Categories: ମନୋରଂଜନ

ଇନଷ୍ଟାଗ୍ରାମରେ ଫଟୋ ଶେୟାର କରି ସମସ୍ତଙ୍କୁ ଝଟକା ଦେଲେ ସୁରବିନ୍

ମୁମ୍ବାଇ : କିଛି ମାସ ପୂର୍ବେ ନିଜ ବିବାହ ଖବର ଦେଇ ସମସ୍ତଙ୍କୁ ଚକିତ କରିଥିଲେ ବଲିଉଡ ଅଭିନେତ୍ରୀ ସୁରବିନ ଚାଓ୍ଵଲା। ତେବେ ଏବେ ସେ ମା’ ହେବାକୁ ଯାଉଥିବା ନେଇ ସୋସିଆଲ ମିଡ଼ିଆରେ କନଫର୍ମ କରିଛନ୍ତି।

ଇନଷ୍ଟାଗ୍ରାମରେ ଏକ କ୍ୟୁଟ ଫଟୋ ପୋଷ୍ଟ କରି ସୁରବୀନ କହିଛନ୍ତି, ଜୀବନରେ ଯାହା ଘଟଣା ଘଟିବାର ଥାଏ, ତାହା ଘଟିଥାଏ। ଆମ ଖୁସି ଜୀବନରେ ଏବେ ଆହୁରି ଖୁସି ଆସିବାକୁ ଯାଉଛି। ଏବେ ଚମତ୍କାର ହେବାକୁ ଯାଉଛି। ଏହି ଚମତ୍କାରକୁ ଜୀବନ କୁହନ୍ତି। ମୋ ଭିତରେ ନୂଆ ଜୀବନ ବଢୁଛି।

ଫଟୋରେ ସୁରବୀନ ଓ ତାଙ୍କ ସ୍ୱାମୀ ମଧ୍ୟ ନଜର ଆସିଛନ୍ତି। ଫଟୋ ଆଗରେ ଛୋଟ ଶିଶୁର ଜୋତା ରଖାଯାଇଛି। ସୁରବୀନ ବଲିଉଡ ସହ ବହୁ ପଞ୍ଜାବୀ ଓ ସାଉଥ୍‌ ଫିଲ୍ମରେ ଅଭିନୟ କରିଛନ୍ତି। ଏଥିସହ ସୁରବିନ ତାଙ୍କ କ୍ଯାରିୟର ଟେଲିଭିଜନ ଧାରାବାହିକରୁ ଆରମ୍ଭ କରିଥିଲେ। ଏହି ଖବର ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ଯ କରିବା ସହ ଖୁସି ମଧ୍ୟ କରାଇଛି।

 

KNews Bureau

Recent Posts

ଦାରିଙ୍ଗବାଡ଼ି: ବଜ୍ରାଘାତରେ ୪ ଗୋରୁ ମୃତ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ  ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…

51 mins ago

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

2 hours ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

3 hours ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

3 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

4 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

4 hours ago