ପ୍ରଥମ ଫିଲ୍ମରେ ଷ୍ଟାର ବନିଥିଲେ ଅଜୟ ଦେବଗନ୍‌, ଜନ୍ମଦିନରେ ପଢ଼ନ୍ତୁ ତାଙ୍କ ବିଷୟରେ କିଛି ସିକ୍ରେଟ

ବଲିଉଡ୍ ଅଭିନେତା ଅଜୟ ଦେବଗନ ଫିଲ୍ମ ଇଣ୍ଡଷ୍ଟ୍ରୀର ଏକ ଏମିତି ନାମ, ଯାହାଙ୍କ ନିଖୁଖଣ ଅଭିନୟ ତାଙ୍କୁ ନିଜ ପାଇଁ ଏକ ଅଲଗା ପରିଚୟ ଦେଇଛି। ଏହାସହିତ ସେ ନିଜର ଦମଦାର ଅଭିନୟ ପାଇଁ ପ୍ରାୟ ଦୁଇ ଦଶକରୁ ଦର୍ଶକଙ୍କୁ ହୃଦୟ ଭିତରେ ରାଜ କରୁଛନ୍ତି। ଗମ୍ଭୀର ରୋଲ ଠାରୁ ନେଇ ଆକ୍ସନ ଏବଂ କମେଡି ସବୁ ପ୍ରକାର ଚରିତ୍ରରେ ଅଜୟ ଦେବଗନ ଏକଦମ୍ ଫିଟ୍‌। ବୋଧହୁଏ ଏହି କାରଣରୁ ତାଙ୍କୁ ଦୁଇଥର ସର୍ବଶ୍ରେଷ୍ଠ ଅଭିନତା ପାଇଁ ରାଷ୍ଟ୍ରୀୟ ଫିଲ୍ମ ପୁରଷ୍କାର ନିଜ ନାମରେ କରିପାରିଛନ୍ତି।

kajolଆଜି ୫୨ତମ ଜନ୍ମ ଦିନ ପାଳନ କରୁଛନ୍ତି ଅଜୟ ଦେବଗନ। ପ୍ରସିଦ୍ଧ ଷ୍ଟଣ୍ଟ କୋରିଓଗ୍ରାଫର ତଥା ଆକ୍ସନ ନିର୍ଦ୍ଦେଶକ ଭିରୁ ଦେବଗନଙ୍କ ଘରେ ୧୯୬୯ ମସିହା ଏପ୍ରିଲ୍ ୨ରେ ଜନ୍ମଗ୍ରହଣ କରିଥିଲେ । ଅଜୟ କେବଳ ପରଦାରେ ନୁହେଁ ବରଂ ବାସ୍ତବ ଜୀବନରେ ମଧ୍ୟ ବହୁତ ଶାନ୍ତ ପ୍ରକୃତିର । ତାଙ୍କ ଫିଲ୍ମ କ୍ୟାରିୟରରେ ସେ ରୋମାଣ୍ଟିକ୍ ଠାରୁ ଆକ୍ସନ୍ ପର୍ଯ୍ୟନ୍ତ ଅନେକ ହିଟ୍ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଦେଇଛନ୍ତି । ତେବେ ଚାଲନ୍ତୁ ଜାଣିବା ତାଙ୍କ ଜନ୍ମଦିନ ଅବସରରେ ତାଙ୍କ ସହ ଜଡିତ କିଛି ବିଶେଷ କଥା।

ajay1ଅଜୟଙ୍କ ଅସଲ ନାମ ବିଶାଲ ଭିରୁ ଦେବଗନ କିନ୍ତୁ ସେ ତାଙ୍କ ମାଙ୍କ କଥାରେ ନିଜ ନାମ ‘ଅଜୟ’ ରଖିଦେଲେ। ଘରେ ଫିଲ୍ମୀ ମାହୋଲ ଥିବା କାରଣରୁ ଅଜୟ ଦେବଗନଙ୍କ ରୁଚି ବି ଫିଲ୍ମ ଆଡକୁ ଆକର୍ଷିତ ହେଲା ଏବଂ ସେ ଫିଲ୍ମ ନିର୍ଦ୍ଦେଶକ ହେବାକୁ ସ୍ୱପ୍ନ ଦେଖିବାକୁ ଲାଗିଲେ। ଅଜୟ ଦେବଗନ ଏବଂ କାଜଲଙ୍କ ପ୍ରଥମ ଦେଖା ଫିଲ୍ମ ‘ହଲଚଲ୍’ର ସେଟରେ ହୋଇଥିଲା । ଏହାପରେ ୧୯୯୯ ରେ ଅଜୟ ଦେବଗନ ଏବଂ କାଜୋଲ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ। ବର୍ତ୍ତମାନ ତାଙ୍କର ଦୁଇଟି ସନ୍ତାନ ନିସା ଏବଂ ୟୁଗ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.