ଭୁବନେଶ୍ୱର : ୫ଟି ସ୍କୁଲରେ ଚାଲିଛି ସ୍ୱାବ୍‌ ଟେଷ୍ଟ, ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ସନ୍ଦିଗ୍ଧଙ୍କ ସ୍ୱାବ ନମୂନା ସଂଗ୍ରହ କରିବେ ମେଡିକାଲ ଟିମ୍

ଭୁବନେଶ୍ୱର: ଭୁବନେଶ୍ୱରର ୫ଟି ସ୍କୁଲରେ ସ୍ୱାବ୍‌ ଟେଷ୍ଟ । ଝାରପଡ଼ା ପ୍ରାଥମିକ ବିଦ୍ୟାଳୟ, ଚନ୍ଦ୍ରଶେଖରପୁର ସରକାରୀ ଉଚ୍ଚବିଦ୍ୟାଳୟ, ସହିଦ ନଗର ସରକାରୀ ଉଚ୍ଚ ବିଦ୍ୟାଳୟ, ଗଣ୍ଡମୁଣ୍ଡା ୟୁଜି ହାଇସ୍କୁଲ ଓ ନୟାପଲ୍ଲୀ ମମତାଜ୍‌ ଅଲ୍ଲୀ ହାଇସ୍କୁଲରେ ସ୍ୱାବ୍‌ ପରୀକ୍ଷା କରାଯାଉଛି । ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ସକାଳ ୯ଟାରୁ ୧୨ଟା ଓ ୩ଟାରୁ ୫ଟା ମଧ୍ୟରେ ସ୍ୱାବ୍‌ ଟେଷ୍ଟ କରାଯିବ । ଏନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ।

LETTER

ଭୁବନେଶ୍ୱରର କଣ୍ଟେନମେଣ୍ଟ ଅଞ୍ଚଳରେ ଆଶା ଓ ଅଙ୍ଗନବାଡ଼ି କର୍ମୀ କରିଥିବା ସର୍ଭେ ରିପୋର୍ଟ ଅନୁସାରେ ସେଠାକାର ଲୋକମାନେ ଆସି ଏହି ସବୁ ସ୍କୁଲରେ ସେମାନଙ୍କ ନମୂନା ଦେଉଛନ୍ତି । ଏହି ସବୁ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.