କରୋନା ଭାଇରସ

ଆମେରିକାର ପିଛା ଛାଡୁନି କିଲର ଭାଇରସ, ମଣିଷ ପରେ ଏବେ ଜୀବ ଜନ୍ତୁଙ୍କ ଉପରେ ନଜର ପକାଇଛି କରୋନା

କରୋନା ଭାଇରସର ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି। ସାରା ବିଶ୍ବରେ ସବୁଠାରୁ ଅଧିକ ଆକ୍ରାନ୍ତ ହୋଇଥିବା ଦେଶ ଆମେରିକାରେ ଏହି କିଲର ଭାଇରସ ଯେମିତି ତାଣ୍ଡବ କରୁଛି। କରୋନାରେ ସବୁଠାରୁ ଅଧିକ ସଂକ୍ରମିତ ହୋଇଥିବା ଆମେରିକାକୁ ଯେମିତି ପିଛା ଛାଡ଼ୁନି ଏହି ମହାମାରୀ କରୋନା। କିଲର ଭାଇରସ କରୋନା ଆମେରିକାରେ ଏପର୍ଯ୍ୟନ୍ତ ମଣିଷଙ୍କୁ ଶିକାର କରୁଥିବାବେଳେ ପୋଷା ଜୀବ ମାନଙ୍କୁ ଏବେ ଆକ୍ରମଣ କଲାଣି। ପୋଷା ଜୀବ ଜନ୍ତୁଙ୍କ ଠାରେ କରୋନା ଭାଇରସ ମାମଲା ସାମ୍ନାକୁ ଆସିଛି। ନ୍ୟୁୟର୍କରେ ଦୁଇଟି ପୋଷା ବିଲେଇ କରୋନା ସଂକ୍ରମିତ ହୋଇଥିବା ଖବର ମିଳିଛି। ପୋଷା ପଶୁଙ୍କୁ ସଂକ୍ରମିତ କରିଥିବା ଏହି ଘଟଣା ଆମେରିକାର ପ୍ରଥମ ମାମଲା ଅଟେ।

ଆମେରିକାର କୃଷି ବିଭାଗ ଏବଂ ସଂଘୀୟ ରୋଗ ନିୟନ୍ତ୍ରଣ ଏବଂ ସିଡିସି ଜଣାଇଛି ଯେ ବିଲେଇ ମାନଙ୍କୁ ନିଶ୍ୱାସ ନେବାରେ ସାମାନ୍ୟ ସମସ୍ୟା ହେଉଛି ଏବଂ କରୋନା ଲକ୍ଷଣ ଦେଖିବାକୁ ମିଳୁଛି। ଏହି ବିଲେଇ ଯେଉଁ ଘରେ ଅଛି ସେହି ଘରର ଲୋକ କିମ୍ବା ପଡୋଶୀଙ୍କୁ ସଂକ୍ରମଣ ହେବାର ଆଶଙ୍କା ରହିଛି।

ଏହାପୂର୍ବରୁ ବ୍ରୋକସ୍ ଚିଡିଆ ଘରେ କିଛି ବାଘ ଏବଂ ସିଂହଙ୍କ ଠାରେ କରୋନା ଭାଇରସ ସଂକ୍ରମଣ ମାମଲା ଆସିବା ପରେ ପଶୁଙ୍କ ଠାରେ ଏହି ଭାଇରସ ଦେଖାଯାଉଥିବା ମାମଲା ଦିନକୁ ଦିନ ବୃଦ୍ଧି ପାଇଲାଣି। ଆମେରିକାର ଜଣେ ଅଧିକାରୀ ଜଣାଇଛନ୍ତି ଯେ ପଶୁଙ୍କ ଠାରେ ଏହି ଭାଇରସ ମଣିଷଙ୍କ ପାଖରୁ ଆସିଥାଇପରେ। କିନ୍ତୁ ଏହି କଥା ଏବେ ପର୍ଯ୍ୟନ୍ତ ପ୍ରମାଣ ମିଳିନାହିଁ ଯେ ମଣିଷଙ୍କ ପାଖରୁ ପଶୁ ସଂକ୍ରମିତ ହେଉଛନ୍ତି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହାପୂର୍ବରୁ ବେଲଜିୟମରେ ଏକ ବିଲେଇ ସଂକ୍ରମିତ ହୋଇଥିବା ଦୁର୍ଲଭ ମାମଲା ସାମ୍ନାକୁ ଆସିଥିଲା। କୁହାଯାଉଛି ଯେ ଏହି ବିଲେଇର ମାଲିକାଣୀ କରୋନା ସଂକ୍ରମିତ ଥିଲେ। ତେଣୁ କୁହାଯାଉଛି ଯେ ବିଲେଇ ଠାରେ ଏହି ଭାଇରସ ତାର ମାଲିକାଣୀଙ୍କ ପାଖରୁ ଆସିଥାଇପରେ।

ଗୋଟେ କୁକୁରର କରୋନା ଭାଇରସ ଦ୍ୱାରା ହୋଇଥିଲା ମୃତ୍ୟୁ

ଏହାପୂର୍ବରୁ କୁକୁର ପାଖରେ କରୋନା ଭାଇରସ ଲକ୍ଷଣ ମିଳିଥିଲା, ଯାହାପରେ ତାର ଟେଷ୍ଟ କରାଗଲା ଏବଂ ରିପୋର୍ଟ ପଜିଟିଭ ଆସିଲା। କୁହାଯାଉଛି ଯେ କୁକୁରକୁ ତାର ମାଲିକ ପାଖରୁ କାରୋନା ଆସିଛି। ଚିକିତ୍ସାର କିଛି ଦିନ ପରେ କୁକୁରର ମୃତ୍ୟୁ ହୋଇଥିଲା।

ବିଶେଷଜ୍ଞଙ୍କ କହିବାନୁଯାୟୀ ମଣିଷଙ୍କ ଠାରୁ ପଶୁଙ୍କ ପାଖକୁ କରୋନା ଭାଇରସ ବ୍ୟାପିବାର ସମ୍ଭାବନା ବହୁତ କମ ରହିଛି। ଏଣୁ ଆପଣ ମାନେ ନିଜ ପୋଷା ପଶୁଙ୍କ ସହିତ ଖରାପ ବ୍ୟବହାର କରିବେନାହିଁ।

Pritiparna

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି କୌଣସି ପ୍ରକାରର ନୂଆ ଯୋଜନା କରିବେ ଏବଂ ସେଥିରେ ସଫଳ ହେବେ

ମେଷ: ଆପଣଙ୍କର କିଛି ନୂଆ କାମରେ ରୁଚି ବଢିବ । ଆଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ ହେବ ।…

6 hours ago

୨୦ରେ ହେବ ବିଧାନସଭା ବାଚସ୍ପତି ନିର୍ବାଚନ, ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ହେବେ କାମଚଳା ବାଚସ୍ପତି

ଆସନ୍ତା ୨୦ ତାରିଖରେ ହେବ ବିଧାନସଭା ବାଚସ୍ପତି ନିର୍ବାଚନ। ୧୯ ତାରିଖରେ ବାଚସ୍ପତି ପଦ ପାଇଁ ନମାଙ୍କନ ଦାଖଲ ହେବ…

8 hours ago

ଟାଇମ୍‍ସ ହାଇଅର ଏଜୁକେସନ୍‍ ଇମ୍ପାକ୍ଟ ରାଙ୍କିଙ୍ଗ : ଭାରତରେ ଏକ ନମ୍ବର ଓ ବିଶ୍ୱରେ ଷଷ୍ଠ ସ୍ଥାନରେ ରହିଛି କିଟ୍‍ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର (କେନ୍ୟୁଜ): ପ୍ରତିବର୍ଷ ପରି ଚଳିତ ବର୍ଷ ଟାଇମ୍‍ସ ହାଇଅର ଏଜୁକେସନ୍‍ ଇମ୍ପାକ୍ଟ (ସାମାଜିକ ପ୍ରଭାବ) ରାଙ୍କିଙ୍ଗ ପ୍ରକାଶ ପାଇଛି।…

8 hours ago

ବଜ୍ରାପାତରେ ଜଣେ ମୃତ, ମା’ କିଚକେଶ୍ୱରୀ ଦେବୀ ମନ୍ଦିର କଳସ ଭାଙ୍ଗିଲା

କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଉପଖଣ୍ଡରେ ଅପରାହ୍ନରେ କିଛି କିଛି ସ୍ଥାନରେ ଘଡଘଡି ସହିତ ହାଲୁକା ବର୍ଷା ଲାଗି…

9 hours ago

ଆଖି ପିଛୁଳାକେ ଚାଲି ଯାଇଥାନ୍ତା ଜୀବନ, ରେଳ ଯାତ୍ରୀଙ୍କୁ ବଞ୍ଚାଇ ଦେଲେ ସୁରକ୍ଷା କର୍ମୀ

କଟକ (କେନ୍ୟୁଜ୍‌) : ଜୀବନ ବଞ୍ଚାଇ ଦେଲେ ରମେଶ। କଟକ ରେଳବାଇ ପୋଲିସ୍‌ କର୍ମଚାରୀଙ୍କ ସାହସିକତା ପାଇଁ ବଞ୍ଚି ଗଲା…

10 hours ago

ବିଜେପି ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ଏମିତି ଆସିଥିଲେ କିଛି ନିଆରା ବ୍ୟକ୍ତି

ଭୁବନେଶ୍ୱର: ଚାରିଆଡ଼େ ପରିବର୍ତ୍ତନର ସ୍ୱର । ଓଡ଼ିଶା ରାଜନୀତିରେ ହୋଇଛି ବଡ଼ ପରିବର୍ତ୍ତନ । ଦୀର୍ଘ ୨୪ ବର୍ଷ ଧରି…

10 hours ago