ବ୍ୟବସାୟ ଓ ଅର୍ଥନୀତି

କାର କିଣିବାକୁ ପ୍ଲାନ କରୁଛନ୍ତି କି ? ୧୫ ଲକ୍ଷ ଟଙ୍କାରୁ ବି କମ୍‌ ଦାମରେ କିଣିପାରିବେ ଏହି ଦମଦାର ଗାଡ଼ି

ଭାରତୀୟ ବଜାରରେ ବର୍ତ୍ତମାନ ବହୁତ ଭଲ ଭଲ ଦମଦାର କାର ମିଳୁଛି । ମାର୍କେଟରେ ସବୁ ଦାମର ଗାଡ଼ି ଉପଲବ୍ଧ ହୋଇଥାଏ । କିନ୍ତୁ ଯଦି ଆପଣଙ୍କ ବଜେଟ ୧୫ ଲକ୍ଷ ଟଙ୍କା ରହିଛି ତେବେ ଆଜି ଆମେ ଆପଣଙ୍କୁ ଏହି ବଜେଟରେ କେଉଁ ସବୁ ଗାଡ଼ି ଆସୁଛି ତାହାର ଲିଷ୍ଟ ଜଣାଇବୁ । ତେବେ ଏହି କାରଗୁଡ଼ିକରେ କଣ ଖାସ ରହିଛି ଆସନ୍ତୁ ଜାଣିବା ।

Mahindra Scorpio N
ଭାରତୀୟ ମାର୍କେଟରେ ମହିନ୍ଦ୍ରା ସବୁଠାରୁ ଅଧିକ ଏସୟୁଭି ସେଲ୍‌ କରିଥାଏ । ଏହାର ଲୁକ୍‌ ବଦୁତ ଦମଦାର ରହିଥାଏ । ଏଥିପାଇଁ ଲୋକମାନେ ଏହାକୁ ଅଧିକ ପସନ୍ଦ କରିଥାନ୍ତି । ଏହି କାର ୨୦୦bhp / ୩୭୦Nmର ଆଉଟପୁଟ ଜେନେରେଟ କରିଥାଏ । ଅନ୍ୟପଟେ ଏଥିରେ ଏକ ୨.୦ ଲିଟର mStallion ଟର୍ବୋ-ପେଟ୍ରୋଲ ଇଞ୍ଜିନ୍ ଏବଂ ୧୩୦ bhp / ୩୦୦Nm କିମ୍ବା ୧୭୨ bhp / ୩୭୦Nm ଆଉଟପୁଟ୍ର ଏକ ୨.୦ ଲିଟର mHawk ର ଅପ୍ସନ ମିଳିଥାଏ । ଉଭୟ ଇଞ୍ଜିନ୍ ୬ ସ୍ପିଡ୍ ମାନୁଆଲ୍ କିମ୍ବା ଅଟୋମେଟିକ ଟ୍ରାନ୍ସମିସନର ଅପ୍ସନ ସହିତ ଆସିଥାଏ । ଏହି କାରର ମୂଲ୍ୟ ୧୩.୨୬ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି ।
Hyundai Creta:
ଏହି କାରରେ ଦୁଇଟି ଇଞ୍ଜନର ଅପ୍ସନ ମିଳିଥାଏ । ଗୋଟିଏରେ ୧.୫ ଲିଟର ଏମପିଆଇ ପେଟ୍ରୋଲ ଇଞ୍ଜିନ୍‌ ମିଳିଥାଏ । ଯାହା ୧୧୩bhp ର ପାଓ୍ଵାର ଏବଂ ୧୪୩.୮Nmର ପିକ୍‌ ଟର୍କ ଜେନେରେଟ କରିଥାଏ । ଅନ୍ୟ ଇଞ୍ଜିନ୍‌ ୧.୫ ଲିଟର U2 CRDi ଡିଜେଲ ୧୧୩bhp ଏବଂ ୨୫୦Nmର ଆଉଟପୁଟ ଜେନେରେଟ କରିଥାଏ । ଏହି କାରର ଏକ୍ସ ସୋରୁମ ମୂଲ୍ୟ ୧୦.୮୭ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି ।

Mahindra xuv 700:
ଏହି ଶସ୍ତା କାର ଲିଷ୍ଟରେ ମହିନ୍ଦ୍ରାର ଆଉ ଏକ କାର ସାମିଲ ରହିଛି । ଏହା ୧୯୫bhp / ୩୮୦Nm ଆଉଟପୁଟ ସହିତ ୨.୦ ଲିଟର ଟର୍ବୋ GDi mStallion ପେଟ୍ରୋଲ ଇଞ୍ଜିନ୍‌ ଏବଂ ୧୫୩bhp / ୩୬୦Nm ଆଉଟପୁଟର ୨.୨ ଲିଟର mHawk ସାଧାରଣ ରେଳ ଟର୍ବୋ ଡିଜେଲ ଇଞ୍ଜିନ ସହିତ ଆସିଥାଏ । ଉଭୟ ଇଞ୍ଜିନ୍‌ ୬ ସ୍ପିଡ୍‌ ମାନୁଆଲ ଏବଂ ଅଟୋମେଟିକ ଟ୍ରାନ୍ସମିଶନର ଅପ୍ସନ ସହିତ ଆସିଥାଏ । ଏହି କାରର ଏକ୍ସ ସୋରୁମ ମୂଲ୍ୟ ୧୪.୦୩ ଲକ୍ଷ ଟଙ୍କାରେ ଆରମ୍ଭ ହୋଇଛି ।

2023 Hyundai verna :
ଏହି କାର ୧.୫ ଲିଟର ଏନ, ପେଟ୍ରୋଲ ଇଞ୍ଜିନ୍‌ ସହିତ ଆସିଥାଏ ଏବଂ ଏକ ନୂଆ ୧.୫ ଲିଟର ଟର୍ବୋ ପେଟ୍ରୋଲ ଇଞ୍ଜନର ଅପ୍ସନ ସହିତ ଆସିଥାଏ । ଯାହା ୧୧୩bhp ଏବଂ ୧୪୪Nm ଏବଂ ୧୫୮bhp ଏବଂ ୨୫୩Nmର ଆଉଟପୁଟ ଜେନେରେଟ କରିଥାଏ । ଏଥିରେ ୬ ସ୍ପିଡ ମାନୁଆଲ ୟୁନିଟ, ଗୋଟିଏ ଆଇବିଟି ୟୁନିଟ୍‌ ଏବଂ ୭ ସ୍ପିଡ ଡିସିଟି ୟୁନିଟ ସହ ଏହା ଆସିଥାଏ । ଏହି କାରର ଏକ୍ସ ସୋରୁମ ମୂଲ୍ୟ ୧୦.୯୬ ଲକ୍ଷ ଟଙ୍କା ରହିଛି ।

Subhalaxmi Das

Recent Posts

ମେଡିକାଲରୁ ଚୋରି ଶିଶୁ ଉଦ୍ଧାର, ଆଶାକର୍ମୀ ଅଟକ

ବାଲେଶ୍ବର: ମେଡିକାଲରୁ ଚୋରି ଶିଶୁ ଉଦ୍ଧାର । ବାଲେଶ୍ବର ମେଡିକାଲରୁ ଚୋରି ହୋଇଥିବା ନବଜାତ ଶିଶୁ ଉଦ୍ଧାର ହୋଇଛି ।…

17 mins ago

ଲୁଟେରାଙ୍କ ଆତଙ୍କ ନେଇ ଚିନ୍ତାରେ ଜନ ସାଧାରଣ, ୭ ଜଣଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ

ଝାରସୁଗୁଡ଼ା(କେନ୍ୟୁଜ): ଥମୁନି ଲୁଟେରାଙ୍କ ଆତଙ୍କ । ଦିନ ଦ୍ୱିପ୍ରହରରେ ଲୁଟିବା ପାଇଁ ଆପଣାଉଛନ୍ତି ଭିନ୍ନ ଭିନ୍ନ ଉପାୟ । ଯଦି…

26 mins ago

ସୁରେଶ ପୂଜାରୀ ହୋଇ ପାରନ୍ତି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ, ରେସ୍ ରେ ଆଗରେ ନାଁ

ସୁରେଶ ପୂଜାରୀ ହୋଇ ପାରନ୍ତି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ । ରେସ୍ ରେ ଆଗରେ ଅଛି ସୁରେଶ ପୂଜାରୀଙ୍କ ନାଁ…

33 mins ago

ନ୍ୟୁୟର୍କରେ ଉଡିଲା ତ୍ରିରଙ୍ଗା, ୬ ରନରେ ପାକିସ୍ତାନକୁ ହରାଇଲା ଟିମ୍ ଇଣ୍ଡିଆ

ନ୍ୟୁୟର୍କରେ ଉଡିଲା ତ୍ରିରଙ୍ଗା । ରୋମାଞ୍ଚକ ମୁକାବିଲାରେ ପାକିସ୍ତାନକୁ ହରାଇଲା ଭାରତ । ମାତ୍ର ୬ ରନରେ ପାକିସ୍ତାନକୁ ହରାଇ…

40 mins ago

ପେଟ୍ରୋଲ ଓ ଡିଜେଲର ନୂଆ ମୂଲ୍ୟ ଜାରି

ଭୁବନେଶ୍ୱରରେ ବଢ଼ିଲା ପେଟ୍ରୋଲ ଦାମ । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୫୦ ପଇସା ରହିଛି ।…

49 mins ago

ଜାଣନ୍ତୁ ଆଜି କେତେ ରହିଛି ବଜାରରେ ସୁନା ଦର ?

ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦…

57 mins ago