ବ୍ୟବସାୟ ଓ ଅର୍ଥନୀତି

୭ ହଜାର କୋଟି ଟଙ୍କା କ୍ଷତି ସହିବା ପରେ ବିଗ୍‌ ବଜାର ବିକିବା ଛଡା ଅନ୍ୟ କିଛି ବିକଳ୍ପ ନଥିଲା: କିଶୋର ବିୟାନୀ

ଫିଚ୍ୟୁର ଗ୍ରୁପର ସଂସ୍ଥାପକ କିଶୋର ବିୟାନୀ ଶେଷରେ ବିଗ୍‌ବଜାର ବିକିବାର କାରଣ କହିଛନ୍ତି। କୋଭିଡ –୧୯ ମହାମାରୀ ଯୋଗୁଁ ଗତ ତିନି ଚାରି ମାସ ମଧ୍ୟରେ ପାଖାପାଖି ୭ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡିଥିଲା। ଯେଉଁଥିପାଇଁ ନିଜର ସମସ୍ତ କାରବାରକୁ ରିଲାଏନ୍ସ ଇଣ୍ଡଷ୍ଟ୍ରୀକୁ ବିକିଥିଲେ କିଶୋର ବିୟାନୀ।

ରିଟେଲର  କିଙ୍ଗ୍ ଭାବେ ଜଣାଶୁଣା କିଶୋର ବିୟାନୀ ଅଗଷ୍ଟରେ ଫ୍ୟୁଚର ଗ୍ରୁପର ରିଟେଲ୍ , ହୋଲସେଲ ଲଜିଷ୍ଟିକ୍ସ ଓ ୱେୟାରହାଉସ୍ ବିଜନେସକୁ ୨୪,୭୧୩ କୋଟି ଟଙ୍କାରେ ମୁକେଶ ଅମ୍ୱାନୀଙ୍କ ହାତରେ ବିକ୍ରି କରି ଦେଇଥିଲେ। ରିଟେଲ ସେଗମେଣ୍ଟରେ ବିଗ୍ ବଜାରର ବଡ଼ ନାମ ରହିଛି। ଯାହାଉପରେ ଏବେ ମୁକେଶ ଅମ୍ୱାନୀଙ୍କ ଅଧିକାର ହୋଇଯାଇଛି।
ପ୍ରକୃତ ହେଲା, ୨୦୧୯ ମସିହାର ପୂର୍ବରୁ କିଶୋର ବିୟାନୀଙ୍କର ବ୍ୟବସାୟ ଖୁବ୍ ଦୃତ ଗତିରେ ଚାଲିଥିଲା। ହେଲେ ଏହି ବର୍ଷର ଆରମ୍ଭରେ କିଶୋର ବିୟାନୀଙ୍କର ଫ୍ୟୁଚର ଗ୍ରୁପ୍ ଆର୍ଥିକ ସଙ୍କଟରେ ପଡ଼ିଥିଲା। ଏବେ କିଶୋର ବିୟାନୀ କହିଛନ୍ତି କି, କରୋନା ସଙ୍କଟ କାରଣରୁ ଘରୋଇ ରିଟେଲ୍ ଷ୍ଟୋର ବନ୍ଦ ଥିଲା। ଯେଉଁ କାରଣରୁ ୩-୪ ମାସରେ ପାଖାପାଖି ୭,୦୦୦କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଥିଲା ଏବଂ ଯେଉଁଥି ପାଇଁ ନିଜର କାରବାରକୁ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜକୁ ବିକିବାକୁ ପଡ଼ିଲା।

ବନ୍ଦ ହେବା କାରଣରୁ ସବୁଠୁ ବଡ଼ ସମସ୍ୟା ଭଡ଼ା ନୁହେଁ ବରଂ ବ୍ୟାଙ୍କରୁ ଆଣିଥିବା ଲୋନର ସୁଧ ଥିଲା। ଚଳିତ ବର୍ଷର ଆରମ୍ଭରେ କିଶୋର ବିୟାନୀ ଯେବେ ଫ୍ୟୁଚର ରିଟେଲର କରଜକୁ ଭରିବାରେ ଅସଫଳ ହେଲେ, ବ୍ୟାଙ୍କ କମ୍ପାନୀର ବନ୍ଧକ ରଖିଥିବା ସେୟାରକୁ ଜବତ କରିନେଇଥିଲା। କିଶୋର ବିୟାନୀ କହିଛନ୍ତି, ଗତ ୬-୭ ବର୍ଷରେ ବହୁତ କିଛି ଅର୍ଥ ଅଧିଗ୍ରହଣ କରିଥିଲି। କିନ୍ତୁ କରୋନା ସଙ୍କଟ ସମୟରେ ମୋତେ ଲାଗିଲା କି ଏବେ ବ୍ୟବସାୟରୁ ବାହାରକୁ ବାହାରିବା ଛଡ଼ା ଆଉ କିଛି ରାସ୍ତା ନାହିଁ।

ଉଲ୍ଲେଖନୀୟ ଯେ, ଶାଢ଼ୀ ବ୍ୟବସାୟରୁ ବିଗ୍ ବଜାର ଯାଏ ଯାତ୍ରା କରିଥିବା ମାରୱାଡି ପରିବାରରେ ଜନ୍ମିତ କିଶୋର ବିୟାନୀ ୧୯୮୭ରେ ପାଣ୍ଟାଲୁନ୍ ଆରମ୍ଭ କରିଥିଲେ। ଆର୍ଥିକ ଅଭାବ କାରଣରୁ ସେ ଏହି ବ୍ୟବସାୟକୁ ୨୦୧୨ରେ ଆଦିତ୍ୟ ବିର୍ଲା ଗ୍ରୁପ୍କୁ ବିକି ଦେଇଥିଲେ। ପାଣ୍ଟାଲୁନ୍ ଓ ବିଗ୍ ବଜାରର ଆରମ୍ଭ ବିୟାନୀ କୋଲକତାରୁ ଆରମ୍ଭ କରିଥିଲେ। କିଶୋର ବିୟାନୀ ନିଜର ବ୍ୟବସାୟର ଆରମ୍ଭ ୧୯୮୭ରେ କରିଥିଲେ। ତାଙ୍କର ପ୍ରଥମ କମ୍ପାନୀ ମେନ୍ସ ୱେୟର ଥିଲା।
ଗତବର୍ଷ ଫ୍ୟୁଚର ଗ୍ରୁପ ଅନଲିଷ୍ଟିଡ ଫାର୍ମା ପାଖରେ ୪୯ ପ୍ରତିଶତ ଅଂଶଦାନ କିଣିଥିଲା। ଫ୍ୟୁଚର କୁପନ ଲିମିଟେଡ୍‌, ୩ରୁ ୧୦ ବର୍ଷ ଅବଧି ପରେ ଫ୍ଲାଗସିପ୍‌ ପ୍ୟୁଚର ରିଟେଲ କିଣିବାର ଅଧିକାର ନେଇଥିଲା। ଫିଚ୍ୟୁର ରିଟେଲରେ ଫ୍ୟୁଚର କୁପର ୭.୩ ପ୍ରତିଶତ ଅଂଶଧନ ମଧ୍ୟ ରହିଥିଲା।

Swagatika

Recent Posts

ଶ୍ରୀମନ୍ଦିର ଇତିହାସରେ ପ୍ରଥମ, ମନ୍ଦିର ହୁଣ୍ଡିରୁ ମିଳିଲା ୭୦ ଲକ୍ଷ ଟଙ୍କାର ସୁନା ଇଟା

ପୁରୀ (କେନ୍ୟୁଜ) : ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଛି ୧ କେଜି ୮ଶହ ମିଲିଗ୍ରାମ ସୁନା। ଆଉ ଏସବୁ ହେଉଛି ସୁନା…

4 mins ago

ସଲମାନଙ୍କୁ ହତ୍ୟା କରିବା ଷଡଯନ୍ତ୍ର ପର୍ଦ୍ଦାଫାସ୍‌, ୪ ଗିରଫ

ବଲିଉଡ ଭାଇଜାନଙ୍କୁ ହତ୍ୟା କରିବା ଷଡଯନ୍ତ୍ର ଉଦ୍ୟମ ପଣ୍ଡ । ନଭି ମୁମ୍ବାଇରେ ଥିବା ପନ୍‌ଭେଲ ସ୍ଥିତ ଫାର୍ମ ହାଉସରେ…

19 mins ago

ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ମାମଲା: ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି

ପୁରୀ(କେନ୍ୟୁଜ୍‌):ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ମାମଲାରେ ଆଉ ୨ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି ପାଇଛି…

20 mins ago

ଦୃଢ଼ ଇଚ୍ଛାଶକ୍ତି ବଳରେ ପ୍ରତିକୂଳ ପରିବେଶରେ ଭାଙ୍ଗି ନପଡି ଆଜି ସେ ସଫଳ ମହିଳା ଚାଷୀ

ଅନନ୍ଦପୁର(କେନ୍ୟୁଜ୍‌): ଆଜିକା ସମୟରେ ମହିଳାଙ୍କ ପାଇଁ ଅସମ୍ଭବ ବୋଲି କିଛି ନାହିଁ । ତେବେ ଏଥିପାଇଁ କେବଳ ଆବଶ୍ୟକ ଗଭୀର…

30 mins ago

Smart AC କ’ଣ? ଏହି ଏସି କିଣିବା କାହିଁକି ଲାଭଦାୟକ ହୋଇଥାଏ?

ଚଳିତ ବର୍ଷ ସମଗ୍ର ଭାରତରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରିରହିଛି । ଏପରି ପରିସ୍ଥିତିରେ, ଘର ହେଉ କିମ୍ବା ଅଫିସ୍…

40 mins ago

ଚେନ୍ନାଇରୁ ମୁମ୍ବାଇ ଯାଉଥିବା IndiGo ବିମାନକୁ ବୋମା ଧମକ, କ୍ରୁ ସଦସ୍ୟଙ୍କୁ ମିଳିଲା ଧମକପୂର୍ଣ୍ଣ ଚିଠି

ଇଣ୍ଡିଗୋ ବିମାନକୁ ପୁଣି ବୋମା ଧମକ । ଚେନ୍ନାଇରୁ ମୁମ୍ବାଇ ଯାଉଥିବା ଏକ ଇଣ୍ଡିଗୋ ବିମାନକୁ ବୋମାରେ ଉଡ଼ାଇ ଦେବାକୁ…

56 mins ago