Categories: ମନୋରଂଜନ

ଠଗ୍ସ ଅଫ୍ ହିନ୍ଦୋସ୍ତାନ ପାଇଁ ପରମ୍ପରା ଭାଙ୍ଗିଲେ ଆମୀର : ହିନ୍ଦି ସିନେମା ଇତିହାସରେ ପ୍ରଥମ ଥର ହେବ ଏହି କାମ

ଖୁବ୍ ଶୀଘ୍ର ରୁପେଲି ପରଦାକୁ ଆସିବ ଐତିହାସିକ ସିନେମା ’ଠଗ୍ସ ଅଫ୍ ହିନ୍ଦୋସ୍ତାନ’ । ଏହି ସିନେମାରେ ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ ମହାନାୟକ ଅମିତାଭ୍ ବଚ୍ଚନ ଏବଂ ମିଷ୍ଟର ପରଫେକ୍ଟନିଷ୍ଟ ଆମୀର ଖାନ୍ । ତେଣୁ ସିନେମାକୁ ଦେଖିବା ପାଇଁ ବହୁତ ଉତ୍କଣ୍ଠାର ସହ ଦର୍ଶକଙ୍କ ସହ ଅପେକ୍ଷା କରିଛି ପୁରା ବଲିଉଡ୍ । ତେବେ ଫିଲ୍ମ ସହ ଜଡିତ ଯେତିକି ବି ଫଟୋ ସାମ୍ନାକୁ ଆସିଛି ସେଥିରୁ ଜଣାପଡୁଛି ସିନେମାଟି ବ୍ଲକ୍ ବଷ୍ଟର୍ ନିଶ୍ଚୟ ହେବ ।

ଏହା ସହ ପଢନ୍ତୁ ଦିନେ ବଡ଼ବଡ଼ କଳାକାରଙ୍କ ସହ କରିଥିଲେ କାମ, ଆଜି ଫୁଟପାଥରେ ଗୀତଗାଇ ପୋଷୁଛନ୍ତି ପେଟ

ଏବେ ସିନେମାକୁ ନେଇ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସୂଚନା ଅନୁସାରେ ସିନେମାର ଏଡିଟିଙ୍ଗ୍ ପ୍ରିଭ୍ୟୁ ଥିଏଟରରେ ହେବ ଯାହା ବଲିଉଡରେ ପ୍ରଥମ ମାମଲା । ଏହା ପୂର୍ବରୁ କୌଣସି ବି ସିନେମାର ଏଡିଟିଙ୍ଗ୍ ଥିଏଟରରେ ହୋଇନାହିଁ । ସିନେମା ଏଡିଟ୍ ବଡ ସ୍କ୍ରିନରେ ଲକ୍ କରାଯାଉଛି ନା କି ଛୋଟ ମନିଟରରେ ଯେମିତି ସାଧାରଣତଃ କରାଯାଏ ।

ଆମୀର ଖାନ୍, ଆଦିତ୍ୟ ଚୋପ୍ରା ଏବଂ ନିର୍ଦ୍ଦେଶକ ଭିକ୍ଟର ଭାରତୀୟ ଦର୍ଶକଙ୍କୁ ଜବରଦସ୍ତ ଭିଜୁଆଲ୍ ଅନୁଭବ ଦେବାକୁ ଚାହୁଁଛନ୍ତି । ତେଣୁ ଏଭଳି ନିଷ୍ପତ୍ତି ନେଇଛନ୍ତି ଫିଲ୍ମ ମେକର । ସିନେମାରେ ଠକଙ୍କ ପରମ୍ପରା ନିର୍ବାହ କରୁଥିବା ପୀଢିଙ୍କ ଲିଡର୍ ହୋଇଛନ୍ତି ଆମୀର । ଏହା ସହ ବିଗ୍ ବି ମଧ୍ୟ ଜଣେ ସମୁଦ୍ର ଲୁଟେରା ଚରିତ୍ରରେ ନଜର ଆସୁଛନ୍ତି । ଏମାନଙ୍କ ବ୍ୟତୀତ ସିନେମାରେ କ୍ୟାଟରୀନା କୈଫ୍ ଏବଂ ଫାତିମା ସାନା ଶେଖ୍ ଅଛନ୍ତି । ଚଳିତ ବର୍ଷ ନଭେମ୍ବରରେ ରିଲିଜ୍ ହେବା ବହୁ ପ୍ରତିକ୍ଷୀତ ସିନେମା ଠଗ୍ସ ଅଫ୍ ହିନ୍ଦୋସ୍ତାନ ।

KNews Bureau

Recent Posts

ଗାଡ଼ି ଚଲାଇବା ସମୟରେ ମୋବାଇଲରେ ହେଉଥିଲେ କଥା, ଗାଡ଼ି ସହ ମୋବାଇଲ୍ ଜବତ

ଭୁବନେଶ୍ୱର : ଅମାନିଆଙ୍କୁ କମିସନରେଟ ପୋଲିସର ଆକ୍ସନ । ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେଉଥିବା ବେଳେ ଗାଡ଼ି…

12 mins ago

ସର୍ଜରୀ ପରେ ମହିଳାଙ୍କ ପେଟରୁୁ ବାହାରିଲା ୨.୫ କେଜିର ଚୁଟି

ଆଜିକାଲି ରୋଗରେ ପିଡ଼ିତ ହେବା ସାଧାରଣ କଥା ହୋଇଗଲାଣି । ଷ୍ଟୋନ୍‌ ଆଉ ଟ୍ୟୁମର ପ୍ରାୟତଃ ସମସ୍ତଙ୍କୁ ହେଉଛି ।…

20 mins ago

ଅରୁଣାଚଳ ପ୍ରଦେଶରେ ବାଜି ମାରିଲା ବିଜେପି, ୪୬ ସିଟରେ ମିଳିଲା ବିଜୟ

ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବାଜି ମାରିଛି ବିଜେପି । ବିଜେପି ପୁଣିଥରେ ଅରୁଣାଚଳ ପ୍ରଦେଶରେ ୪୬ ସିଟରେ ବିଜୟ…

25 mins ago

ଏହି ସବୁ ଜୀବ ଘର ପାଇଁ ହୋଇଥାନ୍ତି ଅଶୁଭ, ଦେଇଥାନ୍ତି ବିପତ୍ତିର ସଙ୍କେତ

ଯେତେବେଳେ ବି ଆମେ କୌଣସି କାର୍ଯ୍ୟ କରିବା ପାଇଁ ବାହାରିଥାଉ, ଆମ ମୂଳ ଉଦ୍ଦେଶ୍ୟ ହୋଇଥାଏ ସେହି କାର୍ଯ୍ୟକୁ ସଂପୂର୍ଣ୍ଣ…

28 mins ago

ଗତକାଲି ଡ୍ୟୁଟି ସାରି ଘରକୁ ଫେରିଥିଲେ, ଆଜି ଡାକ୍ତରଙ୍କ ମିଳୁନି ପତ୍ତା

କାଲିମେଳା : ଘରେ ମୋବାଇଲ ଆଉ ବାଇକ୍ ଅଛି । ହେଲେ ଘରେ ନାହାଁନ୍ତି ଡାକ୍ତର ବାବୁ । ଗତକାଲି…

42 mins ago

ନାକରେ ଟାଇପିଂ କରି ହାସଲ କଲେ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡ, ଚାରିଆଡ଼େ ହେଉଛି ଚର୍ଚ୍ଚା

ଅନେକ ଲୋକ ଏପରି ଅଛନ୍ତି ଯେଉଁମାନଙ୍କ ଟାଇଫିଂ ସ୍ପିଡ୍‌ ବହୁତ ଅଧିକ ରହିଥାଏ । ଆପଣ ବି କେବେ ନା…

56 mins ago