NTPC ରେ ଚାକିରି ସୁଯୋଗ, ମାସକୁ ମିଳିବ ଦେଢଲକ୍ଷ ଦରମା
ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। NTPC ରେ ଚାକିରି କରିବାକୁ ଇଚ୍ଛୁକ ଥିଲେ ଜଲଦି କରନ୍ତୁ ଆବେଦନ । ଏଠାରେ ଏଜ୍ୟୁକ୍ୟୁଟିଭ ପଦବୀ ପାଇଁ ଆବେଦନ ଗ୍ରହଣ କରାଯାଉଛି। ଆବେଦନ ପ୍ରକ୍ରିୟା ୩ ଜୁନ୍, ୨୦୨୨ରୁ ଆରମ୍ଭ ହୋଇସାରିଲାଣି।
ପଦବୀ ବିବରଣୀ :
ଜରୁରୀ ତାରିଖ : ଆବେଦନ କରିବାର ତାରିଖ ଜୁନ୍ ୩ ତାରିଖରୁ ଆରମ୍ଭ ହୋଇ ୧୭ ଜୁନ୍ ୨୦୨୨ରେ ସମାପ୍ତ ହେବ।
ଶିକ୍ଷାଗତ ଯୋଗ୍ୟତା : ଯେଉଁ ପ୍ରାର୍ଥୀ ଆବେଦନ କରିବାକୁ ଚାହୁଁଚନ୍ତି, ସେମାନେ ବି ଟେକ, ସିଭିଲି ଇଂଜିନିୟରିଂରେ ଅତିକମ୍ରେ ୬୦ ପ୍ରତିଶତ ମାର୍କ ରଖିଥିବା ଜରୁରୀ। ଏହାସହିତ ୨ ବର୍ଷର ଅଭିଜ୍ଞତା ଥିବା ମଧ୍ୟ ଜରୁରୀ।
ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସୀମା ସର୍ବନିମ୍ନ ୩୫ ବର୍ଷ ଏବଂ ସର୍ବାଧିକ ୪୫ ବର୍ଷ ହେବା ଜରୁରୀ।
ମାସିକ ଦରମା : ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ମାସିକ ଦେଢ ଲକ୍ଷ ଟଙ୍କା ମିଳିବ।
ଆବେଦନ ଶୁଳ୍କ : ସାଧାରଣ ବର୍ଗ/EWS/ଓବିସି ପ୍ରାର୍ଥୀଙ୍କୁ ୩୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡିବ। ସେହିପରି ଅନୁସୂଚିତ ଜାତି ଏବଂ ଜନଜାତି/PWBD/XSM ଏବଂ ମହିଳାମାନେ ନିଶୁଳ୍କ ଆବେଦନ କରିପାରିବେ।
କେମିତି କରିବେ ଆବେଦନ :
– ପ୍ରଥମେ ଅଫିସିଆଲ ପେଜ୍ ..କୁ ଯାଆନ୍ତୁ।
– ତା’ ପରେ ହାଏରିଂ ସେକ୍ସନକୁ ଯାଆନ୍ତୁ।
– ନୋଟିଫିକେସନ ଓପନ କରି ପଦବୀ ପାଇଁ ଆବେଦନ କରନ୍ତୁ।
– ଅନଲାଇନ ଫର୍ମ ଭରିବା ପରେ ସବୁ ଡକ୍ୟୁମେଣ୍ଟନ ସ୍କାନ କରି ଆଟାଚ୍ କରନ୍ତୁ।
– ଆବେଦନ ଶୁଳ୍କ ଭରିବା ପରେ ସବମିଟ୍ କରନ୍ତୁ।
– ଏହାର ଏକ ପ୍ରିଣ୍ଟ କପି କାଢି ରଖନ୍ତୁ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :
https://careers.ntpc.co.in/main/folders/Archives/advt/14_22%20Detailed%20Advt.pdf