Below header

ହିମାଚଳ ପ୍ରଦେଶ ଚମ୍ବାରେ ଖାଇକୁ ଖସିଲା ବସ୍, ୯ ମୃତ ଓ ୯ ଆହତ

ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟିସା ସବଡିଭିଜନ ଅନ୍ତର୍ଗତ କଲୋନୀ ମଡ୍ ଠାରେ ଏକ ଯାତ୍ରୀବାହୀ ବସ ପ୍ରାୟ ୨୦୦ ଫୁଟ ଗଭୀର ଖାଇରେ ଖସିପଡ଼ିବାରୁ ୯ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୯ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ବସଟି ଖାଇରେ ପଡିଯିବା ଦେଖି ଗାଁ ଲୋକ ଘଟଣା ସ୍ଥଳକୁ ଦୌଡି ଯାଇ ଉଦ୍ଧାର କାର୍ଯ୍ଯ ଆରମ୍ଭ କରିଥିଲେ।

ମିଳିଥିବା ସୂଚନା ଅନୁସାରେ, ବସଟି ମାଙ୍ଗଲି-ବୁନ୍ଦେଦିରୁ ଚମ୍ବାକୁ ଯାଉଥିବାବେଳେ କଲୋନୀ ମଡଠାରୁ ୫୦୦ ମିଟର ଦୂରରେ ଥିବା ଏକ ଖାଇରେ ଖସିପଡ଼ିଥିଲା । ଏହି ଦୁର୍ଘଟଣାରେ ବସଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ପ୍ରଥମ ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ଯ ଆରମ୍ଭ କରିଥିଲେ। ପରେ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲା । ଆହତମାନଙ୍କୁ ସ୍ଥାନୀୟ ଟିସା ହସପିଟାଲରେ ଭର୍ତ୍ତି କରାଯାଇଛି ।

ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଏହି ଘଟଣାକୁ ନେଇ ଦୁଃଖପ୍ରକାଶ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଗୁରୁତର ଆହତମାନଙ୍କୁ ଚମ୍ବା ମେଡିକାଲ କଲେଜ ଓ ଆବଶ୍ୟକପଡ଼ିଲେ ଚଣ୍ଡିଗଡ଼ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.