Below header

ଶିମିଳିପାଳ ଜଙ୍ଗଲ ନିଆଁ ପ୍ରସଙ୍ଗରେ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଭେଟିଲା ରାଜ୍ୟ ବିଜେପି ସଂସଦୀୟ ପ୍ରତିନିଧି ଦଳ

କେନ୍ୟୁଜ୍(ବ୍ୟୁରୋ):  ଶିମିଳିପାଳ ଜଙ୍ଗଲ ନିଆଁ ପ୍ରସଙ୍ଗରେ ଆଜି କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଭେଟିଲା ରାଜ୍ୟ ବିଜେପି ସଂସଦୀୟ ପ୍ରତିନିଧି ଦଳ । ରାଜ୍ୟସଭା ଓ ଲୋକସଭାର ପ୍ରତିନିଧି ଦଳ ଭେଟି ସ୍ମାରକ ପତ୍ର ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ହସ୍ତକ୍ଷେପ କରି ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛି ଟିମ୍‌ । କେନ୍ଦ୍ରୀର ସ୍ୱତନ୍ତ୍ର ଟିମ୍‌ ଘଟଣାସ୍ଥଳକୁ ପଠାଇବାକୁ ମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ।

କାଲି ସୁଦ୍ଧା ଶିମିଳିପାଳରେ କେନ୍ଦ୍ରୀୟ ଟିମ୍‌ ପହଞ୍ଚିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଏକ ଏମପାଓ୍ଵାର କମିଟି ଗଠନ କରିବାକୁ ଦାବି କରିଛନ୍ତି ବିଜେପି ସାଂସଦ । କେନ୍ଦ୍ର ଓ ରାଜ୍ୟ ଜଙ୍ଗଲ, ପରିବେଶ ବିଭାଗର ସଦସ୍ୟ ମାନଙ୍କୁ ନେଇ ଏକ କମିଟି କରାଯାଉ । ଏହାସହ ପ୍ରତିକାର ପାଇଁ ଦୀର୍ଘ ମିଆଦି ଆକ୍ସନ ପ୍ଲାନ୍‌ କରିବାକୁ ଟିମ ଦାବି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.