ବଜାରକୁ ଆସୁଛି Samsung Galaxy S23 FE, ରହିଛି ଜବରଦସ୍ତ ଫିଚର

ବଜାରକୁ ଆସୁଛି ସାମସଙ୍ଗ ଗାଲେକ୍ସି ଏସ23 ଏଫଇ । ୨୦୨୩ ଶେଷ ବେଳକୁ ଏହା ବଜାରରେ ଉପଲବ୍ଧ ହେବ । ଏଥିରେ Exynos 2200 SoC ପ୍ରୋସେସରକୁ ବ୍ୟବହାର କରାଯାଇଛି । ଏହାସହ ଏଥିରେ AMD RDNA2-based Xclipse 920 GPU ରହିଛି । ଏହି ଫୋନଟି ଭଲ ପ୍ରୋସେସର, ଷ୍ଟୋରେଜ ଓ କ୍ୟାମରା ଫିଚର ସହ ସାମନାକୁ ଆସିବାକୁ ଯାଉଛି ।

କେନ୍ୟୁଜ୍‌(ବ୍ୟୁରୋ): ବଜାରକୁ ଆସୁଛି ସାମସଙ୍ଗ ଗାଲେକ୍ସି ଏସ23 ଏଫଇ । ଏସ23ର ସଫଳତା ପରେ କମ୍ପାନୀ ଏହି ଫୋନକୁ ଆଣିବାକୁ ଯାଉଛି । ୨୦୨୩ ଶେଷ ବେଳକୁ ଏହା ବଜାରରେ ଉପଲବ୍ଧ ହେବ । ତେବେ ଆସନ୍ତୁ ଜାଣିବା ଏହି ଫୋନରେ କଣ ସବୁ ଫିଚର ରହିଛି । ଏହାର ପ୍ରୋସେସର କଥା ଦେଖିଲେ, ଏଥିରେ Exynos 2200 SoC ପ୍ରୋସେସରକୁ ବ୍ୟବହାର କରାଯାଇଛି । ଏହାସହ ଏଥିରେ AMD RDNA2-based Xclipse 920 GPU ରହିଛି । ସେହପରି ମେମେରି କଥା ଦେଖିଲେ ଏଥିରେ ଆପଣଙ୍କୁ 6ଜିବି RAM ଓ 128 ଜିବି ଷ୍ଟୋରେଜ ମିଳିବ । ସେହିପରି 8ଜିବି RAM ଓ 256ଜିବି ଷ୍ଟୋରେଜ ମିଳିବ । କହିବାକୁ ଗଲେ ଏହି ଫୋନ ଏକ ଭଲ ପ୍ରୋସେସର ସହ ଭଲ ମେମରି ଫିଚର ସହ ଆସିବାକୁ ଯାଉଛି ।

ଏବେ ନଜର ପକାଇବା ଏହାର କ୍ୟାମେରା ଫିଚର ଉପରେ । ଏହି ଫୋନରେ ଆପଣଙ୍କୁ ଟ୍ରିପଲ କ୍ୟାମେରା ସେଟଅପ ମିଳିବ । ଏଥିରେ 50 ମେଗାପିକ୍ସେଲ ମେନ କ୍ୟାମେରା ରହିଛି । ଅନ୍ୟ କ୍ୟାମରା ବାବଦରେ ତଥ୍ୟ ବାହାରକୁ ଆସିନି । କହିବାକୁ ଗଲେ ଏହି ଫୋନରେ ଭଲ କ୍ୟାମେରା ଫିଚର ମଧ୍ୟ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି । ସେହିପରି ଏହି ଫୋନରେ 120Hz ରିଫ୍ରେସ ରେଟ ସହ ଏଏମଓଏଲଇଡି ଡିସପ୍ଲେ ରହିଛି । ସେହିପରି ଏହି ଫୋନରେ ଆପଣଙ୍କୁ 4,500 mAh ବ୍ୟାଟେରୀ ବ୍ୟାକଅପ ସହ 25 ଓ୍ଵାଟର ଚର୍ଜିଙ୍ଗ ସପୋର୍ଟ ମିଳିବ । ମୋଟାମୋଟି ଦେଖିଲେ ଏହି ଫୋନଟି ଭଲ ପ୍ରୋସେସର, ଷ୍ଟୋରେଜ ଓ କ୍ୟାମରା ଫିଚର ସହ ସାମନାକୁ ଆସିବାକୁ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.