ବ୍ୟବସାୟ ଓ ଅର୍ଥନୀତି

ଏଲନ୍‌ ମସ୍କଙ୍କ ବଡ଼ ନିଷ୍ପତି: ଟ୍ଵିଟର ଗଠନ ହେବ କଣ୍ଟେଣ୍ଟ ମଡରେଶନ କାଉନସିଲ, ରିଷ୍ଟୋର ହେବନି ବ୍ୟାନ୍ ଆକାଉଣ୍ଟସ୍

କେନ୍ୟୁଜ୍‌: ଟ୍ଵିଟରକୁ କିଣିବା ପରେ ଏଲନ ମସ୍କ ଏକ ବଡ଼ ନିଷ୍ପତି ନେବା ପାଇଁ ଯାଉଛନ୍ତି । ସେ କହିଛନ୍ତି ଟ୍ଵିଟରରେ ଏକ କଣ୍ଟେଣ୍ଟ ମଡରେଶନ କାଉନସିଲ ଗଠନ ହେବ । ଏହି କାଉନସିଲର ବୈଠକ ପୂର୍ବରୁ ଟ୍ଵିଟରରେ ହେଉଥିବା ପୋଷ୍ଟ ଉପରେ କୌଣସି ରାୟ ଦେବ ନାହିଁ ଏବଂ ପୂର୍ବରୁ ବ୍ୟାନ ହୋଇଥିବା ଆକାଉଣ୍ଟସ୍ ଆଉ ଆକ୍ଟିଭ୍‌ କରାଯିବ ନାହିଁ । ଏହି କାଉନସିଲରେ କଣ୍ଟେଣ୍ଟ ଉପରେ ଥିବା ସବୁ ସମସ୍ୟାକୁ ଆଲୋଚନା କରାଯିବ । ଏହା ପୂର୍ବରୁ ବନ୍ଦ ହୋଇଥିବା ଆକାଉଣ୍ଟସ୍ ଉପରେ ବି ସମୀକ୍ଷା କରାଯିବ ଏବଂ କାଉନସିଲର ନିଷ୍ପତି ପରେ ଏହି ବନ୍ଦ ଆକାଉଣ୍ଟସ୍ ଚାଲିବ କି ନାହିଁ ବିଚାର କରାଯିବ ।

ଏଲନ୍‌ ମସ୍କ ଟ୍ଵିଟରକୁ କିଣିବା ପରେ ଏହାର ସିଇଓ ପରାଗ ଅଗ୍ରଓ୍ଵାଲ ଏବଂ ସିଏଫ୍‌ଓ ନେଡ୍‌ ସେଗଲଙ୍କୁ ବହିଷ୍କାର କରିଦେଇଥିଲେ ।
ଏଲନ୍‌ ମସ୍କ ଟ୍ଵିଟର କିଣିବା ନେଇ ଆଗରୁ ବହୁତ ଚର୍ଚ୍ଚାରେ ଥିଲେ । ସେ ଏହି ବର୍ଷ ୧୩ ଏପ୍ରିଲରେ ଟ୍ଵିଟରକୁ କିଣିବା ପାଇଁ ଘୋଷଣା କରିଥିଲେ । ପ୍ରଥମେ ସେ ୫୪.୨ ଡଲାର ପ୍ରତି ସେୟାର ହିସାବରେ ଟ୍ଵିଟରକୁ  ୪୪ ଆରବ ଡଲାରରେ କିଣିବା ପାଇଁ ଚୁକ୍ତି କରିଥିଲେ । କିନ୍ତୁ, ଏହି ଫେକ୍‌ ଆକାଉଣ୍ଟସ ପାଇଁ ଏହି ଡିଲ୍‌କୁ ସ୍ଥଗିତ ରଖିଥିଲେ ।

ଏହାପରେ ଏଲନ୍‌ ମସ୍କ  ୮ ଜୁଲାଇରେ ପୂର୍ବରୁ ହୋଇଥିବା ଡିଲ୍‌ରୁ ଓହରି ଯିବାକୁ ଚାହିଁଲେ । ସେଥିପାଇଁ ଟ୍ଵିଟର କୋର୍ଟର ଆଶ୍ରୟ ନେଇଥିଲ । ଏଲନ୍‌ ମସ୍କ ଅକ୍ଟୋବରରେ ପୁଣି ଟ୍ଵିଟରକୁ କିଣିବା ପାଇଁ ଇଛା କଲେ । ଏହାରି ଭିତରେ ଡେଲାବିୟର କୋର୍ଟ ଏହି ଚୁକ୍ତିକୁ ପୁରା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏଲନ୍‌ ମସ୍କ ନିର୍ଦ୍ଧାରିତ ତାରିଖର ଦିନକ ପୂର୍ବରୁ ଟ୍ଵିଟରର କାର୍ଯ୍ୟାଳୟରେ ଯାଇ ପହଞ୍ଚି ଯାଇଥିଲେ ।

Sonalisa

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

15 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

23 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

40 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago