କ୍ରୀଡା

ଓପନିଂ ଛାଡ… ମିଡିଲରେ ଆସ, ପଦକୁ ଜାବୁଡି ନ ଧରି ଅନ୍ୟକୁ ସୁଯୋଗ ଦିଅ; ବାବର ଆଜମଙ୍କୁ ଏମିତି କହିଲେ ପାକିସ୍ତାନର ପୂର୍ବତନ ଖେଳାଳି

ଟି-୨୦ ବିଶ୍ୱକପ ୨୦୨୨ରୁ ପାକିସ୍ତାନ ଜିମ୍ବାୱେ ଠାରୁ ମାତ୍ର ୧ ରନ୍‌ରେ ହାରିଛି। ଏହି ପରାଜୟ ପରେ ପାକିସ୍ତାନ ଟିମର ଅଧିନାୟକ ବାବର ଆଜମ ସମାଲୋଚନାର ଶିକାର ହୋଇଛନ୍ତି। ପାକିସ୍ତାନର ପୂର୍ବତନ କ୍ରିକେଟର୍ସ ବାବର ଆଜମଙ୍କୁ ଟାର୍ଗେଟ କରିଛନ୍ତି। ପାକିସ୍ତାନ ଟିମର ପୂର୍ବତନ ଖେଳାଳି ଓ୍ଵକାର ୟୁନିସ ଏବଂ ଓ୍ଵାସିମ ଆକ୍ରମ ବାବର ଆଜମଙ୍କୁ ଟାର୍ଗେଟ କରିଛନ୍ତି। ପୂର୍ବତନ ଖେଳାଳି ଦ୍ୱୟ କହିଛନ୍ତି କି, ବାବର ଓପନିଂ କରିବାକୁ ଆସି ଟିମର ଏମିତି ପରିସ୍ଥିତିରେ ପକାଇଛନ୍ତି। ବାବରଙ୍କ ଏମିତି ଜିଦି ଯୋଗୁଁ ଟିମ୍‌ କୌଣସି ଏକ୍ସପେରିମେଣ୍ଟ କରିପାରିନାହିଁ।

ଓ୍ଵକାର ୟୁନିସ କହିଛନ୍ତି, ଟି-୨୦ରେ ବ୍ୟାଟିଂ କରିବା ପାଇଁ ସବୁଠାରୁ ସହଜ ସ୍ଥାନ ହେଉଛି ଓପନିଂ। ଗତ ଦୁଇ ବର୍ଷ ମଧ୍ୟରେ ଆଉ କାହାକୁ ଓପନିଂ କରିବାକୁ ଦେଇନଥିଲେ ବାବର ଆଜମ। ଏହା ପୂର୍ବରୁ ମିସବା ଉଲ୍ଲ ହକଙ୍କ ସହିତ ଏହି ବିଷୟରେ ଚର୍ଚ୍ଚା ହୋଇଛି। ବୋଲିଂରେ ଅନେକ ଏକ୍ସପେରିମେଣ୍ଟ ହୋଇଛି। ମଧ୍ୟକ୍ରମରେ ବ୍ୟାଟିଂରେ ମଧ୍ୟ ଅନେକ ଏକ୍ସପେରିମେଣ୍ଟ ହୋଇଛି।

ସେ ଆହୁରି ମଧ୍ୟ କହିଛନ୍ତି, ବେଳେ ବେଳେ ଜଣେ ଅଧିନାୟକ ଏବଂ ଲିଡର ଭାବେ ଆପଣ ନିଜର ସ୍ଥାନ ଛାଡିଦେଇ ଅନ୍ୟକୁ ବ୍ୟାଟିଂ କରିବାର ସୁଯୋଗ ଦେଇଥାନ୍ତେ। କିନ୍ତୁ ଆପଣ ଏମିତି କିଛି କରିନାହାନ୍ତି। ଆମେ କେବେ ଏମିତି ଚେଷ୍ଟା କରିନାହୁଁ, ଆଉ ଏଥିପାଇଁ ମାତ୍ର ୧ ରନ୍‌ ପାଇଁ ସଂଘର୍ଷ କରିବାକୁ ପଡୁଛି। ୧ ରନ୍‌ କରିବା ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ, ଟିମ୍‌କୁ ବିଜୟ ଦେବା ସେତିକି ଜରୁରୀ।

ଠିକ୍‌ ସେହିପରି ଓ୍ଵାସିମ ଆକ୍ରମ ମଧ୍ୟ ଓ୍ଵକାର ୟୁନିସଙ୍କ ସହିତ ଏକମତ ହୋଇଛନ୍ତି। ସେ କହିଛନ୍ତି, କରାଚୀ କିଙ୍ଗସରେ ବାବର ଆଜମଙ୍କ ସହିତ ଏମିତି ସମସ୍ୟା ସାମ୍ନା କରିବାକୁ ପଡିଛି। ଯଦି ଆପଣ ଅଧିନାୟକ ହୋଇ ନିଜ ପାଇଁ ଖେଳିବାକୁ ଚାହୁଁଚନ୍ତି, ତେବେ ଏହା ଠିକ୍‌ ନୁହେଁ। ଆପଣ ଟିମ୍‌ ପାଇଁ ଖେଳିବା ଦରକାର। ଆପଣ ଯଦି ରନ୍‌ କରୁଛନ୍ତି, ତେବେ ଅନ୍ୟ ଖେଳାଳିଙ୍କୁ ମଧ୍ୟ ସୁଯୋଗ ଦିଅନ୍ତୁ। ଟିମ୍‌ ପାଇଁ ଜଣେ ଅଧିନାୟକକୁ ଜଳାଞ୍ଜଳି ଦେବାକୁ ପଡିବ, ତାହା ବାବରଙ୍କୁ ଶିଖିବା ଉଚିତ।

ପାକିସ୍ତାନ ଟିମରେ ବାବର ଆଜମ ଏବଂ ମହମ୍ମଦ ରିଜଓ୍ଵାନ ମୁଖ୍ୟ ବ୍ୟାଟର। କିନ୍ତୁ ଦୁହେଁ ହିଁ ଫର୍ମରେ ନାହାନ୍ତି। ଭାରତ ଏବଂ ଜିମ୍ବାେଓ୍ଵ ବିପକ୍ଷରେ ଖେଳାଳି ଦୁହେଁ ଖରାପ ପ୍ରଦର୍ଶନ କରିଛନ୍ତି। ଯେଉଁ ମ୍ୟାଚରେ ବାବର ଆଜମ ଏବଂ ରିଜଓ୍ଵାନ ବ୍ୟାଟିଂ କରିନାହାନ୍ତି, ସେହି ମ୍ୟାଚ୍‌ରେ ପାକିସ୍ତାନୀ ଟିମ୍‌ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି।

Also Read : ବିରାଟଙ୍କୁ ଈର୍ଷା କରୁଛନ୍ତି ପାକିସ୍ତାନୀ ଖେଳାଳି, ବ୍ୟାଟିଂ ଦେଖିବା ପରେ ଶୋଏବ ଅଖତର ଦେଲେ ଏମିତି ବୟାନ

 

Swagatika

Recent Posts

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

18 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

43 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

47 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

49 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

55 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

1 hour ago