ବ୍ୟବସାୟ ଓ ଅର୍ଥନୀତି

ବର୍ଷକୁ ମାତ୍ର ୩୪୨ ଟଙ୍କା ଖର୍ଚ୍ଚ କରି ପାଇବେ ଟ୍ରିପଲ ଇନସୁରାନ୍ସ କଭର, ଜାଣନ୍ତୁ ଆପଣ କେମିତି ଉଠାଇ ପାରିବେ ଏହାର ଲାଭ

ଆଜିର ଦୁନିଆରେ ସ୍ୱାସ୍ଥ୍ୟ ବୀମା କରିବାକୁ ସମସ୍ତଙ୍କ ପାଇଁ ଜରୁରୀ ହୋଇଗଲାଣି। ଏଥିପାଇଁ ମୋଦି ସରକାର କିଛି ସମୟ ପୂର୍ବରୁ ଏକ ଖାସ ବୀମା ସ୍କିମ ଆରମ୍ଭ କରିଛନ୍ତି। ଯାହାକୁ ଆପଣ ମାତ୍ର ୧୨ ଟଙ୍କା ଖର୍ଚ୍ଚ କରି ପାଇପାରିବେ। ମୋଦି ସରକାରଙ୍କ ଖାସ ସ୍କିମ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଜୀବନ ବୀମା ଯୋଜନାରେ ନିବେଶ କରିବା ପରେ ଆପଣଙ୍କୁ ଦୁଇଟି ନୁହେଁ ବରଂ ତିନୋଟି ଇନସୁରାନ୍ସ କଭର ମିଳିବ। ଏହି ଦୁଇ ଇନସୁରାନ୍ସ କଭରରେ ଆକ୍ସୀଡେଣ୍ଟଲ ଡେଥ କଭର, ଡିସଆବିଲିଟି କଭର ଏବଂ ଲାଇଫ କଭର ମିଳିବ। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଦ୍ୱାରା ଆପଣଙ୍କୁ ଆକ୍ସୀଡେଣ୍ଟଲ ଏବଂ ଡିସଆବିଲିଟି କଭର ମିଳିବ। ଯାହା ପାଇଁ ଆପଣଙ୍କୁ କେବଳ ୧୨ ଟଙ୍କା ଖର୍ଚ୍ଚ କରିବାକୁ ହେବ।

ସେହିପରି ଜୀବନ ଜ୍ୟୋତି ବୀମା ଯୋଜନାରେ ଆପଣଙ୍କୁ ମୋଟ ୩୩୦ ଟଙ୍କା ଖର୍ଚ୍ଚ କରିବାକୁ ହେବ। ଯେଉଁଥିରେ ଆପଣଙ୍କୁ ଲାଇଫ ଇନସୁରାନ୍ସ କଭର ମିଳିବ। ଏହି ଭଳି ଭାବେ ଆପଣ ବର୍ଷକୁ ଥରେ ୩୪୨ ଟଙ୍କା ପ୍ରିମୀୟମ ଜମା କରି ମୋଟ ତିନୋଟି ଇନସୁରାନ୍ସ କଭର ମିଳିପାରିବ।

ମୋଦି ସରକାରଙ୍କ ଏହି ସ୍କିମରେ ୧୮ ବର୍ଷରୁ ନେଇ ୭୦ ବର୍ଷ ବୟସର ଲୋକଙ୍କୁ ଏହି ଆକ୍ସୀଡେଣ୍ଟଲ ଡେଥ ଇନସୁରାନ୍ସ ଏବଂ ଡିସଆବିଲିଟି ଇନସୁରାନ୍ସ କଭର ମିଳିବ। ଏହି ବିମରେ କୌଣସି ବି ଦୁର୍ଘଟଣାଗତ ମୃତ୍ୟୁ କିମ୍ବା ଶାରୀରିକ ଅକ୍ଷମ ସମୟରେ କ୍ଲେମ କରିପାରିବେ। ହୃଦରୋଗ ଜନିତ ମୃତ୍ୟୁ କିମ୍ବା ସମସ୍ୟାକୁ ଏହି ସ୍କିମରେ ସାମିଲ କରାଯାଇନାହିଁ। ଆକ୍ସୀଡେଣ୍ଟଲ ଡେଥରେ ବୀମା ରାଶି ଦୁଇ ଲକ୍ଷ ଏବଂ ଶାରୀରିକ ଅକ୍ଷମରେ ୧ ଲକ୍ଷ ଟଙ୍କାର କ୍ଲେମ କରିପାରିବେ।

ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା

ଏହି ବୀମା ଯୋଜନାର ଲାଭ ୧୮ ବର୍ଷରୁ ନେଇ ୫୦ ବର୍ଷ ବୟସର ବ୍ୟକ୍ତି ପାଇପାରିବେ। ଏଥିରେ ଦୁଇ ଲକ୍ଷ ଟଙ୍କା ଲାଇଫ କଭର ମିଳିବ। ଏହି ଯୋଜନା ଅନୁଯାୟୀ କୌଣସି କାରଣରେ ମୃତ୍ୟୁ ହୋଇଥିଲେ ଆପଣ ଦୁଇ ଲକ୍ଷ ଟଙ୍କାର କ୍ଲେମ କରିପାରିବେ। ଏହି ଯୋଜନାକୁ ବର୍ଷ ମଝିରେ ଆବେଦନ କଲେ ଆପ୍ଲିକେସନ ତାରିଖ ଅନୁଯାଇ ପ୍ରିମୀୟମ ରାଶି ଧାର୍ଯ୍ୟ କରାଯିବ।

  • ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଅନୁଯାଇ ଜୁନ, ଜୁଲାଇ ଏବଂ ଅଗଷ୍ଟ ପାଇଁ ବର୍ଷକୁ ପ୍ରିମୀୟମ ରାଶି ୩୩୦ ଟଙ୍କା ଦେବାକୁ ହେବ।
  • ସେପ୍ଟେମ୍ବର, ଅକ୍ଟୋବର ଏବଂ ନଭେମ୍ବର ମାସ ପାଇଁ ପ୍ରିମୀୟମ ରାଶି ୨୫୮ ଟଙ୍କା ଦେବାକୁ ହେବ।
  • ଡିସେମ୍ବର, ଜାନୁଆରୀ ଏବଂ ଫେବୃଆରୀ ପାଇଁ ପ୍ରିମୀୟମ ରାଶି ୧୭୨ ଟଙ୍କା ଏବଂ ମାର୍ଚ୍ଚ, ଏପ୍ରିଲ ଏବଂ ମଇ ମାସ ପାଇଁ ୮୬ ଟଙ୍କା ବର୍ଷକୁ ଦେବାକୁ ହେବ।
  • ଆପଣ ଏଥିମଧ୍ୟରୁ କୌଣସି ବି ସ୍କିମର ଲାଭ ଆପଣଙ୍କ ନିକଟସ୍ଥ ବ୍ୟାଙ୍କ ଶାଖାରୁ ପାଇପାରିବେ।
  • ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା ପାଇଁ ଆପଣ lic କିମ୍ବା ଅନ୍ୟ ଇନସୁରାନ୍ସ କମ୍ପାନୀରେ ମଧ୍ୟ ଆବେଦନ କରିପାରିବେ।
Pritiparna

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

16 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

19 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

23 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

36 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

53 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago