ଭାରତରେ ଲଞ୍ଚ ହେବାକୁ ଯାଉଛି ଅତ୍ୟାଧୁନିକ ଇଲେକ୍ଟ୍ରିକ କାର Volvo XC40, ଫିଚର ରହିଛି ଦମଦାର
ଭାରତରେ ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି volvo XC40। ମଙ୍ଗଳବାର କମ୍ପାନୀ ପକ୍ଷରୁ ଏହି ଅତ୍ୟାଧୁନିକ ଇଲେକ୍ଟ୍ରିକ କାରର ପ୍ରଦର୍ଶନ କରାଯାଇଥିଲା। ସୂଚନାନୁଯାୟୀ, volvo XC40ର ବୁକିଂ ଜୁନରୁ ଆରମ୍ଭ ହେବ। ଏହାସହ ପ୍ରଥମ ବ୍ୟାଚର ଡେଲିଭରୀ ଅକ୍ଟୋବରରୁ ଆରମ୍ଭ ହେବ ବୋଲୀ କମ୍ପାନୀ ଜଣାଇଛି। XC40 ୪୦୦ କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ଜେନେରେଟ କରିବ। ଏହି ଗାଡିରେ ୭୮କିଲୋଓ୍ଵାଟର ଶକ୍ତିଶାଳୀ ବ୍ୟାଟେରୀ ବ୍ୟବହାର କରାଯାଇଛି, ଯାହା ୩୩୫ କିଲୋମିଟର ପର୍ଯ୍ୟନ୍ତ ଏହା ସାର୍ଟିଫାଏଡ୍ ରେଞ୍ଜ ଦେବ।
ଏହାର ଡିଜାଇନ ତଥା ଲୁକ ମଧ୍ୟ ସଂପୂର୍ଣ୍ଣ ଭିନ୍ନ ଧରଣର ହୋଇଛି। ପ୍ରିମିୟମ ଲୁକ ଗ୍ରାହକ ମାନଙ୍କୁ ଖୁବ ଆକୃଷ୍ଟ କରିବ। ଏହାର ବୁଟ ଲିଡରେ କିଛିମାତ୍ରାରେ ପରିବର୍ତ୍ତନ କରାଯାଇଛି। ଏଥିରେ ରିବାଇଣ୍ଡ ଗ୍ରିଲ ବ୍ୟବହାର କରାଯାଇଛି। ଗାଡିଟି ଇଲେକଟ୍ରିକ ଚାର୍ଜିଂରେ ଚାଲିବ।
ପାଓ୍ଵାର ଏବଂ ସ୍ପେସିଫିକେସନ ଅନୁଯାୟୀ XC40ର ରିଚାର୍ଜ ପାଇଁ ୨ଟି ଇଲେକଟ୍ରିକ ମୋଟର୍ସ ଦିଆଯାଇଛି। ଯାହାକି ୪୦୮ପିଏସ ର ପାଓ୍ଵାର ଏବଂ ୬୬୦ଏନଏମର ଟ୍ରାକ ଜେନେରେଟ କରିବାର ସକ୍ଷମ ରଖିଛି। ଏହା ବ୍ୟତୀତ ୭୮ କିଲୋଓ୍ଵାଟର ବ୍ୟାଟେରୀ ଦିଆଯାଇଛି। WLTP ସାର୍ଟିଫିକେଶନ ଦ୍ୱାରାଏହା ୪୦୦ କିଲୋମିଟରରୁ ଅଧିକ ବାଟ ଯାଇପାରିବ। ତେବେ ଏହି ବ୍ୟାଟେରୀ ୧୧କିଲୋଓ୍ଵାଟ ଏସି ଚାର୍ଜର କିମ୍ବା ୧୫୦କିଲୋଓ୍ଵାଟ ଡିସି ଫାସ୍ଟ ଚାର୍ଜ କରାଯାଇପାରିବ।ଏହି ବ୍ୟାଟେରୀ ୪୦ ମିନିଟରେ ୮୦% ପର୍ଯ୍ୟନ୍ତ ଚାର୍ଜ ହୋଇପାରିବ।
ଏହାର ଫିଚରରେ ନୂଆ ଇନଫୋଟେନମେଣ୍ଟ ସିଷ୍ଟମ ରହିଛି, ଯହାକୁ ଗୁଗୁଲ ଆଣ୍ଡ୍ରଏଡ ଅପରେଟିଙ୍ଗ ସିଷ୍ଟମ ସାହାଯ୍ୟରେ ବ୍ୟବହାର କରାଯାଇପାରିବ। ଏହା Volvoର ଡିଜିଟାଲ କନେକ୍ଟଡ ସର୍ଭିସ ପ୍ଲାଟଫର୍ମ “Volvo on call” କୁ ସପୋର୍ଟ କରୁଛି। ଗ୍ରାହକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଫିଚର ରଖାଯାଇଛି। ତେବେ ଭାରତରେ ଏହି କାରର ମୂଲ୍ୟ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।