ବାଲାକୋଟରେ ପୁଣି ଆତଙ୍କୀ ସକ୍ରିୟ, ଚେନ୍ନାଇରେ ଆର୍ମି ଚିଫ୍ ବିପିନ ରାଓ୍ଵତଙ୍କ ସୂଚନା
ଚେନ୍ନାଇ: ବାଲାକୋଟ୍ରେ ପୁଣି ସକ୍ରିୟ ହୋଇଛି ଆତଙ୍କୀ କ୍ୟାମ୍ପ । କିଛି ଦିନ ଭିତରେ ଏଠାରେ ଆତଙ୍କବାଦୀଙ୍କ ଗତିବଧି ବଢିବାରେ ଲାଗିଛି । ୫୦୦ ଆତଙ୍କବାଦୀ ଭାରତରେ ପ୍ରବେଶ କରିବାକୁ ଉଦ୍ୟମ କରୁଛନ୍ତି । ହେଲେ ସେନା ବର୍ଡରରେ ସଜାଗ ରହିଛି । ଚେନ୍ନାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଏହା କହିଛନ୍ତି ଆର୍ମି ଚିଫ୍ ବିପିନ ରାଓ୍ଵତ । ଏନେଇ ଆର୍ମି ଚିଫ୍ଙ୍କୁ ଉପସ୍ଥିତ ସାମ୍ବାଦିକ ପ୍ରଶ୍ନ କରିଥିଲେ କ’ଣ ପୁଣି ଥରେ ଏୟାରଷ୍ଟ୍ରାଇକ୍ ହୋଇପାରେ କି ? ବିପିନ ରାଓ୍ଵତ କହିଥିଲେ, ଆମେ ଏୟାର ଷ୍ଟ୍ରାଇକ୍କୁ କାହିଁକି ରିପିଟ୍ କରିବୁ ? ସେନା ସୀମାରେ ପୂରା ପ୍ରସ୍ତୁତ ରହିଛି । ନିୟନ୍ତ୍ରଣ ରେଖାରେ ଅଧିକ ସୈନ୍ୟ ମୁତୟନ କରାଯାଇଥିବା କହିଛନ୍ତି ବିପିନ ରାଓ୍ଵତ । ଗତ ଫେବ୍ରୁଆରୀ ୨୬ ତାରିଖରେ ଭାରତ, ପାକିସ୍ତାନ ସ୍ଥିତ ବାଲାକୋଟ୍ରେ ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦର ଆତଙ୍କୀ କ୍ୟାମ୍ପ ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା।