ମନୋରଂଜନ

ପ୍ରଥମ ଫିଲ୍ମରେ ଷ୍ଟାର ବନିଥିଲେ ଅଜୟ ଦେବଗନ୍‌, ଜନ୍ମଦିନରେ ପଢ଼ନ୍ତୁ ତାଙ୍କ ବିଷୟରେ କିଛି ସିକ୍ରେଟ

ବଲିଉଡ୍ ଅଭିନେତା ଅଜୟ ଦେବଗନ ଫିଲ୍ମ ଇଣ୍ଡଷ୍ଟ୍ରୀର ଏକ ଏମିତି ନାମ, ଯାହାଙ୍କ ନିଖୁଖଣ ଅଭିନୟ ତାଙ୍କୁ ନିଜ ପାଇଁ ଏକ ଅଲଗା ପରିଚୟ ଦେଇଛି। ଏହାସହିତ ସେ ନିଜର ଦମଦାର ଅଭିନୟ ପାଇଁ ପ୍ରାୟ ଦୁଇ ଦଶକରୁ ଦର୍ଶକଙ୍କୁ ହୃଦୟ ଭିତରେ ରାଜ କରୁଛନ୍ତି। ଗମ୍ଭୀର ରୋଲ ଠାରୁ ନେଇ ଆକ୍ସନ ଏବଂ କମେଡି ସବୁ ପ୍ରକାର ଚରିତ୍ରରେ ଅଜୟ ଦେବଗନ ଏକଦମ୍ ଫିଟ୍‌। ବୋଧହୁଏ ଏହି କାରଣରୁ ତାଙ୍କୁ ଦୁଇଥର ସର୍ବଶ୍ରେଷ୍ଠ ଅଭିନତା ପାଇଁ ରାଷ୍ଟ୍ରୀୟ ଫିଲ୍ମ ପୁରଷ୍କାର ନିଜ ନାମରେ କରିପାରିଛନ୍ତି।

ଆଜି ୫୨ତମ ଜନ୍ମ ଦିନ ପାଳନ କରୁଛନ୍ତି ଅଜୟ ଦେବଗନ। ପ୍ରସିଦ୍ଧ ଷ୍ଟଣ୍ଟ କୋରିଓଗ୍ରାଫର ତଥା ଆକ୍ସନ ନିର୍ଦ୍ଦେଶକ ଭିରୁ ଦେବଗନଙ୍କ ଘରେ ୧୯୬୯ ମସିହା ଏପ୍ରିଲ୍ ୨ରେ ଜନ୍ମଗ୍ରହଣ କରିଥିଲେ । ଅଜୟ କେବଳ ପରଦାରେ ନୁହେଁ ବରଂ ବାସ୍ତବ ଜୀବନରେ ମଧ୍ୟ ବହୁତ ଶାନ୍ତ ପ୍ରକୃତିର । ତାଙ୍କ ଫିଲ୍ମ କ୍ୟାରିୟରରେ ସେ ରୋମାଣ୍ଟିକ୍ ଠାରୁ ଆକ୍ସନ୍ ପର୍ଯ୍ୟନ୍ତ ଅନେକ ହିଟ୍ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଦେଇଛନ୍ତି । ତେବେ ଚାଲନ୍ତୁ ଜାଣିବା ତାଙ୍କ ଜନ୍ମଦିନ ଅବସରରେ ତାଙ୍କ ସହ ଜଡିତ କିଛି ବିଶେଷ କଥା।

ଅଜୟଙ୍କ ଅସଲ ନାମ ବିଶାଲ ଭିରୁ ଦେବଗନ କିନ୍ତୁ ସେ ତାଙ୍କ ମାଙ୍କ କଥାରେ ନିଜ ନାମ ‘ଅଜୟ’ ରଖିଦେଲେ। ଘରେ ଫିଲ୍ମୀ ମାହୋଲ ଥିବା କାରଣରୁ ଅଜୟ ଦେବଗନଙ୍କ ରୁଚି ବି ଫିଲ୍ମ ଆଡକୁ ଆକର୍ଷିତ ହେଲା ଏବଂ ସେ ଫିଲ୍ମ ନିର୍ଦ୍ଦେଶକ ହେବାକୁ ସ୍ୱପ୍ନ ଦେଖିବାକୁ ଲାଗିଲେ। ଅଜୟ ଦେବଗନ ଏବଂ କାଜଲଙ୍କ ପ୍ରଥମ ଦେଖା ଫିଲ୍ମ ‘ହଲଚଲ୍’ର ସେଟରେ ହୋଇଥିଲା । ଏହାପରେ ୧୯୯୯ ରେ ଅଜୟ ଦେବଗନ ଏବଂ କାଜୋଲ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ। ବର୍ତ୍ତମାନ ତାଙ୍କର ଦୁଇଟି ସନ୍ତାନ ନିସା ଏବଂ ୟୁଗ।

Pritiparna

Recent Posts

ପରାଜୟକୁ ଆମେ ସାଦରରେ ଗ୍ରହଣ କରୁଛୁ, ସାଢ଼େ ୪ କୋଟି ରାଜ୍ୟବାସୀ ମୋ ପରିବାର: ନବୀନ

ଭୁବନେଶ୍ୱର (କେନ୍ୟୁଜ): ନିର୍ବାଚନରେ ପରାଜୟ ନେଇ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ ।  କହିଲେ ନିର୍ବାଚନରେ…

8 mins ago

ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ: ୭ଟି ଦେଶର ବିଶିଷ୍ଟ ବ୍ୟକ୍ତି ହେବେ ସାମିଲ, ତ୍ରିସ୍ତରୀୟ ସୁରକ୍ଷାରେ ରାଷ୍ଟ୍ରପତି ଭବନ

ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ଆସନ୍ତାକାଲି ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ…

45 mins ago

OnePlusର ସ୍ମାର୍ଟଫୋନରେ ମିଳୁଛି ଭାରି ଡିସକାଉଣ୍ଟ, ହାତ ଛଡ଼ା କରନ୍ତୁ ନାହିଁ ସୁଯୋଗ

ଯଦି ଆପଣ OnePlus ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ୍‌ କରୁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଏକ ଖୁସି ଖବର ।…

1 hour ago

ଶ୍ରୀମନ୍ଦିର ଚାରିପଟେ ଆଲୋକୀକରଣ ବନ୍ଦ ହେବା ଘଟଣା, ଲାଇଟ ଖୋଲୁଥିବା ବେଳେ ୪ ଅଟକ

ପୁରୀ (କେନ୍ୟୁଜ): ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଆଲୋକ ଖୁଣ୍ଟି ଓ ଆଲୋକୀକରଣ ବନ୍ଦ ହେବା ଘଟଣା ।  ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର…

1 hour ago

BECIL ରେ ସୁଯୋଗ, ୧୨ଶ ପାସ୍‌ ଠାରୁ ଗ୍ରାଜୁଏସନ କରିଥିବା ପ୍ରାର୍ଥୀ କରନ୍ତୁ ଆବେଦନ

ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ବ୍ରଡକାଷ୍ଟ ଇଂଜିନିୟରିଂ କନସଲଟାଣ୍ଟ ଇଣ୍ଡିଆ ଲିମିଟେଡ (BECIL) ରେ…

1 hour ago

ଭୁଶୁଡ଼ିଲା ମାଲକାନଗିରି ଏୟାରପୋର୍ଟର ପାଚେରି, ଗତ ବର୍ଷ ୨ଜଣଙ୍କର ହୋଇଥିଲା ମୃତ୍ୟୁ

ମାଲକାନଗିରି (କେନ୍ୟୁଜ): ପୁଣି ଭୁଶୁଡ଼ିଲା ମାଲକାନଗିରି ଏୟାରପୋର୍ଟ ପାଚେରୀ । କାଳବୈଶାଖୀ ବର୍ଷାରେ ନବ ନିର୍ମିତ ଏୟାରପୋର୍ଟର ସାମ୍ନାପଟ ପାଚେରୀ…

2 hours ago