କରୋନା ଭାଇରସ

ପୁଣି ଡରାଇଲାଣି କରୋନା ନୂଆ ଭାଇରସ ବିଏଫ୍‌ ୭, ଦୁଇଟି ଟିକା ନେଲେ ବି ହୋଇପାରନ୍ତି ପ୍ରଭାବିତ, ଏହି ଲକ୍ଷଣ ଦେଖିବା ମାତ୍ରେ ସତର୍କ ରୁହନ୍ତୁ

ନୂଆଦିଲ୍ଲୀ : କିଛି ମାସ ଧରି କରୋନା ସଂକ୍ରମଣ ଭୟରୁ ଲୋକେ ମୁକୁଳିଥିବା ବେଳେ ପୁଣି ଥରେ ଡରାଇଲାଣି କରୋନା । ଏଥର ପୁଣି ଆଉ ଏକ ନୂଆ ଭାରିଏଣ୍ଟ ବିଏଫ୍‌ ୭, ଯାହା ଟିକା ନେବା ଲୋକଙ୍କୁ ବି ପ୍ରଭାବିତ କରୁଛି । ଏମିତି ଖବର ମିଳୁଛି ଗବେଷକଙ୍କ ନିକଟରୁ । ଚୀନରେ ଲକ୍ଷ ଲକ୍ଷ ଲୋକ ଏଥିରେ ପ୍ରଭାବିତ ହେଲେଣି । ମୃତ୍ୟୁ ସଂଖ୍ୟା ମଧ୍ୟ ଚୀନରେ ଆତଙ୍କ ପ୍ରଦ ବୋଲି ଜଣାଯାଇଛି ।

ତେବେ ଭାରତ ପାଇଁ ଏହା ଏତେଟା ବିପଦପୂର୍ଣ୍ଣ ନୁହେଁ ବୋଲି କିଛି ଗବେଷକ କହୁଥିବା ବେଳେ କରୋନା ଗାଇଡ ଲାଇନ ମାନିବା ସହ ଲକ୍ଷଣ ଦେଖିଲେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଭାରତରେ ଏବେ ଏହି ନୂଆ ଭାରିଏଣ୍ଟ ବିଏଫ୍‌ ୭ ମାମଲା ବଢ଼ିବାକୁ ଲାଗିଛି । ସବୁଠାରୁ ବଡ଼ କଥା ହେଉଛି ଏହି ଭାରିଏଣ୍ଟ ଓମିକ୍ରନ ବିଏଫ୍‌ ୭ ଦ୍ରୁତ ଗତିରେ ସଂକ୍ରମଣ କରିପାରେ । ଜଣେ ଓମିକ୍ରନ ବିଏଫ୍‌ ୭ ସଂକ୍ରମିତ ୧୮ ଲୋକଙ୍କୁ ସଂକ୍ରମଣ କରିପାରବେ ।

ସଂକ୍ରମିତଙ୍କ ଠାରେ ଦେଖିବେ ଏହି ଲକ୍ଷଣ

ଏହା ଥଣ୍ଡା କଫ୍‌ କାସ ସହ ପ୍ରାୟ ସମାନ । ତେଣୁ ପାର୍ଥକ୍ୟ ଜାଣିବା ବହୁତ କଷ୍ଟକର ।

• ନାକରୁ ପାଣି ବୋହିବା ଲାଗି ରହିବା

• ଛାତିରେ ଦରଜ ସହ କାଶ ହେବା

• ଗଳାରେ ଦରଜ ଓ ଖାଦ୍ୟ ଗିଳିବାରେ ଅସୁବିଧା ଅନୁଭବ କରିବା

ଆପଣଙ୍କୁ କ‘ଣ କରିବାକୁ ଦରକାର

• ଅଦା ଚା’ ପିଅନ୍ତୁ- ଅଦା,ତୁଳସୀ ଓ ଲବଙ୍ଗର ଚା’ ତିଆରି କରି ପିଅନ୍ତୁ ।

• ଅଧା ଚାମଚ ମୁଲେଠିରେ ୧ ଚାମଚ ମହୁ ମିଶାଇ ଚାଟନ୍ତୁ । ଏହା ଦିନରେ କେବଳ ୨ ଥର କରନ୍ତୁ ।

• ଶୋରିସ ତେଲ ବ୍ୟବହାର କରନ୍ତୁ – ଦୁଇ ନାକ ପୁଡାରେ ଟୋପାଏ ଲେଖାଁ ଶୋରିସ ତେଲ ପକାନ୍ତୁ ।

• ସଦ୍ୟ ଭୋଜନ କରନ୍ତୁ – ବାସୀ ଖାଦ୍ୟ ନଖାଇ ସଦ୍ୟ ଭୋଜନ କରନ୍ତୁ ।

Niharanjan

Share
Published by
Niharanjan

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

37 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago