କହୁଣୀ କଳାଦାଗ ପାଇଁ ଚିନ୍ତିତ ରହୁଛନ୍ତି କି ? ବ୍ୟବହାର କରନ୍ତୁ ହୋମମେଡ ପ୍ୟାକ୍‌ ଦୂର ହେବ ଦାଗ

କହୁଣୀ ତଳ ସମସ୍ତଙ୍କର ପ୍ରାୟତଃ କଳା ରହିଥାଏ। ଶରୀରର ରଙ୍ଗ ଗୋରା ଥିବା ସତ୍ତ୍ୱେ ମଧ୍ୟ କହୁଣୀ ପାଖରେ କଳାଦାଗ ପରି ରହିଥାଏ। ଏହାକୁ ଦୂର କରିବା ପାଇଁ ଅନେକ ଉପାୟ ଆପଣାଇଥିଲେ ମଧ୍ୟ କହୁଣୀ ଏବଂ ଆଣ୍ଠୁ, ଗୋଡ ଗଣ୍ଠି ପାଖରେ ଥିବା କଳାଦାଗ ଦୂର ହୋଇନଥାଏ। ଏହି ସମସ୍ୟାକୁ ଦୂର କରିବା ପାଇଁ ମହଙ୍ଗା ପ୍ରଡକ୍ଟ ବ୍ୟବହାର କରିବା, ଓ୍ଵାକସିଂ କରିଲେ ମଧ୍ୟ ଫରକ ପଡେ ନାହିଁ। କିନ୍ତୁ ଏହି ପ୍ୟାକ୍‌ ବ୍ୟବହାର କରିବା ଦ୍ୱାରା ଏହି ଜିଦ୍‌ କଳାଦାଗକୁ ଆପଣମାନେ ଦୂର କରିପାରିବେ। ଦିନେ ଦୁଇଦିନ ମଧ୍ୟରେ ଆପଣ ପାର୍ଥକ୍ୟ ଦେଖିପାରିବେ। କିପରି ପ୍ରସ୍ତୁତ କରିବେ ପ୍ୟାକ୍‌ :

89

ପ୍ରଥମେ ଏକ ଚାମଚ ମହୁରେ ନଡିଆ ତେଲ ମିଶାଇ ଦିଅନ୍ତୁ। ଏଥିରେ ଏବେ ଲେମ୍ବୁ ମିଶାଇ ଭଲ ଭାବେ ଫେଣ୍ଟି ଦିଅନ୍ତୁ। ଶେଷରେ ଏଥିରେ ବେକିଂ ସୋଡା ମିଶାଇ ଏହାକୁ ବ୍ୟବହାର କରନ୍ତୁ।

ଏହାସହ ପଢ଼ନ୍ତୁ ; ଡ୍ରାଏ ସ୍କିନ ପାଇଁ ଚିନ୍ତିତ ଥିଲେ, ଏହି ୫ଟି ଦିଗ ପ୍ରତି ସତର୍କ ରୁହନ୍ତୁ

8

ଏହାକୁ ବ୍ୟବହାର କରିବା ପାଇଁ ପ୍ରଥମେ କହୁଣୀକୁ ସାବୁନରେ ଭଲ ଭାବେ ସଫା କରି ସ୍କ୍ରବ କରିଦିଅନ୍ତୁ। ଏବେ ପ୍ରସ୍ତୁତ ଥିବା ପ୍ୟାକ୍‌କୁ ଉପରୁ ତଳ ପର୍ଯ୍ୟନ୍ତ ଲଗାନ୍ତୁ। ଏହି ପ୍ୟାକ୍‌କୁ ଲଗାଇବା ପରେ ଏକ ମୁଲାୟମ କପଡାରେ ଲଗାଇଥିବା ସ୍ଥାନକୁ ବାନ୍ଧି ଦିଅନ୍ତୁ। ସକାଳୁ ଉଠି ଏହାକୁ ହାଲକା ଗରମ ପାଣିରେ ସ୍କ୍ରବ କରି ଧୋଇ ଦିଅନ୍ତୁ। ପ୍ୟାକ୍‌କୁ ଧୋଇବା ପରେ କହୁଣୀରେ ଭଲଭାବେ ମଶ୍ଚରାଇଜର ଲଗାଇ ଦିଅନ୍ତୁ।