Categories: ଦଶହରା

ନବରାତ୍ରୀରେ ଦେବୀ ମା’ ଙ୍କୁ ପ୍ରସନ୍ନ କରିବା ପାଇଁ ବ୍ୟବହାର କରନ୍ତୁ ଏହି ୯ଟି ରଙ୍ଗ

ନବରାତ୍ରୀର ମହା ପର୍ବ ଆରମ୍ଭ ହେବା ପାଇଁ ଆଉ କିଛି ଦିନର ଅପେକ୍ଷା। ଚଳିତ ବର୍ଷ ବର୍ଷରେ ୪ଟି ନବରାତ୍ରୀ ମଧ୍ୟରୁ ଏହି ନବରାତ୍ରୀରେ ସବୁଠାରୁ ଖାସ୍‌ ମହତ୍ୱ ରହିଛି। ଏହି ଦିନରେ ଲୋକମାନେ ଦେବୀ ମା’ ଙ୍କ ନଅଟି ସ୍ୱରୂପକୁ ବିଧିବଧ ଭାବେ ପୂଜା କରିଥାନ୍ତି। ଅନେକ ଲୋକମାନେ ଏହି ୯ ଦିନ ଉପବାସ ମଧ୍ୟ କରିଥାନ୍ତି ଏବଂ ଏହି ବ୍ରତର ଶେଷ ଦିନ କନ୍ୟା ପୂଜା କରି ଉପବାସ ଭାଙ୍ଗିଥାନ୍ତି। ନବରାତ୍ରୀ ସମୟରେ ମା’ ଙ୍କ କୃପା ଆପଣଙ୍କ ଉପରେ ରହିବାକୁ ଚାହୁଁଥିଲେ ଆପଣ ଭିନ୍ନ ଭିନ୍ନ ୯ଟି ରଙ୍ଗ ବ୍ୟବହାର କରନ୍ତୁ।

ପ୍ରତିପଦା ତିଥି, ୨୯ ସେପ୍ଟେମ୍ବର ୨୦୧୯ (ରବିବାର)- ନବରାତ୍ରୀର ପ୍ରଥମା ଦିନରେ ମା ଶୈଳପୁତ୍ରୀଙ୍କୁ ପୂଜା କରାଯାଇଥାଏ। ଏହି ଦିନ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧିବା ଶୁଭ ହୋଇଥାଏ।

ଦ୍ୱିତୀୟା ତିଥି, ୩୦ ସେପ୍ଟେମ୍ବର ୨୦୧୯ (ସୋମବାର)- ନବରାତ୍ରୀର ଦ୍ୱିତୀୟ ଦିନରେ ମା ବ୍ରହ୍ମଚାରିଣୀଙ୍କ ପୂଜା କରାଯାଇଥାଏ। ଏହି ଦିନ ସବୁଜ ରଙ୍ଗର ବସ୍ତ୍ର ପିନ୍ଧିବା ଶୁଭ ହୋଇଥାଏ। ଏହିକାରଣରୁ ନବରାତ୍ରୀର ଦ୍ୱିତୀୟ ଦିନରେ ସବୁଜ ରଙ୍ଗର ବସ୍ତ୍ର ପରିଧାନ କରିବା ଦ୍ୱାରା କାର୍ଯ୍ୟରେ ସଫଳତା ମିଳିଥାଏ।

ତୃତୀୟା ତିଥି, ୧ ଅକ୍ଟୋବର ୨୦୧୯ (ମଙ୍ଗଳବାର)- ନବରାତ୍ରୀର ତୃତୀୟ ଦିନରେ ମା ଚନ୍ଦ୍ରଘଣ୍ଟାଙ୍କ ପୂଜା କରାଯାଇଥାଏ। ଏହିଦିନ ହାଲୁକା ମାଟିଆ ରଙ୍ଗ ଶୁଭ ହୋଇଥାଏ।

ଚତୁର୍ଥୀ ତିଥି, ୨ ଅକ୍ଟୋବର ୨୦୧୯ (ବୁଧବାର)- ନବରାତ୍ରୀର ଚତୁର୍ଥ ଦିନରେ ମା କୁଷ୍ମାଣ୍ଡାଙ୍କୁ ପୂଜା କରାଯାଇଥାଏ। ଏହି ଦିନ କମଳା ରଙ୍ଗର ବସ୍ତ୍ର ପରିଧାନ କରିବା ଶୁଭ ହୋଇଥାଏ।

ପଞ୍ଚମୀ ତିଥି, ୩ ଅକ୍ଟୋବର ୨୦୧୯ (ଗୁରୁବାର)- ନବରାତ୍ରୀର ପଞ୍ଚମ ଦିନରେ ଭକ୍ତଙ୍କ ସମସ୍ତ ଇଛା ପୂରଣ କରୁଥିବା ମା ସ୍କନ୍ଦମାତାଙ୍କୁ ପୂଜା କରାଯାଇଥାଏ। ଏହି ଦିନ ଧଳା ରଙ୍ଗ ଶୁଭ ହୋଇଥାଏ।

ଷଷ୍ଠୀ ତିଥି, ୪ ଅକ୍ଟୋବର ୨୦୧୯ (ଶୁକ୍ରବାର)- ନବରାତ୍ରୀର ଷଷ୍ଠ ଦିନରେ ମା କାତାୟନୀଙ୍କ ପୂଜା କରାଯାଇଥାଏ। ଏହି ଦିନ ମାତାଙ୍କୁ ପୂଜା କରିବା ସମୟରେ ନାଲି ରଙ୍ଗର ବସ୍ତ୍ର ପରିଧାନ କରିବା ଶୁଭ ହୋଇଥାଏ।

ସପ୍ତମୀ ତିଥି, ୫ ଅକ୍ଟୋବର ୨୦୧୯ (ଶନିବାର)- ନବରାତ୍ରୀର ସପ୍ତମ ଦିନରେ ମା କାଳରାତ୍ରୀଙ୍କ ପୂଜା କରାଯାଇଥାଏ। ଏହି ଦିନ ନୀଳ ରଙ୍ଗ ପିନ୍ଧିବା ଶୁଭ ହୋଇଥାଏ।

ଏହାସହ ପଢନ୍ତୁ: ଆସୁଛି ନବରାତ୍ରୀ, ଜାଣନ୍ତୁ କେଉଁ ଦିଗରେ ପୂଜା କଲେ କେଉଁ ଫଳ ପ୍ରାପ୍ତି ହୁଏ

ଅଷ୍ଟମୀ ତିଥି, ୬ ଅକ୍ଟୋବର ୨୦୧୯ (ରବିବାର)- ମହାଗୌରୀଙ୍କ ପୂଜା କରିବା ସମୟରେ ଗୋଲାପି ରଙ୍ଗର ବସ୍ତ୍ର ପରିଧାନ କରିବା ଶୁଭ ହୋଇଥାଏ। ଏହି ଦିନ ଅଷ୍ଟମୀ ପୂଜା ଏବଂ କନ୍ୟା ଭୋଜନ କରାଇବା ସମୟରେ ଏହି ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ।

ନବମୀ ତିଥି, ୭ ଅକ୍ଟୋବର ୨୦୧୯ (ସୋମବାର)- ନବରାତ୍ରୀ ର ଶେଷ ଦିନରେ ପୂଜା ପାଇଥାନ୍ତି ସିଦ୍ଧିଦାତ୍ରୀ। ଏହି ଦିନ ମା’ ଙ୍କୁ ବାଇଗଣି ରଙ୍ଗ ଖୁବ୍‌ ପସନ୍ଦ ହୋଇଥାଏ। ଏହିକାରଣରୁ ନବମୀ ଦିନ ଏହି ରଙ୍ଗର ବସ୍ତ୍ର ପରିଧାନ କରିବା ଦ୍ୱାରା ଶୁଭ ହୋଇଥାଏ।

KNews Bureau

Share
Published by
KNews Bureau

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

28 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

30 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

36 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

45 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

45 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

1 hour ago