ଷ୍ଟେଟ ବ୍ୟାଙ୍କର ୟୁପିଆଇ ସେବା ବାଧାପ୍ରାପ୍ତ, ନାହିଁ ନଥିବା ହଇରାଣ ହେଉଛନ୍ତି ଗ୍ରାହକ
କାମ କରୁନି ଏସବିଆଇର ଅନଲାଇନ ସେବା । ସମସ୍ୟା ଭୋଗୁଛନ୍ତି ଗ୍ରାହକ । ଗତକାଲିଠାରୁ କାମ କରୁନି ସେବା । ଗତକାଲି କିଛିସମୟ ୟୁପିଆଇ ସେବା ବୈଷୟିକ ତ୍ରୁଟି ପାଇଁ ବାଧାପ୍ରାପ୍ତ ହେବ ବୋଲି ଟ୍ଵିଟ୍ କରିଥିଲା ବ୍ୟାଙ୍କ । ତେବେ ଆଜିଯାଏଁ ମଧ୍ୟ ୟୁପିଆଇ କାମ କରୁନି ବୋଲି ଅଭିଯୋଗ ହୋଇଛି ।

ଷ୍ଟେଟ ବ୍ୟାଙ୍କ ୟୁଜର୍ସଙ୍କ ପାଇଁ ଜରୁରୀ ଖବର । ଗତକାଲିଠାରୁ କାମ କରୁନି ବ୍ୟାଙ୍କର ୟୁପିଆଇ । ଷ୍ଟେଟବ୍ୟାଙ୍କର କୌଣସି ଅନଲାଇନ ସେବା କାମ କରୁନି । ଏଥିପାଇଁ ଗ୍ରାହକ ନାହିଁ ନଥିବା ସମସ୍ୟାର ସାମ୍ନା କରୁଛନ୍ତି । ଗତକାଲି ବ୍ୟାଙ୍କ ପକ୍ଷରୁ କିଛି ସମୟ ଅନଲାଇନ ସେବା ବାଧାପ୍ରାପ୍ତ ରହିବ ବୋଲି ଟ୍ଵିଟ୍ କରି ଗ୍ରାହକଙ୍କୁ ସୂଚନା ଦେଇଥିଲା ବ୍ୟାଙ୍କ। ହେଲେ ଆଜି ଯାଏଁ ମଧ୍ୟ ୟୁପିଆଇ କାମ କରୁନି ବୋଲି ଗ୍ରାହକ ଅଭିଯୋଗ କରିଛନ୍ତି ।
ଏହାପୂର୍ବରୁ ଏପ୍ରିଲ ୧ ତାରିଖରେ ମଧ୍ୟ ବ୍ୟାଙ୍କର ସରର୍ଭର ଡାଉନ ଥିଲା । ଏପ୍ରିଲ ୨ ତାରିଖରେ ଦିନ ୧.୩୦ରୁ ୪.୪୩ ମିନିଟ୍ ପର୍ଯ୍ୟନ୍ତ ଇଣ୍ଟରନେଟ ବ୍ୟାଙ୍କିଂ, ୟୋନୋ, ୟୁପିଆଇ ସେବା ବନ୍ଦ ରହିବ ବୋଲି ସୂଚନା ମିଳିଥିଲା । ଟ୍ଵିଟର ଜରିଆରେ ବ୍ୟାଙ୍କ ଏହି ସୂଚନା ଦେଇଥିଲା । ବ୍ୟାଙ୍କିଂ ସେବା ଡାଉନ ଥିବାରୁ ଲୋକେ ଅନଲାଇନ ଦେଣନେଣରେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ତେବେ କେତେବେଳେ ଏସବିଆଇର ଅନଲାଇନ ସେବା କାମ କରିବ ତାହା ଜଣାପଡିନାହିଁ ।
What’s going on for yono sbi app from yesterday onwards still not working properly…..yesterday I pay amount for my loan repayment it is failed but my amount is debited.. Still not rectified anything………..
— ABUSALI (@Tamilan_Abusali) April 2, 2023
Sbi server is down ..no transactions throgh phone pe ,google pe or through any UPI#sbiserver #Sbibank #StateBankOfIndia
— chetan hosur (@chetanhosur) April 3, 2023