ବ୍ୟବସାୟ ଓ ଅର୍ଥନୀତି

ଭାରତରେ ଲଞ୍ଚ ହେବାକୁ ଯାଉଛି ଅତ୍ୟାଧୁନିକ ଇଲେକ୍ଟ୍ରିକ କାର Volvo XC40, ଫିଚର ରହିଛି ଦମଦାର

ଭାରତରେ ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି volvo XC40। ମଙ୍ଗଳବାର କମ୍ପାନୀ ପକ୍ଷରୁ ଏହି ଅତ୍ୟାଧୁନିକ ଇଲେକ୍ଟ୍ରିକ କାରର ପ୍ରଦର୍ଶନ କରାଯାଇଥିଲା। ସୂଚନାନୁଯାୟୀ, volvo XC40ର ବୁକିଂ ଜୁନରୁ ଆରମ୍ଭ ହେବ। ଏହାସହ ପ୍ରଥମ ବ୍ୟାଚର ଡେଲିଭରୀ ଅକ୍ଟୋବରରୁ ଆରମ୍ଭ ହେବ ବୋଲୀ କମ୍ପାନୀ ଜଣାଇଛି। XC40 ୪୦୦ କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ଜେନେରେଟ କରିବ। ଏହି ଗାଡିରେ ୭୮କିଲୋଓ୍ଵାଟର ଶକ୍ତିଶାଳୀ ବ୍ୟାଟେରୀ ବ୍ୟବହାର କରାଯାଇଛି, ଯାହା ୩୩୫ କିଲୋମିଟର ପର୍ଯ୍ୟନ୍ତ ଏହା ସାର୍ଟିଫାଏଡ୍‌ ରେଞ୍ଜ ଦେବ।

ଏହାର ଡିଜାଇନ ତଥା ଲୁକ ମଧ୍ୟ ସଂପୂର୍ଣ୍ଣ ଭିନ୍ନ ଧରଣର ହୋଇଛି। ପ୍ରିମିୟମ ଲୁକ ଗ୍ରାହକ ମାନଙ୍କୁ ଖୁବ ଆକୃଷ୍ଟ କରିବ। ଏହାର ବୁଟ ଲିଡରେ କିଛିମାତ୍ରାରେ ପରିବର୍ତ୍ତନ କରାଯାଇଛି। ଏଥିରେ ରିବାଇଣ୍ଡ ଗ୍ରିଲ ବ୍ୟବହାର କରାଯାଇଛି। ଗାଡିଟି ଇଲେକଟ୍ରିକ ଚାର୍ଜିଂରେ ଚାଲିବ।
ପାଓ୍ଵାର ଏବଂ ସ୍ପେସିଫିକେସନ ଅନୁଯାୟୀ XC40ର ରିଚାର୍ଜ ପାଇଁ ୨ଟି ଇଲେକଟ୍ରିକ ମୋଟର୍ସ ଦିଆଯାଇଛି। ଯାହାକି ୪୦୮ପିଏସ ର ପାଓ୍ଵାର ଏବଂ ୬୬୦ଏନଏମର ଟ୍ରାକ ଜେନେରେଟ କରିବାର ସକ୍ଷମ ରଖିଛି। ଏହା ବ୍ୟତୀତ ୭୮ କିଲୋଓ୍ଵାଟର ବ୍ୟାଟେରୀ ଦିଆଯାଇଛି। WLTP ସାର୍ଟିଫିକେଶନ ଦ୍ୱାରାଏହା ୪୦୦ କିଲୋମିଟରରୁ ଅଧିକ ବାଟ ଯାଇପାରିବ। ତେବେ ଏହି ବ୍ୟାଟେରୀ ୧୧କିଲୋଓ୍ଵାଟ ଏସି ଚାର୍ଜର କିମ୍ବା ୧୫୦କିଲୋଓ୍ଵାଟ ଡିସି ଫାସ୍ଟ ଚାର୍ଜ କରାଯାଇପାରିବ।ଏହି ବ୍ୟାଟେରୀ ୪୦ ମିନିଟରେ ୮୦% ପର୍ଯ୍ୟନ୍ତ ଚାର୍ଜ ହୋଇପାରିବ।

ଏହାର ଫିଚରରେ ନୂଆ ଇନଫୋଟେନମେଣ୍ଟ ସିଷ୍ଟମ ରହିଛି, ଯହାକୁ ଗୁଗୁଲ ଆଣ୍ଡ୍ରଏଡ ଅପରେଟିଙ୍ଗ ସିଷ୍ଟମ ସାହାଯ୍ୟରେ ବ୍ୟବହାର କରାଯାଇପାରିବ। ଏହା Volvoର ଡିଜିଟାଲ କନେକ୍ଟଡ ସର୍ଭିସ ପ୍ଲାଟଫର୍ମ “Volvo on call” କୁ ସପୋର୍ଟ କରୁଛି। ଗ୍ରାହକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଫିଚର ରଖାଯାଇଛି। ତେବେ ଭାରତରେ ଏହି କାରର ମୂଲ୍ୟ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

KNews Bureau

Recent Posts

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

8 mins ago

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷାକର୍ମୀ

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

46 mins ago

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

2 hours ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

2 hours ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

2 hours ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

2 hours ago