ମାସ୍କ ନ ପିନ୍ଧିଲେ ମିଳିବନି ଫଳ, ଏପରି ତାଗିଦା ଜାରି କରିଛନ୍ତି ବାଲେଶ୍ୱରର ଫଳ ଦୋକାନୀ

ବାଲେଶ୍ୱର : ଆପଣ ଯଦି ମାସ୍କ ମୁହଁରେ ପିନ୍ଧି ନାହାନ୍ତି ତ ଆପଣଙ୍କୁ ଫଳ ମିଳିବ ନାହିଁ । ଏମିତି ହିଁ ଏକ ନିୟମ ଜାରି କରିଛନ୍ତି ବାଲେଶ୍ୱରର ଏହି ଫଳ ବ୍ୟବସାୟୀ ।ସରକାରଙ୍କ ନିୟମ କଡ଼ାକଡ଼ି ଭାବେ ପାଳନ ପାଇଁ ହେଉ ଅବା କରୋନା ସତର୍କତା ପାଇଁ ହେଉ ନିଜ ଦୋକାନକୁ ଆସୁଥିବା ଗ୍ରାହକଙ୍କ ପାଇଁ ଏପରି ନିୟମ ଜାରି କରିଛନ୍ତି ଏହି ବ୍ୟବସାୟୀ । ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ମୋତିଗଞ୍ଜ ବଜାର ମସଜିଦ ଆଗରେ ରହିଥିବା ଏହି ଫଳ ଦୋକାନ ସାମ୍ନାରେ ନିୟମ ଗୁଡିକ ଲେଖାଯାଇ ଟଙ୍ଗା ଯାଇଛି ଏକ ଫଳକ । ଏଥିରେ ଲେଖାଯାଇଛି ମାସ୍କ ନାହିଁ ତ ବିକ୍ରି ନାହିଁ। ଏହା ସହ ଲେଖାଯାଇଛି ସାମାଜିକ ଦୂରତା ବାଧ୍ୟତାମୂଳକ ।

How to Store Fruit to Keep them Fresh - Unlock Food

ଏହି  ଜଣେ ଫଳ ବ୍ୟବସାୟୀ  ଜଣକ ହେଉଛନ୍ତି ସ୍ଥାନୀୟ ଆବୁ ଫାଜି କାଦ୍ରୀ  । ତାଙ୍କର ଏହି ଛୋଟିଆ ଫଳ ଦୋକାନକୁ ବିନା ମାସ୍କରେ ଆସିଥିବା ଗ୍ରାହକଙ୍କୁ ସେ ଫଳ ଦେଉନାହାନ୍ତି । ଯିଏ ମାସ୍କ ପିନ୍ଧି ଆସିଲା ତାଙ୍କ ଠାରୁ ଫଳ ନେଉଛନ୍ତି ଆଉ ଯିଏ ନ ପିନ୍ଧୁଛନ୍ତି ସେମାନଙ୍କୁ ନିରାଶ ହୋଇ ଫେରି ଯିବାକୁ ପଡୁଛି  । ତାଙ୍କୁ ଏବିଷୟରେ ପଚରା ଯିବାରୁ ସେ କହିଥିଲେ ସମଗ୍ର ବିଶ୍ୱରେ ଚାଲିଥିବା ଏଭଳି ଏକ ଘଡି ସନ୍ଧି ମୁହୂର୍ତ୍ତରେ ସମସ୍ତେ ଜଣେ ଜଣେ ସୈନିକ ପରି ସଜାଗ ରହି ନିଜର ତଥା ଆଖପାଖର ଲୋକଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବା ଉଚିତ  । ଏହା ସହ ସେ କହିଛନ୍ତି ଲୋକଙ୍କ ସଚେତନତା ଓ ସୁରକ୍ଷା ପ୍ରଥମ ଓ ବ୍ୟବସାୟ ପଛ ।

ଦୋକାନୀଙ୍କ ଏପରି ନିୟମ ଜାରି ଏଭିତରେ ଗ୍ରାହକଙ୍କୁ ନିରାଶ ହୋଇ ଫେରିବାକୁ ପଡିଛି।  ସରକାରଙ୍କ ସମସ୍ତ କଟକଣା କୁ ସେ ଅକ୍ଷରେ ଅକ୍ଷରେ ପାଳନ କରୁଥିବା ସହ ଏଭଳି ଅନ୍ୟ ସମସ୍ତ ଦୋକାନୀ ବର୍ତ୍ତମାନ ସମୟରେ ଆପଣାଇବା ନିହାତି ଜରୁରୀ । ରାଜ୍ୟ ସରକାରଙ୍କ ପକ୍ଷରୁ ମାଷ୍କ ପିନ୍ଧିବା ବାଧ୍ୟତା ମୂଳକ ବୋଲି ନିର୍ଦ୍ଦେଶ ଜାରି କରାଯାଇଛି । ଘରୁ ବାହାରିବା ମାତ୍ରେ ମାସ୍କ ପିନ୍ଧିବାକୁ ନିୟମ ଜାରି କରାଯାଇଛି ।ପରିସ୍ଥିତି ଅତି ସଂଗୀନ ଥିଲେ ବି କିଛି ଲୋକ ଏହାକୁ ମାନୁ ନଥିବା ଦେଖାଦେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.