ବ୍ୟବସାୟ ଓ ଅର୍ଥନୀତି

ଏବେ କାର ଓ ହୋମ ଲୋନ ପାଇଁ ଦେବାକୁ ପଡ଼ିବ ଅଧିକ EMI

ସାଧାରଣ ଲୋକଙ୍କ ଉପରେ ପୁଣି ଥରେ ପଡ଼ିଛି ମହଙ୍ଗା ମାଡ଼।ପୁଣିଥରେ ସୁଧହାର ବଢ଼ାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ପୁଣି ଥରେ ରେପୋ ରେଟ ବଢ଼ିବାର ସୂଚନା ଦେଇଛନ୍ତି। ବର୍ତ୍ତମାନ ରେପୋରେଟ ୦.୨୫% ବଢ଼ିଛି । ଏମିତିରେ ରେପୋରେଟ ୬.୫୦% ହୋଇଛି। ଏହାକାରଣରୁ ଲୋନ ନେବା ମହଙ୍ଗା ହୋଇଯିବ। ସେମିତି ଅନ୍ୟପକ୍ଷରେ ଆରବିଆଇ ଅନୁମାନ ମୁତାବିକ ୨୦୨୩-୨୪ ପାଇଁ ରିୟଲ ଜିଡ଼ିପି ଗ୍ରୋଥ ୬.୪% ରହିବ। ଯାହାQ1 ରେ ୭.୮%, Q2 ରେ ୬.୨%, Q3ରେ ୬% ଓ Q4ରେ ୫.୮% ରହିବ।

ଆରବିଆଇ ଆଜି ବୁଧବାର ଫେବୃଆରୀ ୮ ତାରିଖରେ ୨୫ ବେସ୍‌ ପଏଣ୍ଟ ରେପୋରେଟ ବଢ଼ାଇଦିଆଯାଇଛି। ରେପୋରେଟ ତାହା ହୋଇଥାଏ ଯେଉଁ ଦରରେ ଆରବିଆଇ ବ୍ୟାଙ୍କକୁ ଟଙ୍କା ଉଧାରି ଦେଇଥାଏ। ଚଳିତ ୨୦୨୩-୨୪ ବର୍ଷ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଶର ଅର୍ଥବ୍ୟବସ୍ଥା ପାଇଁ କିଛି ନିତୀ ନିର୍ଦ୍ଧାରଣ କରିଛନ୍ତି।

ତେବେ ଆରବିଆଇର ଏହି ଘୋଷଣା ଫଳରେ ଗ୍ରାହକଙ୍କ ପାଇଁ ଏଣିକି କାର ଓ ହୋମ ଲୋନ ଆହୁରି ମହଙ୍ଗା ହେବ । ଗାଡ଼ି ଓ ଘର ଋଣ ବଢ଼ିବା ପରେ ଏବେ ପକେଟରୁ ଅଧିକ ସୁଧ ଦେବାକୁ ପଡ଼ିବ । ରେପୋ ରେଟରେ ୨୫ ବେସିସ ପଏଣ୍ଟ ବୃଦ୍ଧି ହୋଇଛି । ମୁଦ୍ରାନୀତି ସମୀକ୍ଷା କରି ରେପୋ ରେଟ୍‌ ବଢ଼ାଇଛନ୍ତି ଆରବିଆଇ । ରେପୋ ରେଟ୍‌ ୬.୫ ପ୍ରତିଶତକୁ ବୃଦ୍ଧି ପାଇଛି । ପୂର୍ବରୁ ଏହା ୬.୨୫ ପ୍ରତିଶତ ଥିଲା । ବର୍ଦ୍ଧିତ ମୁଦ୍ରାସ୍ପୀତିଙ୍କୁ ଦୃଷ୍ଟିରେ ରଖି ସୁଧହାର ବଢ଼ାଇଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ । ରେପୋ ରେଟ୍‌ ବୃଦ୍ଧି ହୋଇଥିବାରୁ ଆଗକୁ ଋଣ ଉପରେ ଇଏମଆଇ ବଢ଼ିବ । ମହଙ୍ଗା ହେବ ଗୃହ ଓ ଗାଡ଼ି ସମେତ ବିଭିନ୍ନ ବ୍ୟାଙ୍କ ଲୋନ୍‌ ଉପରେ ଇଏମଆଇ । କ୍ରମାଗତ ଷଷ୍ଠ ଥର ପାଇଁ ବଢ଼ିଛି ରେପୋ ରେଟ୍‌ । ଗତବର୍ଷ ମେ’ ମାସରୁ ଏପର୍ଯ୍ୟନ୍ତ ରେପୋ ରେଟ୍‌ ୨.୫% ବୃଦ୍ଧି ପାଇଛି ।

ବର୍ତ୍ତମାନ ଦେଶରେ ମହଙ୍ଗା ଦର ହ୍ରାସ ପାଇଥିବା ବେଳେ ଆରବିଆଇ ରେପୋ ରେଟ ହାର ବୃଦ୍ଧି ଘୋଷଣା କରିଛି । ଏହି ଘୋଷଣା ପରେ ରେପୋ ରେଟ୍ ଏବେ ୬.୨୫ରୁ ବୃଦ୍ଧି ପାଇ ୬.୫୦ ପ୍ରତିଶତରେ ପହଞ୍ଚି ଯାଇଛି । ଅର୍ଥାତ ହୋମ ଲୋନଠାରୁ ଆରମ୍ଭ କରି ଅଟୋ ଓ ପର୍ସନାଲ ଲୋନ ସବୁକିଛି ଏବେ ମହଙ୍ଗା ହୋଇଯିବ । ଗ୍ରାହକଙ୍କୁ ପୂର୍ବାପେକ୍ଷା ଏଣିକି ଅଧିକ ଇଏମଆଇ ଭରିବାକୁ ପଡ଼ିବ । ନିକଟରେ ଦେଶର ସାଧାରଣ ବଜେଟ ଆଗତ ହୋଇଥିବା ବେଳେ ଆଜି ଅନୁଷ୍ଠିତ ହୋଇଥିବା ଆରବିଆଇର ମୁଦ୍ର ନୀତି ବୈଠକ ଏମପିସି ରେ ଏ ବାବଦରେ ନିଷ୍ପତ୍ତି ନିଆଯାଇଛି ।

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ତିନିଦିନିଆ ଏମପିସି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଆଜି ଘୋଷଣା କରିଛନ୍ତି । ରେପୋ ରେଟ୍ ୨୫ ବେସିସ ପଏଣ୍ଟ ବୃଦ୍ଧି ନେଇ ଏକ୍ସପର୍ଟମାନେ ପୂର୍ବାନୁମାନ କରିଥିଲେ । ଏହା ପୂର୍ବରୁ ଗତବର୍ଷ ଡିସେମ୍ବର ମାସ ଏମପିସି ବୈଠକରେ ରେପୋ ରେଟ୍ ୫.୯୦ରୁ ୬.୨୫ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା । ଆରବିଆଇ ଗତ ଏକ ବର୍ଷ ମଧ୍ୟରେ ରେପୋ ରେଟରେ ମୋଟ ୨.୫୦ ପ୍ରତିଶତ ବୃଦ୍ଧି କରିସାରିଲାଣି ।

D Sonali

Recent Posts

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଥିଲେ, ହେଲେ ଛାଡିଲେନି ଗାଁର ମହିଳା । ସିଧା ଘରକୁ ଗଲେ ଆଉ ପକାଇଲେ…

6 mins ago

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

24 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

26 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

1 hour ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

1 hour ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

1 hour ago