Below header

ଆଇଆଇଟି ରୋପର ନିର୍ମାଣ କଲା ସାନିଟାଇଜେସନ ଟ୍ରଙ୍କ, ମୂଲ୍ୟ ମାତ୍ର ୫୦୦ ଟଙ୍କା

କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଦୁନିଆରେ ଅନେକ ପ୍ରୟାସ କରାଯାଉଛି। ଏହିଭଳି ସଂକଟ ପରିସ୍ଥିତିରେ IIT ରୋପେଡ ଏଭଳି ଏକ ଟ୍ରଙ୍କ ତିଆରି କରିଛନ୍ତି, ଯାହା UV ରେଡିଏସନ ଅର୍ଥାତ ଅତିବାଇଗଣି ରଶ୍ମି ସାହାଯ୍ୟରେ ଖାଦ୍ୟ-ପାନୀୟ ସାମଗ୍ରୀ, ଟଙ୍କା ଏବଂ ବାହାରୁ ଆସୁଥିବା ପ୍ରତ୍ୟେକ ଜିନିଷକୁ ସାନିଟାଇଜ କରୁଛି। ଅର୍ଥାତ ଏହାକୁ ବିଶେଷ ରୂପେ ଖାଦ୍ୟ ସାମଗ୍ରୀକୁ କରୋନା ଭାଇରସ-ଫ୍ରି କରିବା ପାଇଁ ତିଆରି କରାଯାଇଛି।

IIT ରୋପେଡ ଟିମ ମୁତାବକ ଏହି ଟ୍ରଙ୍କକୁ କେବଳ ୫୦୦ ଟଙ୍କା ମୂଲ୍ୟରେ ବିକ୍ରି କରାଯିବ। ଏହି ଟ୍ରଙ୍କ ଖାଦ୍ୟପେୟ ସାମଗ୍ରୀକୁ ସଂକ୍ରମଣ ମୁକ୍ତ କରିବା ପାଇଁ ୩୦ ମିନିଟ ସମୟ ନେଇଥାଏ କିନ୍ତୁ ୪୦ମିନିଟ ପର୍ଯ୍ୟନ୍ତ ଜିନିଷ ରଖିବା ପାଇଁ ଟିମ ପକ୍ଷରୁ କୁହାଯାଇଛି।

tt

IIT ରୋପେଡର ସିନିୟର ସାଇଣ୍ଟିଫିକ ଅଫିସର ନରେଶ ରାଖାଙ୍କ କହିବାନୁଯାୟୀ, କରୋନା ଭାଇରସ ଭଳି ମାହାମାରୀରୁ ଦୁରେଇ ରହିବା ପାଇଁ କେବେ ସାମାଜିକ ଦୂରତା ପାଳନ କଲେ ହେବ ନାହିଁ ବରଂ ବାହାରୁ ଆସୁଥିବା ଜିନିଷ ପ୍ରତି ମଧ୍ୟ ସତର୍କ ରହିବା ଜରୁରୀ। ଏହିକାରଣରୁ ଆପଣ ଘରକୁ ଆଣୁଥିବା ସମସ୍ତ ଜିନିଷ, ପନିପରିବା, କ୍ଷୀର ପ୍ୟାକେଟ, ଅନଲାଇନରେ ଆସୁଥିବା ଜିନିଷ, ଘଣ୍ଟା, ବେଲ୍ଟ, ମୋବାଇଲ ଫୋନ କିମ୍ବା ଯେକୌଣସି ଜିନିଷ ପ୍ରଥମେ ବ୍ୟବହାର କରିବା ପୂର୍ବରୁ ପ୍ରଥମେ ଏହି ଟ୍ରଙ୍କ ଭିତରେ ୪୦ ମିନିଟ ପର୍ଯ୍ୟନ୍ତ ରଖନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.