କିମ ପାଇଁ ଆବେଦନ କରିପାରିବେ ।
ମଧ୍ୟପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ଯୋଜନା ଘୋଷଣା କରାଯାଇଛି । ଆମେ ଯେଉଁ ଯୋଜନା ବିଷୟରେ କହୁଛୁ ତାହାର ନାମ ହେଉଛି ଲାଡଲୀ ବେହନା ଯୋଜନା । ଯେଉଁଥିରେ ପ୍ରତି ମାସ ୧୦ ତାରିଖରେ ମହିଳାଙ୍କ ଆକାଉଣ୍ଟରେ ୧ ହଜାର ଟଙ୍କା ପଠାଯିବ ।
ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଅନୁଯାୟୀ ଏହି ସ୍କିମ ମହିଳାଙ୍କ ପାଇଁ କ୍ରାନ୍ତିକାରୀ ପ୍ରମାଣିତ ହେବ ଏବଂ ଏମାନଙ୍କ ଜୀବନରେ ଏକ ବଡ ପରିବର୍ତ୍ତନ ନେଇ ଆସିବ ।
ଏହି ସ୍କିମ ଅନୁଯାୟୀ ପାଞ୍ଚ ମାର୍ଚ୍ଚ ଠାରୁ ଫର୍ମ ପୂରଣ କରାଯିବ ଏବଂ ଏଥିପାଇଁ ଗାଁ ଗାଁରେ ଶିବିର ଲଗାଯିବ । ମହିଳାଙ୍କୁ ଏହି ଯୋଜନା ଅନୁଯାୟୀ ତିନିଟି କ୍ୟାଟଗରୀରେ ବଣ୍ଟାଯାଇଛି ।
ପ୍ରଥମ କ୍ୟାଟେଗରୀରେ ଆର୍ଥିକ ରୂପରେ ଦୁର୍ବଳ ମହିଳାଙ୍କୁ ଟଙ୍କା ଦିଆଯିବ । ଦ୍ୱିତୀୟ କ୍ୟାଟଗରୀ ଅନୁଯାୟୀ ପାଞ୍ଚ ଏକର କିମ୍ବା ତାଠାରୁ କମ୍ ଥିବା ମହିଳାଙ୍କୁ ଏବଂ ତୃତୀୟ କ୍ୟାଟେଗରୀରେ ଅଢ଼େଇ ଲକ୍ଷ ରୁ କମ୍ ପ୍ରତିବର୍ଷ ଆୟ ଥିବା ମହିଳାଙ୍କୁ ଲାଭ ଦିଆଯିବ ।
ଏହି ସ୍କିମର ଆରମ୍ଭ କେବଳ ମଧ୍ୟପ୍ରଦେଶ ନାଗରିକଙ୍କ ପାଇଁ କରାଯାଇଛି । ତେବେ ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ କୌଣସି ଅନ୍ୟ ରାଜ୍ୟର ଲୋକମାନେ ଏହି ଯୋଜନାର ଲାଭ ଉଠାଇପାରିବେନାହିଁ ।