କରୋନା ଭାଇରସ

ଆଜି ରାଜ୍ଯର ୨୯ଟି ଜିଲ୍ଲାରୁ ୩୨୧୯ କରୋନା ପଜିଟିଭ୍ ଚିହ୍ନଟ, ଗଲା ୧୧ ଜଣଙ୍କ ଜୀବନ

ଭୁବନେଶ୍ବର: ଆଜି ରାଜ୍ଯରେ ୩୨୧୯  କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମୁଦାୟ ୨୯ଟି ଜିଲ୍ଲାରୁ ଏହି ସମସ୍ତ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୧୯୩୧ ଏବଂ ଲୋକାଲ୍ କେସରୁ ୧୨୮୮ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ଯରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ୧,୯୭,୦୮୦ ରେ ପହଁଚିଛି। ଏମାନଙ୍କ ୮୦,୭୭୦ ସୁସ୍ଥ ହୋଇ ସାରିଥବା ବେଳେ, ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୨୮,୪୪୩ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ୭୩୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।


ସେହିପରି ଅନୁଗୁଳରୁ ୬୬, ବାଲେଶ୍ବରରୁ ୧୯୪, ବରଗଡରୁ ୧୮୫, ଭଦ୍ରକରୁ ୮୭, ବଲାଙ୍ଗିରରୁ ୧୦, ବୌଦ୍ଧରୁ ୩୬, କଟକରୁ ୪୦୦, ଢେଙ୍କାନାଳରୁ ୩୭, ଗଜପତିରୁ ୨୭, ଗଞ୍ଜାମରୁ ୧୬୯, ଜଗତସିଂହପୁରରୁ ୬୦, ଯାଜପୁରରୁ ୧୧୭, ଝାରସୁଗୁଡା ୬୦, କଳାହାଣ୍ଡିରୁ ୩୭, କନ୍ଧମାଳରୁ ୫୭, କେନ୍ଦ୍ରାପଡାରୁ ୫୭, କେନ୍ଦୁଝରରୁ ୧୦୨, କୋରାପୁଟରୁ ୯୦, ମାଲକାନଗିରିରୁ ୧୩, ମୟୁରଭଞ୍ଜରୁ ୧୩୭, ନବରଙ୍ଗପୁରରୁ ୫୫, ନୟାଗଡରୁ ୬୨, ନୂଆପଡାରୁ ୪୯, ପୁରୀରୁ ୨୧୭, ରାୟଗଡାରୁ ୨୫, ସମ୍ବଲପୁରରୁ ୭୮, ସୋନପୁରରୁ ୨୬ ଏବଂ ସୁନ୍ଦରଗଡରୁ ୬୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।


ସେହିପରି ଆଜି ରାଜ୍ୟରେ ଆଉ ୧୧ ଜଣଙ୍କ ଜୀବନ ନେଲା ମାରାତ୍ମକ କରୋନା ଭାଇରସ୍‌ । ଏମାନଙ୍କ ଭିତରୁ ଗଞ୍ଜାମରୁ ୩ ଓ ଭୁବନେଶ୍ବରରୁ ୨ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିପରି ଭଦ୍ରକ,ଜଗତସିଂହପୁର,ପୁରୀ,ସମ୍ବଲପୁର,ବାଲେଶ୍ବର ଓ ରାୟଗଡାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୧୪ମୃତ୍ୟୁକୁ ବୃଦ୍ଧି ପାଇଛି ।

Sonalisa

Recent Posts

ରବିବାର ସନ୍ଧ୍ୟା ସୁଦ୍ଧା ବାତ୍ୟା ନେବ ଭୀଷଣ ରୂପ, ସତର୍କତାମୂଳକ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସ୍‌ଆରସି

ଭୁବନେଶ୍ବର : ବାତ୍ୟା ଓ ବର୍ଷା ନେଇ ସ୍ବତନ୍ତ୍ର ରିଲିଫ୍‌ କମିସନର ଜାରି କଲେ ସତର୍କ ସୂଚନା । ଏନେଇ…

42 mins ago

ମଣିଷ ଶରୀରରେ କେତେ ଉତ୍ତାପ ବହନ କରିବାର କ୍ଷମତା ରହିଛି ?

ବିଶ୍ୱର ଅନେକ ଅଞ୍ଚଳରେ ଜଳବାୟୁ ପରିବର୍ତ୍ତନ ହେତୁ ତାପମାତ୍ରା ଏତେ ବୃଦ୍ଧି ପାଇଛି ଯେ ଏହି ଉତ୍ତାପକୁ ସହ୍ୟ କରିବା…

1 hour ago

ହାତୀ ଆତଙ୍କ, ରାସ୍ତାରେ ରାତ୍ରି ଯାପନ କରୁଛନ୍ତି ଲୋକେ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାର କଲମପୁର ଅଞ୍ଚଳରେ ଗତ କିଛିଦିନ ହେଲା ବଣୁଆ ହାତୀ ଆତଙ୍କ ଖେଲାଇଛି । କିଛି…

2 hours ago

ମହାରାଷ୍ଟ୍ର: ରାସାୟନିକ କାରଖାନାରେ ବଏଲର ଫାଟି ଭୟଙ୍କର ବିସ୍ଫୋରଣ, ୪ ମୃତ; ୩୦ ଆହତ

ମହାରାଷ୍ଟ୍ରର ଠାଣେ ଜିଲ୍ଲାରେ ଏକ ରାସାୟନିକ କାରଖାନାରେ ନିଆଁ ଲାଗିଥିବାର ଖବର ଆସିଛି । କାରଖାନା ଭିତରେ ବଏଲର ଫାଟିଯିବା…

2 hours ago

ଓଜନ କମ୍‌ କରିବା ପାଇଁ ଓ୍ଵାକ ସମୟରେ ଧ୍ୟାନ ରଖନ୍ତୁ ଏହି ସବୁ ଜିନିଷ

ଯେକୌଣସି ସମୟରେ ଓ୍ଵାକିଂ କରିବା ହେଉଛି ସବୁଠାରୁ ସହଜ ଫିଟନେସ୍ ଏକ୍ସରସାଇଜ୍‌ । ତେବେ ପ୍ରତିଦିନ ଓ୍ଵାକ ଆପଣଙ୍କ ପୁରା…

2 hours ago

ସାଲେପୁର ବିଜୟ ସଂକଳ୍ପ ସମାବେଶରେ ଗୁରୁମନ୍ତ୍ର ଦେଲେ ଯୋଗୀ ଆଦିତ୍ୟନାଥ

ସାଲେପୁର : ଆଜି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓଡିଶା ଗ୍ରସ୍ତରେ ଆସି ସାଲେପୁର କୁଳିଆ ଆର ଏମସି…

2 hours ago