ସାବଧାନ ! ୩୧ ଡ଼ିସେମ୍ବର ଆଗରୁ ଶେଷ କରନ୍ତୁ ଏହି ୩ଟି କାମ, ନଚେତ୍ ଭୋଗିପାରନ୍ତି ଅସୁବିଧା

ନୂଆଦିଲ୍ଳୀ : ୨୦୧୮ ମସିହା ଶେଷ ହେବାରେ ମାତ୍ର ୫ ଦିନ ବାକି ରହିଛି। ଏହି ୫ଦିନ ଏଥିପାଇଁ ଜରୁରୀ କାରଣ ଯଦି ଏହି ମଧ୍ୟରେ ଆପଣ ୩ଟି ଶେଷ କରୁନାହାନ୍ତି ତେବେ ନୂଆବର୍ଷରେ ଆପଣଙ୍କୁ ଅସୁବିଧା ଭୋଗିବାକୁ ପଡ଼ିବ। ଏଣୁ ଆଉ ଡେରି ନକରି ଡ଼ିସେମ୍ବର ୩୧ ମଧ୍ୟରେ ଶେଷ କରନ୍ତୁ ଏହି କାମ । ଅଥବା ଅସୁବିଧା ଭୋଗି ପାରନ୍ତି। ଆସନ୍ତୁ ଜାଣିବା କଣ ରହିଛି ଜରୁରୀ ସେ ୩ କାମ।
-ଗତ ଆର୍ଥିକ ବର୍ଷରେ ୨୦୧୭-୧୮ରେ ଆଇଟିଆର ଭର୍ତ୍ତି କରିବା ପାଇଁ ଯଦି ଭୁଲି ଯାଇଛନ୍ତି ତେବେ ୩୧ ଡ଼ିସେମ୍ବର ଆଗରୁ ତାହାକୁ ଭର୍ତ୍ତି କରନ୍ତୁ। ଅଥବା ଆପଣଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ତେବେ ଯଦି ଆପଣ ଡ଼ିସେମ୍ବର ୩୧ ତାରିଖ ଭିତରେ ମଧ୍ୟ ଆଇଟିଆର ଭର୍ତ୍ତି କରୁଛନ୍ତି ତେବେ ଆପଣଙ୍କ ୫୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। କାରଣ ଏହାକୁ ଭରିବାର ଶେଷ ତାରିଖ ୩୧ ଅଗଷ୍ଟ ୨୦୧୮ ପର୍ୟ୍ୟନ୍ତ ରହିଥିଲା। ସେହିଭଳି ଯଦି ଆଇଟିଆର ଯଦି ଆପଣ ୩୧ ମାର୍ଚ୍ଚ ୨୦୧୯ ପୂର୍ବରୁ ଦେଉଛନ୍ତି ଆପଣଙ୍କୁ ୧୦ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ।
-ଆରବିଆଇ ଦ୍ବାରା ଲାଗୁ କରାଯାଇଥିବା ନିୟମ ଅନୁଯାୟୀ ଯଦି ଆପଣ ୩୧ ଡ଼ିସେମ୍ବର ମଧ୍ୟରେ ନିଜର ପରୁଣା ଏଟିଏମ୍ କାର୍ଡ଼ ବଦଳୁ ନାହାନ୍ତି ତେବେ ଆପଣଙ୍କୁ ଟଙ୍କା ନେଣଦେଣରେ ଅସୁବିଧା ଭୋଗିବାକୁ ପଡ଼ିବ। ଯଦି ଆପଣଙ୍କ ପାଖରେ ମ୍ୟାଗ୍ନେଷ୍ଟିପ୍ ଥିବା ଏଟିଏମ୍ କାର୍ଡ଼ ରହିଛି ତାହାକୁ ତୁରନ୍ତ ବଦଳି ଇଏମବି ଚିପ୍ ଥିବା ଏଟିଏମ୍ କାର୍ଡ଼ ନିଅନ୍ତୁ। କାରଣ ନୂତନ ବର୍ଷରୁ ପୁରୁଣା ଏଟିଏମ୍ କାର୍ଡ଼ କାମ କରିବା ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଯିବ।
-ଯଦି ଆପଣ ଏସବିଆଇ ନେଟବ୍ୟାଙ୍କିଂର ବ୍ୟବହାର କରୁଛନ୍ତି ତେବେ ତାହାକୁ ଜାରି ରଖିବା ପାଇଁ ୩୧ ଡ଼ିସେମ୍ବର ପୂର୍ବରୁ ନିଜ ମୋବାଇଲ ନମ୍ବରକୁ ବ୍ୟାଙ୍କ ଖାତା ସହ ଯୋଡ଼ନ୍ତୁ। ଏପରି ନକରିବା ଦ୍ବାରା ଜାନୁଆରୀ ୧ରୁ ଆପଣ ନେଟବ୍ୟାଙ୍କିଂର ସୁବିଧା ଆଉ ଉଠାଇ ପାରିବେ ନାହିଁ। ଏଣୁ ଯେତେ ସମ୍ବବ ଶୀଘ୍ର ୩୧ ଡ଼ିସେମ୍ବର ଆଗରୁ ଏହି ସମସ୍ତ କାମ ଶେଷ କରିବାକୁ ଚେଷ୍ଠା କରନ୍ତୁ।