ଦେଶ ବିଦେଶ

ସାନ ଭାଇକୁ ସୁରକ୍ଷା ଦେଲା ୭ ବର୍ଷର କୁନି ଝିଅ, ୧୭ ଘଣ୍ଟା ପରେ ଭଗ୍ନ ବିଲ୍ଡିଂ ତଳୁ ହେଲେ ଉଦ୍ଧାର

ସୋସିଆଲ ମିଡିଆରେ ଘୁରି ବୁଲୁଛି ତୁର୍କୀ ଓ ସିରିଆରେ ନିଜ ପ୍ରିୟଜନଙ୍କୁ ଖୋଜୁଥିବାର ଲୋମଟାଙ୍କୁରା ଦୃଶ୍ୟ। ମାଟିରେ ମିଶିଯାଇଛି ଶହଶହ ବର୍ଷର ଅନେକ ଐତିହ୍ୟ । ତେବେ ଏହାରି ଭିତରେ ଟ୍ୱିଟରରେ ଏମିତି ଏକ ଫଟୋ ସାମ୍ନାକୁ ଆସିଛି ଯାହାକୁ ଦେଖି ଶିହରି ଉଠିଛି ଲୋମ। ସିରିଆରେ ଏକ ସାତ ବର୍ଷର ଝିଅ ଏବଂ ତାର ସାନଭାଇ ଭଗ୍ନ ବିଲ୍ଡିଂ ତଳେ ଫସି ରହିଥିବାର ଦେଖିବାକୁ ମିଳୁଛି। ଚିତ୍ରରେ ଥିବା ଝିଅଟି ତା ସାନଭାଇକୁ ଖସିପଡିଥିବା ବିଲ୍ଡିଂ ଭିତରେ ରକ୍ଷା କରୁଥିବାର ଦେଖାଯାଉଛି। ତେବେ ପରେ ଭୁଶୁଡ଼ି ପଡ଼ିଥିବା କୋଠାର ଅଳିଆ ଆବର୍ଜନା ଭିତରୁ ଉଭୟଙ୍କୁ ଉଦ୍ଧାର କରାଯାଇଥିଲା। ଯେଉଁଠାରେ ସେମାନେ ଘଣ୍ଟା ଘଣ୍ଟା ଧରି ଫସି ରହିଥିଲେ।

ଏହି ଚିତ୍ରଟିକୁ ଜାତିସଂଘର ପ୍ରତିନିଧୀ ମହମ୍ମଦ ସଫା ସେୟାର କରିଛନ୍ତି। କିଭିଳି ସିରିଆ ଏବଂ ତୁର୍କୀ ଉଭୟ ଦେଶ ସବୁଠାରୁ ବିପଦପୂର୍ଣ୍ଣ ଭୂକମ୍ପରୁ ବାହାରକୁ ଆସିବ ସେନେଇ ଲୋକଙ୍କୁ ସକରାତ୍ମକ ଭାବନା ଆଣିବାକୁ ସେ ଅନୁରୋଧ କରିଥିଲେ। ସାଫା ତାଙ୍କ ଟ୍ୱିଟ୍‌ରେ କହିଛନ୍ତି ଯେ, ୭ ବର୍ଷର ବାଳିକା ୧୭ ଘଣ୍ଟା ଧରି ଭଗ୍ନ ବିଲ୍ଡିଂ ତଳେ ଚାପି ହୋଇ ଥିବାବେଳେ, ସୁରକ୍ଷା ଦେବା ପାଇଁ ସେ ନିଜ ସାନଭାଇର ମୁଣ୍ଡ ଉପରେ ହାତ ରଖିଥିବା ଦେଖିବାକୁ ମିଳିଥିଲା।

ସୂଚନା ଥାଉକି, ଦିନକୁ ଦିନ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି। ତୁର୍କୀ ଓ ସିରିଆରେ ବର୍ତ୍ତମାନ ସୁଦ୍ଧା ୮ ହଜାର ଲୋକଙ୍କ ମୃତ୍ୟୁ ହେଲାଣି । କେବଳ ତୁର୍କୀରେ ୫ହଜାର ୮୯୪ ଜଣଙ୍କର ଜୀବନ ଯାଇଛି । ସିରିଆରେ ଏହି ସଂଖ୍ୟା ୧ହଜାର ୯୩୨ । କୁହାଯାଉଛି ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ । ତେବେ ବର୍ତ୍ତମାନ ଧ୍ୱଂସାବଶେଷ ତଳୁ ଜୀବନ ଖୋଜୁଛନ୍ତି ଉଦ୍ଧାରକାରୀ ଟିମ୍‌ ।

ଏବେ ବି ଭାଙ୍ଗିଯାଇଥିବା କୋଠା ତଳେ ଅନେକ ଲୋକ ଚାପି ହୋଇ ରହିଛନ୍ତି । ଧ୍ୱଂସସ୍ତୁପ ପାଲଟିଛି ଅନେକ ଅଞ୍ଚଳ । ଦିନ ରାତି ଅହରହ ଚାଲିଛି ରେସକ୍ୟୁ ଅପରେସନ୍‌ । ମୃତ୍ୟୁସଂଖ୍ୟା ବଢିଚାଲିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଆହତ ହୋଇଛନ୍ତି ୩୦ ହଜାରରୁ ଅଧିକ ଲୋକ । ଯୁଆଡ଼େ ଚାହିଁଲେ ହାହାକାର ପରିସ୍ଥିତି । ଭଙ୍ଗା କୋଠା ତଳୁ ତ୍ରାହି ତ୍ରାହି ଡାକ ଶୁଭୁଛି । ମାଟିରେ ମିଶିଛି ୬ ହଜାରରୁ ଅଧିକ ବିଲଡିଂ ।

Sonalisa

Recent Posts

କେରଳ ନୁହେଁ ଏବେ ‘କେରଳମ୍‌’…ବଦଳିପାରେ ରାଜ୍ୟର ନାମ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍‌ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…

4 mins ago

ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…

6 mins ago

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

10 mins ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…

11 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

16 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

25 mins ago