Below header

କେନ୍ଦୁଝର: ଅପ୍ରାପ୍ତ ବୟସରେ ସ୍କୁଲକୁ ଗାଡି ନେବା ପଡିଲା ମହଙ୍ଗା, ୪ ଜଣ ଛାତ୍ରଛାତ୍ରୀଙ୍କ ୨୫ ହଜାର ଟଙ୍କା ଲେଖାଏଁ କଟିଲା ଚାଲାଣ

କେନ୍ଦୁଝର(କେନ୍ୟୁଜ୍): ଅପ୍ରାପ୍ତ ବୟସରେ ସ୍କୁଲକୁ ଗାଡି ନେବା ପଡିଲା ମହଙ୍ଗା । କେନ୍ଦୁଝର ସହରରେ କେନ୍ଦ୍ରୀୟ ବିଦ୍ୟାଳୟରୁ ଫେରୁଥିବା ବେଳେ ୪ ଜଣ ଛାତ୍ର ଛାତ୍ରୀଙ୍କ ୨୫ ହଜାର ଟଙ୍କା ଲେଖାଏଁ  ଚାଲାଣ କଟିଲା ।

ସଡକ ଦୁର୍ଘଟଣା ଅନେକ ପରିବାର ଉଜାଡ଼ି ଦେଉଛି । ଏହାର ଅନେକ କାରଣ ଥିବା ବେଳେ ଅପ୍ରାପ୍ତ ବୟସ୍କ ମାନଙ୍କ ଦ୍ୱାରା ଦ୍ରୁତ ଗତିରେ ଗାଡ଼ି ଚାଳନା ଅନ୍ୟ ଏକ କାରଣ । ଏହାକୁ ରୋକିବାରେ ପାଇଁ କେନ୍ଦୁଝର ସହରରେ ବିଭିନ୍ନ ସ୍ଥାନରେ ଚେକିଂ ବ୍ୟବସ୍ଥା କଡା କଡୀ କରାଯାଇଥିବା ବେଳେ ଏବେ ସିସିଟିଭି  ମାଧ୍ୟମରେ ଟ୍ରାଫିକ ନିୟମ ଖିଲାପକାରୀଙ୍କୁ  ଅନୁଧ୍ୟାନ କାରାଯାଉଛି । ଏ ପରିସ୍ଥିତିରେ ଆଜି କେନ୍ଦୁଝର ସହରର ବିଭିନ୍ନ ବିଦ୍ୟାଳୟକୁ ଯାଉଥିବା ଅପ୍ରାପ୍ତ ବୟସ ବାଳକ ଓ ବାଳିକାଙ୍କୁ ଧରିବା ପାଇଁ MVIଙ୍କ ନେତୃତ୍ୱରେ ଏକ ଅଭିଯାନ ଚାଲିଥିଲା । ଏଥିରେ ୪ ଜଣ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଧରା ପଡ଼ିଥିଲେ ।

 

challan

MV ACT ଧାରା 199A(2) ଅନୁଯାୟୀ ଗାଡି ମାଲିକଙ୍କ ନାମରେ ୨୫ ହଜାର ଟଙ୍କା ଲେଖାଏଁ ଚାଲାଣ କଟିଥିବା ବେଳେ ସେମାନଙ୍କ ନୋଟିସ ମଧ୍ୟ କରାଯାଇଛି ବୋଲି କେନ୍ଦୁଝର RTO ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ କିଛି ବୁଦ୍ଧିଜୀବୀ ଏହା ଠିକନୁହଁ ବୋଲି କହିବା ସହ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.