ବ୍ୟବସାୟ ଓ ଅର୍ଥନୀତି

ଷ୍ଟେଟ ବ୍ୟାଙ୍କର ୟୁପିଆଇ ସେବା ବାଧାପ୍ରାପ୍ତ, ନାହିଁ ନଥିବା ହଇରାଣ ହେଉଛନ୍ତି ଗ୍ରାହକ

ଷ୍ଟେଟ ବ୍ୟାଙ୍କ ୟୁଜର୍ସଙ୍କ ପାଇଁ ଜରୁରୀ ଖବର । ଗତକାଲିଠାରୁ କାମ କରୁନି ବ୍ୟାଙ୍କର ୟୁପିଆଇ । ଷ୍ଟେଟବ୍ୟାଙ୍କର କୌଣସି ଅନଲାଇନ ସେବା କାମ କରୁନି । ଏଥିପାଇଁ ଗ୍ରାହକ ନାହିଁ ନଥିବା ସମସ୍ୟାର ସାମ୍ନା କରୁଛନ୍ତି । ଗତକାଲି ବ୍ୟାଙ୍କ ପକ୍ଷରୁ କିଛି ସମୟ ଅନଲାଇନ ସେବା ବାଧାପ୍ରାପ୍ତ ରହିବ ବୋଲି ଟ୍ଵିଟ୍‌ କରି ଗ୍ରାହକଙ୍କୁ ସୂଚନା ଦେଇଥିଲା ବ୍ୟାଙ୍କ। ହେଲେ ଆଜି ଯାଏଁ ମଧ୍ୟ ୟୁପିଆଇ କାମ କରୁନି ବୋଲି ଗ୍ରାହକ ଅଭିଯୋଗ କରିଛନ୍ତି ।

ଏହାପୂର୍ବରୁ ଏପ୍ରିଲ ୧ ତାରିଖରେ ମଧ୍ୟ ବ୍ୟାଙ୍କର ସରର୍ଭର ଡାଉନ ଥିଲା । ଏପ୍ରିଲ ୨ ତାରିଖରେ ଦିନ ୧.୩୦ରୁ ୪.୪୩ ମିନିଟ୍‌ ପର୍ଯ୍ୟନ୍ତ ଇଣ୍ଟରନେଟ ବ୍ୟାଙ୍କିଂ, ୟୋନୋ, ୟୁପିଆଇ ସେବା ବନ୍ଦ ରହିବ ବୋଲି ସୂଚନା ମିଳିଥିଲା । ଟ୍ଵିଟର ଜରିଆରେ ବ୍ୟାଙ୍କ ଏହି ସୂଚନା ଦେଇଥିଲା ।  ବ୍ୟାଙ୍କିଂ ସେବା ଡାଉନ ଥିବାରୁ ଲୋକେ ଅନଲାଇନ ଦେଣନେଣରେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ।  ତେବେ କେତେବେଳେ ଏସବିଆଇର ଅନଲାଇନ ସେବା କାମ କରିବ ତାହା ଜଣାପଡିନାହିଁ ।

Swagatika

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

4 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

7 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

7 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

7 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

10 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

10 hours ago