ମନୋରଂଜନ

ହଲ୍‌ ମାଲିକଙ୍କ ଅଭିନବ ପ୍ରୟାସ: ‘ଦମନ’ ଦେଖିଲେ, ଦମ୍‌ ବିରିୟାନୀ ଖାଇଲେ ଦର୍ଶକ

ଯାଜପୁର(କେନ୍ୟୁଜ୍): ‘ଦମନ’ ଦେଖିଲେ, ଦମ୍‌ ବିରିୟାନୀ ଖାଇଲେ । ଦମନ ସହ ଦମ୍‌ ବିରିୟାନୀର ମଜା ଉଠାଇଲେ ଦର୍ଶକ । ଏବେ ସବୁଠି ଓଡିଆ ଫିଲ୍ମ ଦମନର କ୍ରେଜ୍‌ । ଫିଲ୍ମ ଦେଖିବାକୁ ସବୁଠି ହାଉସ୍‌ ଫୁଲ୍‌ । ଯାଜପୁର ଜିଲ୍ଲା ଜାରକା ଠାରେ ଥିବା କେ ଓ୍ଵାନ୍‌ ଟକିଜ୍‌ରେ ଚାଲିଛି ଦମନ ଚଳଚ୍ଚିତ୍ର । ୩ଟି ଯାକ ସୋ ପାଇଁ ପୂର୍ବରୁ ଟିକେଟ୍‌ ବିକ୍ରୀ ହୋଇଯାଇଛି । ତେବେ ଦର୍ଶକଙ୍କୁ ଟିକେ ଅଧିକ ମନୋରଞ୍ଜନର ଖୋରାକ ଯୋଗାଇ ଦେବାକୁ ହଲ୍‌ ମାଲିକ ଏକ ଅଭିନବ ପ୍ରୟାସ କରିଥିବା ଦେଖିବାକୁ ମିଳିଥିଲା ।

ଦମନ ଫିଲ୍ମ ଦେଖିବା ସାଙ୍ଗକୁ ଦର୍ଶକଙ୍କ ପାଇଁ ଦମ୍‌ ବିରିୟାନୀର ବ୍ୟବସ୍ଥା କରିଥିଲେ ହଲ୍‌ ମାଲିକ । ସୋ ସରିବା ପରେ ବାହାରକୁ ବାହାରୁଥିବା ଦର୍ଶକଙ୍କୁ ବଢାଇ ଦେଇଥିଲେ ବିରିୟାନୀ ପ୍ୟାକେଟ ସାଙ୍ଗକୁ ପାଣି ବୋତଲ । କୋଭିଡ ପରଠୁ ହଲ୍‌ର ସ୍ଥିତି ଭଲ ନଥିଲା । ଲୋକେ ଫିଲ୍ମ ଦେଖିବାକୁ ହଲକୁ ଆସୁନଥିଲେ । ତେବେ ‘ଦମନ’ ରିଲିଜ୍‌ ହେବା ପରଠାରୁ ଆଜି ପର୍ଯ୍ୟନ୍ତ ଭଳ ବ୍ୟବସାୟ କରୁଛି । ସରକାର ମଧ୍ୟ ଏହି ଚଳଚ୍ଚିତ୍ରକୁ ଟିକସ ମୁକ୍ତ କରିବା ସହିତ ଏହାର ପ୍ରମୋଶନ ପାଇଁ ବ୍ୟବସ୍ଥା ଗ୍ରହଣ କରିଛନ୍ତି ।

Sonalisa

Recent Posts

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

8 mins ago

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷାକର୍ମୀ

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

45 mins ago

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

2 hours ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

2 hours ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

2 hours ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

2 hours ago