ଏଲନ୍ ମସ୍କଙ୍କ ବଡ଼ ନିଷ୍ପତି: ଟ୍ଵିଟର ଗଠନ ହେବ କଣ୍ଟେଣ୍ଟ ମଡରେଶନ କାଉନସିଲ, ରିଷ୍ଟୋର ହେବନି ବ୍ୟାନ୍ ଆକାଉଣ୍ଟସ୍

କେନ୍ୟୁଜ୍: ଟ୍ଵିଟରକୁ କିଣିବା ପରେ ଏଲନ ମସ୍କ ଏକ ବଡ଼ ନିଷ୍ପତି ନେବା ପାଇଁ ଯାଉଛନ୍ତି । ସେ କହିଛନ୍ତି ଟ୍ଵିଟରରେ ଏକ କଣ୍ଟେଣ୍ଟ ମଡରେଶନ କାଉନସିଲ ଗଠନ ହେବ । ଏହି କାଉନସିଲର ବୈଠକ ପୂର୍ବରୁ ଟ୍ଵିଟରରେ ହେଉଥିବା ପୋଷ୍ଟ ଉପରେ କୌଣସି ରାୟ ଦେବ ନାହିଁ ଏବଂ ପୂର୍ବରୁ ବ୍ୟାନ ହୋଇଥିବା ଆକାଉଣ୍ଟସ୍ ଆଉ ଆକ୍ଟିଭ୍ କରାଯିବ ନାହିଁ । ଏହି କାଉନସିଲରେ କଣ୍ଟେଣ୍ଟ ଉପରେ ଥିବା ସବୁ ସମସ୍ୟାକୁ ଆଲୋଚନା କରାଯିବ । ଏହା ପୂର୍ବରୁ ବନ୍ଦ ହୋଇଥିବା ଆକାଉଣ୍ଟସ୍ ଉପରେ ବି ସମୀକ୍ଷା କରାଯିବ ଏବଂ କାଉନସିଲର ନିଷ୍ପତି ପରେ ଏହି ବନ୍ଦ ଆକାଉଣ୍ଟସ୍ ଚାଲିବ କି ନାହିଁ ବିଚାର କରାଯିବ ।
ଏଲନ୍ ମସ୍କ ଟ୍ଵିଟରକୁ କିଣିବା ପରେ ଏହାର ସିଇଓ ପରାଗ ଅଗ୍ରଓ୍ଵାଲ ଏବଂ ସିଏଫ୍ଓ ନେଡ୍ ସେଗଲଙ୍କୁ ବହିଷ୍କାର କରିଦେଇଥିଲେ ।
ଏଲନ୍ ମସ୍କ ଟ୍ଵିଟର କିଣିବା ନେଇ ଆଗରୁ ବହୁତ ଚର୍ଚ୍ଚାରେ ଥିଲେ । ସେ ଏହି ବର୍ଷ ୧୩ ଏପ୍ରିଲରେ ଟ୍ଵିଟରକୁ କିଣିବା ପାଇଁ ଘୋଷଣା କରିଥିଲେ । ପ୍ରଥମେ ସେ ୫୪.୨ ଡଲାର ପ୍ରତି ସେୟାର ହିସାବରେ ଟ୍ଵିଟରକୁ ୪୪ ଆରବ ଡଲାରରେ କିଣିବା ପାଇଁ ଚୁକ୍ତି କରିଥିଲେ । କିନ୍ତୁ, ଏହି ଫେକ୍ ଆକାଉଣ୍ଟସ ପାଇଁ ଏହି ଡିଲ୍କୁ ସ୍ଥଗିତ ରଖିଥିଲେ ।
Twitter to form “content moderation council,” says Elon Musk after closing USD 44 bn deal
Read @ANI Story | https://t.co/62oQjf9oW5#ELONMUSK #elonmusktwitter #California #TwitterTakeover #ParagAgarwal pic.twitter.com/t2PaJuKse6
— ANI Digital (@ani_digital) October 28, 2022
ଏହାପରେ ଏଲନ୍ ମସ୍କ ୮ ଜୁଲାଇରେ ପୂର୍ବରୁ ହୋଇଥିବା ଡିଲ୍ରୁ ଓହରି ଯିବାକୁ ଚାହିଁଲେ । ସେଥିପାଇଁ ଟ୍ଵିଟର କୋର୍ଟର ଆଶ୍ରୟ ନେଇଥିଲ । ଏଲନ୍ ମସ୍କ ଅକ୍ଟୋବରରେ ପୁଣି ଟ୍ଵିଟରକୁ କିଣିବା ପାଇଁ ଇଛା କଲେ । ଏହାରି ଭିତରେ ଡେଲାବିୟର କୋର୍ଟ ଏହି ଚୁକ୍ତିକୁ ପୁରା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏଲନ୍ ମସ୍କ ନିର୍ଦ୍ଧାରିତ ତାରିଖର ଦିନକ ପୂର୍ବରୁ ଟ୍ଵିଟରର କାର୍ଯ୍ୟାଳୟରେ ଯାଇ ପହଞ୍ଚି ଯାଇଥିଲେ ।