ବର୍ଷକୁ ମାତ୍ର ୩୪୨ ଟଙ୍କା ଖର୍ଚ୍ଚ କରି ପାଇବେ ଟ୍ରିପଲ ଇନସୁରାନ୍ସ କଭର, ଜାଣନ୍ତୁ ଆପଣ କେମିତି ଉଠାଇ ପାରିବେ ଏହାର ଲାଭ

ଆଜିର ଦୁନିଆରେ ସ୍ୱାସ୍ଥ୍ୟ ବୀମା କରିବାକୁ ସମସ୍ତଙ୍କ ପାଇଁ ଜରୁରୀ ହୋଇଗଲାଣି। ଏଥିପାଇଁ ମୋଦି ସରକାର କିଛି ସମୟ ପୂର୍ବରୁ ଏକ ଖାସ ବୀମା ସ୍କିମ ଆରମ୍ଭ କରିଛନ୍ତି। ଯାହାକୁ ଆପଣ ମାତ୍ର ୧୨ ଟଙ୍କା ଖର୍ଚ୍ଚ କରି ପାଇପାରିବେ। ମୋଦି ସରକାରଙ୍କ ଖାସ ସ୍କିମ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଜୀବନ ବୀମା ଯୋଜନାରେ ନିବେଶ କରିବା ପରେ ଆପଣଙ୍କୁ ଦୁଇଟି ନୁହେଁ ବରଂ ତିନୋଟି ଇନସୁରାନ୍ସ କଭର ମିଳିବ। ଏହି ଦୁଇ ଇନସୁରାନ୍ସ କଭରରେ ଆକ୍ସୀଡେଣ୍ଟଲ ଡେଥ କଭର, ଡିସଆବିଲିଟି କଭର ଏବଂ ଲାଇଫ କଭର ମିଳିବ। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଦ୍ୱାରା ଆପଣଙ୍କୁ ଆକ୍ସୀଡେଣ୍ଟଲ ଏବଂ ଡିସଆବିଲିଟି କଭର ମିଳିବ। ଯାହା ପାଇଁ ଆପଣଙ୍କୁ କେବଳ ୧୨ ଟଙ୍କା ଖର୍ଚ୍ଚ କରିବାକୁ ହେବ।

money daସେହିପରି ଜୀବନ ଜ୍ୟୋତି ବୀମା ଯୋଜନାରେ ଆପଣଙ୍କୁ ମୋଟ ୩୩୦ ଟଙ୍କା ଖର୍ଚ୍ଚ କରିବାକୁ ହେବ। ଯେଉଁଥିରେ ଆପଣଙ୍କୁ ଲାଇଫ ଇନସୁରାନ୍ସ କଭର ମିଳିବ। ଏହି ଭଳି ଭାବେ ଆପଣ ବର୍ଷକୁ ଥରେ ୩୪୨ ଟଙ୍କା ପ୍ରିମୀୟମ ଜମା କରି ମୋଟ ତିନୋଟି ଇନସୁରାନ୍ସ କଭର ମିଳିପାରିବ।

ମୋଦି ସରକାରଙ୍କ ଏହି ସ୍କିମରେ ୧୮ ବର୍ଷରୁ ନେଇ ୭୦ ବର୍ଷ ବୟସର ଲୋକଙ୍କୁ ଏହି ଆକ୍ସୀଡେଣ୍ଟଲ ଡେଥ ଇନସୁରାନ୍ସ ଏବଂ ଡିସଆବିଲିଟି ଇନସୁରାନ୍ସ କଭର ମିଳିବ। ଏହି ବିମରେ କୌଣସି ବି ଦୁର୍ଘଟଣାଗତ ମୃତ୍ୟୁ କିମ୍ବା ଶାରୀରିକ ଅକ୍ଷମ ସମୟରେ କ୍ଲେମ କରିପାରିବେ। ହୃଦରୋଗ ଜନିତ ମୃତ୍ୟୁ କିମ୍ବା ସମସ୍ୟାକୁ ଏହି ସ୍କିମରେ ସାମିଲ କରାଯାଇନାହିଁ। ଆକ୍ସୀଡେଣ୍ଟଲ ଡେଥରେ ବୀମା ରାଶି ଦୁଇ ଲକ୍ଷ ଏବଂ ଶାରୀରିକ ଅକ୍ଷମରେ ୧ ଲକ୍ଷ ଟଙ୍କାର କ୍ଲେମ କରିପାରିବେ।

ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା

tankaଏହି ବୀମା ଯୋଜନାର ଲାଭ ୧୮ ବର୍ଷରୁ ନେଇ ୫୦ ବର୍ଷ ବୟସର ବ୍ୟକ୍ତି ପାଇପାରିବେ। ଏଥିରେ ଦୁଇ ଲକ୍ଷ ଟଙ୍କା ଲାଇଫ କଭର ମିଳିବ। ଏହି ଯୋଜନା ଅନୁଯାୟୀ କୌଣସି କାରଣରେ ମୃତ୍ୟୁ ହୋଇଥିଲେ ଆପଣ ଦୁଇ ଲକ୍ଷ ଟଙ୍କାର କ୍ଲେମ କରିପାରିବେ। ଏହି ଯୋଜନାକୁ ବର୍ଷ ମଝିରେ ଆବେଦନ କଲେ ଆପ୍ଲିକେସନ ତାରିଖ ଅନୁଯାଇ ପ୍ରିମୀୟମ ରାଶି ଧାର୍ଯ୍ୟ କରାଯିବ।

  • ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଅନୁଯାଇ ଜୁନ, ଜୁଲାଇ ଏବଂ ଅଗଷ୍ଟ ପାଇଁ ବର୍ଷକୁ ପ୍ରିମୀୟମ ରାଶି ୩୩୦ ଟଙ୍କା ଦେବାକୁ ହେବ।
  • ସେପ୍ଟେମ୍ବର, ଅକ୍ଟୋବର ଏବଂ ନଭେମ୍ବର ମାସ ପାଇଁ ପ୍ରିମୀୟମ ରାଶି ୨୫୮ ଟଙ୍କା ଦେବାକୁ ହେବ।
  • ଡିସେମ୍ବର, ଜାନୁଆରୀ ଏବଂ ଫେବୃଆରୀ ପାଇଁ ପ୍ରିମୀୟମ ରାଶି ୧୭୨ ଟଙ୍କା ଏବଂ ମାର୍ଚ୍ଚ, ଏପ୍ରିଲ ଏବଂ ମଇ ମାସ ପାଇଁ ୮୬ ଟଙ୍କା ବର୍ଷକୁ ଦେବାକୁ ହେବ।
  • ଆପଣ ଏଥିମଧ୍ୟରୁ କୌଣସି ବି ସ୍କିମର ଲାଭ ଆପଣଙ୍କ ନିକଟସ୍ଥ ବ୍ୟାଙ୍କ ଶାଖାରୁ ପାଇପାରିବେ।
  • ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା ପାଇଁ ଆପଣ lic କିମ୍ବା ଅନ୍ୟ ଇନସୁରାନ୍ସ କମ୍ପାନୀରେ ମଧ୍ୟ ଆବେଦନ କରିପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.