ଦେଶ ବିଦେଶ

ସ୍ୱତନ୍ତ୍ର ଜ୍ୟାକେଟ୍‌ ପିନ୍ଧି ସଂସଦରେ ପହଞ୍ଚିଲେ ପିଏମ୍‌ ମୋଦି, ୨୮ ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌ ବୋତଲରୁ କରାଯାଇଛି ପ୍ରସ୍ତୁତ!

ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦି ପ୍ରାୟତଃ ନିଜର ପୋଷାକ ପରିଧାନ ଏବଂ ଜ୍ୟାକେଟ୍‌କୁ ନେଇ ଚର୍ଚ୍ଚାରେ ରୁହନ୍ତି। ଏଥର ମଧ୍ୟ ସେ ଏକ ଖାସ୍‌ ପ୍ରକାରର ଜ୍ୟାକେଟ୍‌ ପିନ୍ଧିଥିଲେ, ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କହି ରଖୁଛୁ ଯେ ପିଏମ୍‌ ମୋଦି ଆଜି ସଂସଦରେ ଯେଉଁ ଜ୍ୟାକେଟ୍‌ ପିନ୍ଧି ପହଞ୍ଚିଥିଲେ, ତାହାକୁ ୨୮ଟି ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌ ବୋତଲରୁ ତିଆରି କରାଯାଇଛି।

ସଂସଦର ବଜେଟ୍‌ ଅଧିବେଶନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବିଶେଷ ପ୍ରକାରର ଜ୍ୟାକେଟ୍‌ ପିନ୍ଧିଥିବା ନଜର ଆସିଥିଲେ। ମୋଦି ବୁଧବାର ସଂସଦରେ ନୀଳ ରଙ୍ଗର ଏହି ଜ୍ୟାକେଟ୍‌ ପିନ୍ଧିଥିବାର ଦେଖାଯାଇଥିଲେ। ଜ୍ୟାକେଟ୍‌କୁ ପ୍ଲାଷ୍ଟିକ୍‌ ବୋତଲଗୁଡ଼ିକୁ ରିସାଇକେଲ କରାଯାଇ ତିଆରି କରାଯାଇଛି।

ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ ବାଙ୍ଗାଲୋରରେ ଇଣ୍ଡିଆ ଏନର୍ଜି ଓ୍ଵିକ୍‌ରେ ପିଏମ୍‌ଙ୍କୁ ଏହି ଜ୍ୟାକେଟ୍‌ ଭେଟି ଦେଇଥିଲା। ସୂଚନାଥାଉ କି, ଇଣ୍ଡିଆନ ଅଏଲ୍‌ କର୍ପୋରେସନ ପ୍ରତିବର୍ଷ ୧୦ କୋଟି ବୋତଲକୁ ପୁନର୍ବ୍ୟବହାରଯୋଗ୍ୟ କରିବ, ଯେଉଁଥିରୁ ସଶସ୍ତ୍ର ବାହିନୀଙ୍କ ପାଇଁ ମଧ୍ୟ ବର୍ଦ୍ଦି ତିଆରି କରାଯିବ।

Roshni

Recent Posts

କେରଳ ନୁହେଁ ଏବେ ‘କେରଳମ୍‌’…ବଦଳିପାରେ ରାଜ୍ୟର ନାଁ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍‌ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…

17 mins ago

ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…

19 mins ago

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

22 mins ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…

24 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

29 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

37 mins ago