Below header

ଭୋକିଲା ମାଛକୁ ନିଜ ଥଣ୍ଟରେ ଖାଦ୍ୟ ଖୁଆଇ ଦେଉଛି ଚଢେଇ, ଦେଖନ୍ତୁ ଭାଇରାଲ୍ ହେଉଥିବା ଏହି ସୁନ୍ଦର୍ ଭିଡିଓ

କରୋନା ଭାଇରସ୍ ପାଇଁ ସାରା ଦୁନିଆରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । ଲୋକମାନେ ନିଜ ଘରେ ବନ୍ଦୀ ହୋଇ ରହିଛନ୍ତି । କରୋନା କାରଣରୁ ମଣିଷଙ୍କ ସହିତ ପଶୁପକ୍ଷୀ ମାନେ ମଧ୍ଯ ଖାଦ୍ୟ ପାଇଁ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି କିନ୍ତୁ ଜଣେ ଅନ୍ୟଜଣଙ୍କର ସାହାଯ୍ୟ କରିବା ଦ୍ୱାରା ସମସ୍ତଙ୍କ ପେଟ ଭରି ଯାଉଛି । ନିକଟରେ ସୋସିଆଲ ମିଡ଼ିଆରେ ଏକ ଏପରି ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଯେଉଁଥିରେ ଗୋଟିଏ ଚଢେଇ ମାଛକୁ ଖାଦ୍ୟ ଦେଉଥିବା ଦେଖିବାକୁ ମିଳିଛି । ଯଦିଓ ଏହି ଭିଡିଓଟି କେବେର ସେ ବିଷୟରେ ଏପର୍ଯ୍ୟନ୍ତ କିଛି ସୂଚନା ମିଳିନାହିଁ ।


IFS ଅଫିସର୍ ସୁଶାନ୍ତ ନନ୍ଦ ଏହି ଭିଡ଼ିଓକୁ ନିଜ ଟ୍ୱିଟରରେ ସେୟାର କରିଥିଲେ ଯାହାକି ବର୍ତ୍ତମାନ୍ ଭାଇରାଲ୍ ହେବାରେ ଲାଗିଛି । ଏହାର କ୍ୟାପ୍ସନରେ ସେ ଲେଖିଥିଲେ ଦେଖନ୍ତୁ ଚଢେଇଟି କିଭଳି ମାଛକୁ ଖାଦ୍ୟ ଖୁଆଇ ଦେଉଛି । ଏହି ଭିଡିଓ ଦେଖିବା ପରେ ଆପଣଙ୍କୁ ବିଶ୍ବାସ ହୋଇଯିବ ଯେ ଚଢେଇ ଏବଂ ମାଛ ଭିତରେ ମଧ୍ଯ ବନ୍ଧୁତା ହୋଇପାରେ । ସୋସିଆଲ ମିଡ଼ିଆରେ ଲୋକମାନେ ଏହି ଭିଡ଼ିଓକୁ ଖୁବ୍ ପସନ୍ଦ କରିବା ସହିତ ନିଜ ନିଜର ପ୍ରତିକ୍ରିୟା ରଖୁଥିବା ମଧ୍ୟ ଦେଖିବାକୁ ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.