ବ୍ଲାକ ପାନ୍ଥର ଏବଂ ଚିତା ମଧ୍ୟରେ ହେଲା ଭୟଙ୍କର ଏନକାଉଣ୍ଟର, ଗଛରେ ଚଢି ଦୁହେଁ ପରସ୍ପରକୁ କଲେ ଆକ୍ରମଣ, ଦେଖନ୍ତୁ ଭିଡିଓ
ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କୁ ନେଇ ଅନେକ ମଜାଦାର ଏବଂ ଭୟଙ୍କର ଭିଡିଓ ଆପଣ ନିଶ୍ଚିତ ଦେଖିଥିବେ। ଏବେ ଏମିତି ଏକ ଭିଡିଓ ପୁଣି ଭାଇରଲ ହେଉଛି, ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ଯ ହୋଇଯିବେ। ଏହି ଭିଡିଓକୁ ନନ୍ଦନ ନିଲେକାନି ଟ୍ୱିଟରରେ ଅପଲୋଡ କରିଥିବା ଜଣାପଡ଼ିଛି । ଏଥିରେ ବ୍ଲାକ୍ ପାନ୍ଥର ଏବଂ ଚିତାବଘ ଗୋଟିଏ ଗଛରେ ଚଢ଼ିଥିବା ଦେଖାଯାଉଛି । ଏହି ଗୋଟିଏ ମିନିଟ୍ର ଭିଡିଓରେ ଉଭୟ ପରସ୍ପରକୁ ବାରମ୍ୱାର ଚାହିଁ ଆକ୍ରମଣାତ୍ମକ ଭାବେ ଚାହିଁ ରହିଛନ୍ତି।
ଏହି ଭିଡିଓଟି କର୍ଣ୍ଣାଟକର କାବିନୀ ଅଭୟାରଣ୍ୟର ହୋଇଥିବା ଜଣାପଡ଼ିଛି । ଏଥିରେ ଏକ ବ୍ଲାକ୍ ପାନ୍ଥର ବା କଳା ଚିତାବାଘ ଏବଂ ଗୋଟିଏ କଲରା ପତରିଆ ବାଘ ପରସ୍ପରକୁ ତୀକ୍ଷ୍ନ ନଜରରେ ଚାହୁଁଥିବା ଦେଖିବାକୁ ମିଳୁଛି । ଏଥିରେ ଦୁଇ ମହାବଳ ଜୀବଙ୍କ ମଧ୍ୟରେ ତିକ୍ତତା ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଏବଂ ଦୁହେଁ ଦୁହିଁକୁ ରାଗରେ ଚାହୁଁଥିବା ସେ ଲେଖିଛନ୍ତି । ଏହି ଫଟୋର କ୍ରେଡିଟ୍ ସେ ବିଜୟ ପ୍ରଭୁଙ୍କୁ ଦେଇଛନ୍ତି ।
Saw today, 6th March, in Kabini wild life sanctuary — another epic encounter between the Black Panther and his adversary Scarface! Video credit: Vijay Prabhu. pic.twitter.com/151Ip1bMGz
— Nandan Nilekani (@NandanNilekani) March 6, 2021
ତେବେ ଏହା ଟ୍ୱିଟର୍ରେ ଅପଲୋଡ୍ ହେବା ପରେ ଭାଇରାଲ୍ ହେବାରେ ଲାଗିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓକୁ ୧ ଲକ୍ଷରୁ ଅଧିକ ଲୋକ ଦଖି ସାରିଥିବା ଜଣାପଡ଼ିଛି ।