ସାବଧାନ ! ୩୧ ଡ଼ିସେମ୍ବର ଆଗରୁ ଶେଷ କରନ୍ତୁ ଏହି ୩ଟି କାମ, ନଚେତ୍ ଭୋଗିପାରନ୍ତି ଅସୁବିଧା

ନୂଆଦିଲ୍ଳୀ : ୨୦୧୮ ମସିହା ଶେଷ ହେବାରେ ମାତ୍ର ୫ ଦିନ ବାକି ରହିଛି। ଏହି ୫ଦିନ ଏଥିପାଇଁ ଜରୁରୀ କାରଣ ଯଦି ଏହି ମଧ୍ୟରେ ଆପଣ ୩ଟି ଶେଷ କରୁନାହାନ୍ତି ତେବେ ନୂଆବର୍ଷରେ ଆପଣଙ୍କୁ ଅସୁବିଧା ଭୋଗିବାକୁ ପଡ଼ିବ। ଏଣୁ ଆଉ ଡେରି ନକରି ଡ଼ିସେମ୍ବର ୩୧ ମଧ୍ୟରେ ଶେଷ କରନ୍ତୁ ଏହି କାମ । ଅଥବା ଅସୁବିଧା ଭୋଗି ପାରନ୍ତି। ଆସନ୍ତୁ ଜାଣିବା କଣ ରହିଛି ଜରୁରୀ ସେ ୩ କାମ।

-ଗତ ଆର୍ଥିକ ବର୍ଷରେ ୨୦୧୭-୧୮ରେ ଆଇଟିଆର ଭର୍ତ୍ତି କରିବା ପାଇଁ ଯଦି ଭୁଲି ଯାଇଛନ୍ତି ତେବେ ୩୧ ଡ଼ିସେମ୍ବର ଆଗରୁ ତାହାକୁ ଭର୍ତ୍ତି କରନ୍ତୁ। ଅଥବା ଆପଣଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ତେବେ ଯଦି ଆପଣ ଡ଼ିସେମ୍ବର ୩୧ ତାରିଖ ଭିତରେ ମଧ୍ୟ ଆଇଟିଆର ଭର୍ତ୍ତି କରୁଛନ୍ତି ତେବେ ଆପଣଙ୍କ ୫୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। କାରଣ ଏହାକୁ ଭରିବାର ଶେଷ ତାରିଖ ୩୧ ଅଗଷ୍ଟ ୨୦୧୮ ପର‌୍ୟ୍ୟନ୍ତ ରହିଥିଲା। ସେହିଭଳି ଯଦି ଆଇଟିଆର ଯଦି ଆପଣ ୩୧ ମାର୍ଚ୍ଚ ୨୦୧୯ ପୂର୍ବରୁ ଦେଉଛନ୍ତି ଆପଣଙ୍କୁ ୧୦ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ।

-ଆରବିଆଇ ଦ୍ବାରା ଲାଗୁ କରାଯାଇଥିବା ନିୟମ ଅନୁଯାୟୀ ଯଦି ଆପଣ ୩୧ ଡ଼ିସେମ୍ବର ମଧ୍ୟରେ ନିଜର ପରୁଣା ଏଟିଏମ୍ କାର୍ଡ଼ ବଦଳୁ ନାହାନ୍ତି ତେବେ ଆପଣଙ୍କୁ ଟଙ୍କା ନେଣଦେଣରେ ଅସୁବିଧା ଭୋଗିବାକୁ ପଡ଼ିବ। ଯଦି ଆପଣଙ୍କ ପାଖରେ ମ୍ୟାଗ୍ନେଷ୍ଟିପ୍ ଥିବା ଏଟିଏମ୍ କାର୍ଡ଼ ରହିଛି ତାହାକୁ ତୁରନ୍ତ ବଦଳି ଇଏମବି ଚିପ୍ ଥିବା ଏଟିଏମ୍ କାର୍ଡ଼ ନିଅନ୍ତୁ। କାରଣ ନୂତନ ବର୍ଷରୁ ପୁରୁଣା ଏଟିଏମ୍ କାର୍ଡ଼ କାମ କରିବା ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଯିବ।

-ଯଦି ଆପଣ ଏସବିଆଇ ନେଟବ୍ୟାଙ୍କିଂର ବ୍ୟବହାର କରୁଛନ୍ତି ତେବେ ତାହାକୁ ଜାରି ରଖିବା ପାଇଁ ୩୧ ଡ଼ିସେମ୍ବର ପୂର୍ବରୁ ନିଜ ମୋବାଇଲ ନମ୍ବରକୁ ବ୍ୟାଙ୍କ ଖାତା ସହ ଯୋଡ଼ନ୍ତୁ। ଏପରି ନକରିବା ଦ୍ବାରା ଜାନୁଆରୀ ୧ରୁ ଆପଣ ନେଟବ୍ୟାଙ୍କିଂର ସୁବିଧା ଆଉ ଉଠାଇ ପାରିବେ ନାହିଁ। ଏଣୁ ଯେତେ ସମ୍ବବ ଶୀଘ୍ର ୩୧ ଡ଼ିସେମ୍ବର ଆଗରୁ ଏହି ସମସ୍ତ କାମ ଶେଷ କରିବାକୁ ଚେଷ୍ଠା କରନ୍ତୁ।

KNews Bureau

Recent Posts

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

2 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

35 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

37 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 hours ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago