ବାଲାକୋଟରେ ପୁଣି ଆତଙ୍କୀ ସକ୍ରିୟ, ଚେନ୍ନାଇରେ ଆର୍ମି ଚିଫ୍‌ ବିପିନ ରାଓ୍ଵତଙ୍କ ସୂଚନା

ଚେନ୍ନାଇ: ବାଲାକୋଟ୍‌ରେ ପୁଣି ସକ୍ରିୟ ହୋଇଛି ଆତଙ୍କୀ କ୍ୟାମ୍ପ । କିଛି ଦିନ ଭିତରେ ଏଠାରେ ଆତଙ୍କବାଦୀଙ୍କ ଗତିବଧି ବଢିବାରେ ଲାଗିଛି । ୫୦୦ ଆତଙ୍କବାଦୀ ଭାରତରେ ପ୍ରବେଶ କରିବାକୁ ଉଦ୍ୟମ କରୁଛନ୍ତି । ହେଲେ ସେନା ବର୍ଡରରେ ସଜାଗ ରହିଛି । ଚେନ୍ନାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଏହା କହିଛନ୍ତି ଆର୍ମି ଚିଫ୍‌ ବିପିନ ରାଓ୍ଵତ । ଏନେଇ ଆର୍ମି ଚିଫ୍‌ଙ୍କୁ ଉପସ୍ଥିତ ସାମ୍ବାଦିକ ପ୍ରଶ୍ନ କରିଥିଲେ କ’ଣ ପୁଣି ଥରେ ଏୟାରଷ୍ଟ୍ରାଇକ୍‌ ହୋଇପାରେ କି ? ବିପିନ ରାଓ୍ଵତ କହିଥିଲେ, ଆମେ ଏୟାର ଷ୍ଟ୍ରାଇକ୍‌କୁ କାହିଁକି ରିପିଟ୍‌ କରିବୁ ? ସେନା ସୀମାରେ ପୂରା ପ୍ରସ୍ତୁତ ରହିଛି । ନିୟନ୍ତ୍ରଣ ରେଖାରେ ଅଧିକ ସୈନ୍ୟ ମୁତୟନ କରାଯାଇଥିବା କହିଛନ୍ତି ବିପିନ ରାଓ୍ଵତ । ଗତ ଫେବ୍ରୁଆରୀ ୨୬ ତାରିଖରେ ଭାରତ, ପାକିସ୍ତାନ ସ୍ଥିତ ବାଲାକୋଟ୍‌ରେ ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦର ଆତଙ୍କୀ କ୍ୟାମ୍ପ ଉପରେ ଏୟାର ଷ୍ଟ୍ରାଇକ୍‌ କରିଥିଲା।

KNews Bureau

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

16 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

19 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

25 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

34 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

34 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

52 mins ago