ବ୍ୟବସାୟ ଓ ଅର୍ଥନୀତି

NTPC ରେ ଚାକିରି ସୁଯୋଗ, ମାସକୁ ମିଳିବ ଦେଢଲକ୍ଷ ଦରମା

ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। NTPC ରେ ଚାକିରି କରିବାକୁ ଇଚ୍ଛୁକ ଥିଲେ ଜଲଦି କରନ୍ତୁ ଆବେଦନ । ଏଠାରେ ଏଜ୍ୟୁକ୍ୟୁଟିଭ ପଦବୀ ପାଇଁ ଆବେଦନ ଗ୍ରହଣ କରାଯାଉଛି। ଆବେଦନ ପ୍ରକ୍ରିୟା ୩ ଜୁନ୍‌, ୨୦୨୨ରୁ ଆରମ୍ଭ ହୋଇସାରିଲାଣି।

ପଦବୀ ବିବରଣୀ :

ଜରୁରୀ ତାରିଖ : ଆବେଦନ କରିବାର ତାରିଖ ଜୁନ୍‌ ୩ ତାରିଖରୁ ଆରମ୍ଭ ହୋଇ ୧୭ ଜୁନ୍‌ ୨୦୨୨ରେ ସମାପ୍ତ ହେବ।

ଶିକ୍ଷାଗତ ଯୋଗ୍ୟତା : ଯେଉଁ ପ୍ରାର୍ଥୀ ଆବେଦନ କରିବାକୁ ଚାହୁଁଚନ୍ତି, ସେମାନେ ବି ଟେକ, ସିଭିଲି ଇଂଜିନିୟରିଂରେ ଅତିକମ୍‌ରେ ୬୦ ପ୍ରତିଶତ ମାର୍କ ରଖିଥିବା ଜରୁରୀ। ଏହାସହିତ ୨ ବର୍ଷର ଅଭିଜ୍ଞତା ଥିବା ମଧ୍ୟ ଜରୁରୀ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସୀମା ସର୍ବନିମ୍ନ ୩୫ ବର୍ଷ ଏବଂ ସର୍ବାଧିକ ୪୫ ବର୍ଷ ହେବା ଜରୁରୀ।

ମାସିକ ଦରମା : ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ମାସିକ ଦେଢ ଲକ୍ଷ ଟଙ୍କା ମିଳିବ।

ଆବେଦନ ଶୁଳ୍କ : ସାଧାରଣ ବର୍ଗ/EWS/ଓବିସି ପ୍ରାର୍ଥୀଙ୍କୁ ୩୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡିବ। ସେହିପରି ଅନୁସୂଚିତ ଜାତି ଏବଂ ଜନଜାତି/PWBD/XSM ଏବଂ ମହିଳାମାନେ ନିଶୁଳ୍କ ଆବେଦନ କରିପାରିବେ।

କେମିତି କରିବେ ଆବେଦନ :

– ପ୍ରଥମେ ଅଫିସିଆଲ ପେଜ୍‌ ..କୁ ଯାଆନ୍ତୁ।

– ତା’ ପରେ ହାଏରିଂ ସେକ୍ସନକୁ ଯାଆନ୍ତୁ।

– ନୋଟିଫିକେସନ ଓପନ କରି ପଦବୀ ପାଇଁ ଆବେଦନ କରନ୍ତୁ।

– ଅନଲାଇନ ଫର୍ମ ଭରିବା ପରେ ସବୁ ଡକ୍ୟୁମେଣ୍ଟନ ସ୍କାନ କରି ଆଟାଚ୍‌ କରନ୍ତୁ।

– ଆବେଦନ ଶୁଳ୍କ ଭରିବା ପରେ ସବମିଟ୍‌ କରନ୍ତୁ।

– ଏହାର ଏକ ପ୍ରିଣ୍ଟ କପି କାଢି ରଖନ୍ତୁ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

https://careers.ntpc.co.in/

https://careers.ntpc.co.in/main/folders/Archives/advt/14_22%20Detailed%20Advt.pdf

Swagatika

Recent Posts

ମୁହାଁମୁହିଁ ଧକ୍କା ହେଲା ମାଲବାହୀ ଟ୍ରେନ୍, ୨ ଲୋକୋ ପାଇଲଟ୍ ଗୁରୁତର

ପଞ୍ଜାବ : ମୁହାଁମୁହିଁ ଧକ୍କା ହେଲା ୨ ମାଲବାହୀ ଟ୍ରେନ୍ ।  ପଞ୍ଜାବ ଫତେଗଡ଼ ସାହିବ ନିକଟ ମାଧେପୁର ଠାରେ…

31 mins ago

ଜୟପୁର ସହରରେ ପଡିଛି ଡାଇମଣ୍ଡ ସର୍କସ: ଜୋକରର କମେଡି ସାଙ୍ଗକୁ ଆଫ୍ରିକାନ କଳାକାରଙ୍କ ଶୋ ଲୋକଙ୍କ ମନ ଜିଣୁଛି

ଜୟପୁର(କେନ୍ୟୁଜ୍‌): ଦିନ ଥିଲା ସର୍କସ ନା ଶୁଣିଲେ ମନରେ ଉତ୍ସାହ ଭରି ଉଠୁଥିଲା । ପିଲା ଠୁ ଟୋକା, ବୁଢା…

32 mins ago

ନିର୍ବାଚନୀ ପରବର୍ତ୍ତୀ ହିଂସା: ଇଭିଏମ ହେରଫେର ସନ୍ଦେହରେ ଗଣ୍ଡଗୋଳ ଅଭିଯୋଗ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ଧର୍ମଶାଳାରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ସ୍ୱାଧୀନ ପ୍ରାର୍ଥୀ ସମର୍ଥକଙ୍କ ଲଙ୍କାକାଣ୍ଡ ଅଭିଯୋଗ । …

39 mins ago

Realme ଲଞ୍ଚ କଲା ବଢ଼ିଆ ଫୋନ, ଦାମ ସହ ଫିଚର୍ସ ରହିଛି ଦମଦାର

Realme ଏକ ବଜେଟ୍ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ ଲଞ୍ଚ କରିଛି । Realmeର ଏହି ବଜେଟ୍ ସ୍ମାର୍ଟଫୋନ୍ ସି ସିରିଜରେ ଲଞ୍ଚ…

1 hour ago

ପଛପଟୁ ଧକ୍କା ଦେଲା ବାଇକ, ବୃଦ୍ଧଙ୍କ ମୃତ୍ୟୁ

କେନ୍ଦ୍ରାପଡା (କେନ୍ୟୁଜ): କେନ୍ଦ୍ରାପଡା କୁଦାନଗରି ଥାନା ଗୌଡଗାଁରେ ବାଇକ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ନାଁ…

2 hours ago

ତପ୍ତପାଣି ଘାଟି ତଳକୁ ଖସିଲା ଟ୍ରକ, ଡ୍ରାଇଭର ମୃତ

ଦିଗପହଣ୍ଡି (କେନ୍ୟୁଜ): ତପ୍ତପାଣି ଘାଟିରେ ପୁଣି ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ମାଲବାହୀ ଟ୍ରକ ।…

2 hours ago